ବିଶ୍ୱକପ୍‌ ୨୦୨୩ : ବେଙ୍ଗାଲୁରୁରେ ଭାରତ-ନେଦରଲାଣ୍ଡସ୍‌ ଟକ୍କର, ଟସ୍‌ ଜିତି ରୋହିତଙ୍କ ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | November 12, 2023 IST

ବେଙ୍ଗାଲୁରୁ ୧୨।୧୧ : ବିଶ୍ୱକପ୍‌ ୨୦୨୩ । ବେଙ୍ଗାଲୁରୁରେ ଖେଳାଯିବ ଶେଷ ଲିଗ୍‌ ମ୍ୟାଚ୍‌ । ଭାରତ ଏବଂ ନେଦରଲାଣ୍ଡସ ମଧ୍ୟରେ ହେବ ମୁକାବିଲା । ତେବେ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଟିମ୍‌ । ଯାହାଫଳରେ ବୋଲିଂ କରିବାକୁ ଓହ୍ଲାଇବ ନେଦରଲାଣ୍ଡସ୍‌ ।

wp:html /wp:html

ଭାରତୀୟ ଟିମ୍‌ ବର୍ତ୍ତମାନ ସୁଦ୍ଧା ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ସମସ୍ତ ୮ଟି ଯାକ ମୁକାବିଲାରେ ବିଜୟୀ ହୋଇଛି । ଚଳିତ ବିଶ୍ୱକପ୍‌ରେ ଭାରତୀୟ ଗୋଟିଏ ହିଁ ଯିଏକି ଏବେ ଯାଏଁ ମ୍ୟାଚ୍‌ ହାରିନାହିଁ । ତେଣୁ ସେମି ପୂର୍ବରୁ ବିଜୟ ସହ ଲିଗ୍‌ ପର୍ଯ୍ୟାୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ ।

wp:embed {"url":"https://www.prameyanews7.com/virat-kohli-break-sachin-tendulkar-most-odi-century-record-50th-hundred-during-india-vs-netherlands-in-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-break-sachin-tendulkar-most-odi-century-record-50th-hundred-during-india-vs-netherlands-in-world-cup-2023/
/wp:embed

ସେହିପରି ନେଦରଲାଣ୍ଡସ ବର୍ତ୍ତମାନ ସୁଦ୍ଧା ୮ଟି ମୁକାବିଲା ଖେଳିସାରିଛି । ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ଶେଷରେ ରହିଛି ନେଦରଲାଣ୍ଡସ ଟିମ୍‌ । ତେଣୁ ଆଜିର ମ୍ୟାଚ୍‌ ପଏଣ୍ଟ ଟେବୁଲ୍‌ରେ ନିଜର ସ୍ଥିତି ସୁଧାରିବାକୁ ଲକ୍ଷ୍ୟ ରଖିଛି ଡଚ୍‌ ବାହିନୀ ।

wp:embed {"url":"https://www.prameyanews7.com/coach-rahul-dravid-happy-on-middle-order-batting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/coach-rahul-dravid-happy-on-middle-order-batting/
/wp:embed

ଭାରତ : ଶୁଭମନ ଗିଲ୍‌, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ।

ନେଦରଲାଣ୍ଡ୍‌ସ : ମାକ୍ସ ଓ’ଦାଉଦ, ୱେସଲି ବାରେସି, କଲିନ ଆକରମାନ, ସାଇବ୍ରାଣ୍ଡ ଏଙ୍ଗଲବ୍ରେଚ୍‌, ସ୍କଟ୍‌ ଏଡୱାର୍ଡ୍ସ(ଅଧିନାୟକ), ବାସ ଡି ଲିଡ୍‌, ତେଜା ନିଦାମାନୁରୁ, ଲୋଗାନ ଭାନ ବିକ୍‌, ରିଓଲ୍ଫ ଭାନ ଡର ମୱିର୍, ଆରୟାନ୍‌ ଦତ୍ତ, ପଲ ଭାନ ମିକେରନ ।

wp:embed {"url":"https://www.prameyanews7.com/alia-bhatt-cameo-in-hrithik-roshan-jr-ntr-war-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/alia-bhatt-cameo-in-hrithik-roshan-jr-ntr-war-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.