scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

T20WC: ମହା ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ୩ ଦ୍ରୁତ ବୋଲର ଏବଂ ୨ ସ୍ପିନର ସହ ପଡିଆକୁ ଓହ୍ଲାଇବ ଭାରତ

23/10/2022 at 1:04 PM

ମେଲବୋର୍ଣ୍ଣ: ବହୁପ୍ରତୀକ୍ଷାର ଅନ୍ତ ଘଟିଛି। ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଭାରତ ଏବଂ ପାକିସ୍ତାନ। ଦୁଇ ଦଳ ମଧ୍ୟରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ମହାମୁକାବିଲା। ମ୍ୟାଚକୁ ନେଇ ପଡିଆ ଭିତରେ ଯେତିକି ଉତ୍କଣ୍ଠା , ପଡିଆ ବାହାରେ ସେତିକି। ଗତ ବିଶ୍ଵ କପ୍ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ ଶର୍ମା ତିନି ଦ୍ରୁତ ବୋଲର ଏବଂ ଦୁଇ ଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଉଛି।

ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହୋଇଛି । ବିରାଟ କୋହଲି ଅଧିନାୟକ ନାହାନ୍ତି । ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ବ୍ୟାଟର ଭାବେ ଉଭା ହୋଇଛନ୍ତି । ବୋଲିଂ ବିଭାଗ ଅସନ୍ତୁଳିତ । ଜଶପ୍ରୀତ ବୁମରା ନାହାନ୍ତି । ଏଭଳି ଅନେକ ପରିବର୍ତ୍ତନ ମଧ୍ୟରେ ରୋହିତ ଶର୍ମା ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଗତ ବର୍ଷ ଦୁବାଇରେ ଖେଳାଯାଇଥିବା ଟି-ଟ୍ବେଣ୍ଟିଂ ୱାର୍ଲଡ୍ କପ୍‌ରେ ପରସ୍ପରକୁ ଭେଟିଥିଲେ ଭାରତ-ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ କରିଥିଲା ୧୫୧ ରନ୍ ।  ହେଲେ ଏଥର କିନ୍ତୁ ପାକିସ୍ତାନ କିଛି ଅଲଗା ମୁଡରେ ଥିଲା । ପାକିସ୍ତାନ ବ୍ୟାଟସମ୍ୟାନ୍ କୌଣସି କ୍ଷତି ହେବାକୁ ନଦେଇ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ । ପୁରା ୧୦ ୱିକେଟରେ ଭାରତ ଠାରୁ ମ୍ୟାଚ୍ କାଢିନେଇଥିଲା ପାକିସ୍ତାନ । ଆଉ ଏହା ଥିଲା ବିଶ୍ବକପ୍‌ରେ ଭାରତ ବିପକ୍ଷରେ ପାକିସ୍ତାନର ପ୍ରଥମ ବିଜୟ।

ଆକ୍ଵ୍ୟଓ୍ଵେଦର ଅନୁଯାୟୀ, ପଡିଆରେ ଆଜି ପୂରା ଦିନ ବାଦଲ ଛାଇ ରହିବ। ବର୍ଷାର ସମ୍ଭାବନା ୪୦ ପ୍ରତିଶତ ରହିପାରେ। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଶ୍ଵସ୍ତିକର ଖବର ଗତ ଦିନ ତୁଳନାରେ ମେଲବୋର୍ଣ୍ଣ ପାଣିପାଗରେ ବହୁତ ସୁଧାର ହୋଇଛି। ତେଣୁ ଆଶା କରାଯାଉଛି ଆଜି କ୍ରିକେଟ୍‌ପ୍ରେମୀଙ୍କୁ ଭାରତ ବନାମ ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିପାରେ। ଶନିବାର ସକାଳୁ ଏ ପର୍ଯ୍ୟନ୍ତ ମେଲବୋର୍ଣ୍ଣରେ ବର୍ଷା ହୋଇ ନାହିଁ। ତେଣୁ ଆଜି ମ୍ୟାଚ୍ ଖେଳାଯିବାର ପୂରା ସମ୍ଭାବନା ରହିଛି। ମ୍ୟାଚ୍ ସମୟରେ ବାଦଲ ଛାଇ ରହିବାରୁ ଦ୍ରୁତ ବୋଲରଙ୍କୁ ପିଚ୍‌ରୁ ସହାୟତା ମିଳିବାର ସମ୍ଭାବନା ଅଧିକ ରହିଛି।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ଵିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂହ।

ପାକିସ୍ତାନ: ମହମ୍ମଦ ରିଜୱାନ, ବାବର ଆଜମ(ଅଧିନାୟକ), ସାନ ମାସୁଦ, ହାଇଦର ଅଲି, ଇଫତିଖର ଅହମ୍ମଦ, ଆସିଫ ଅଲି, ମହମ୍ମଦ ନୱାଜ, ଶଦାବ ଖାନ, ନସିମ ଶାହ, ଶାହିନ ଆଫ୍ରିଦି, ହ୍ୟାରିସ ରୌଫ ।

   Related Posts