ଇତିହାସ ରଚିଲା ଭାରତ, ତୃତୀୟ ଥର ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ଵ କପ୍
17/12/2022 at 4:17 PM

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳ। ଟି-୨୦ ବିଶ୍ଵ କପ୍ର ଫାଇନାଲ୍ରେ ଭାରତ ବାଂଲାଦେଶକୁ ହରାଇ ତୃତୀୟ ଥର ଟାଇଟଲ୍ ଜିତିଛି। ଆଉ ଏହା ଥିଲା ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ। ଆଉ ଭାରତ ଚାମ୍ପିଅନ ହେବାରେ ହ୍ୟାଟ୍ରିକ ଅର୍ଜନ କରିଛି। ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨ ଓ୍ଵିକେଟ୍ ହରାଇ ୨୭୭ ରନ କରିଥିଲା। ସୁନୀଲ ରମେଶ ୬୩ ବଲ୍ରୁ ଅପରାଜିତ ୧୩୬ ରନର ଦମଦାର ଇନିଂସ ଖେଳିଥିଲେ। ଅଜୟ ରେଡ୍ଡୀ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୦ ବଲ୍ରୁ ୧୦୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଜବାବରେ ବାଂଲାଦେଶ ୩ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଆଉ ଫାଇନାଲ୍ ମୁକାବିଲାକୁ ଭାରତ ୧୫୭ ରନରେ ଜିତି ନେଇଛି।
ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିବାଦ ସୃଷ୍ଟି ହୋଇଥିଲା। ଭିସା ନମିଳିବା କାରଣରୁ ପାକିସ୍ତାନ ଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିନଥିଲା। ଏହା ପୂର୍ବରୁ ଭାରତ ୨୦୧୨ ଏବଂ ୨୦୧୭ରେ ଚାମ୍ପିଅନ ହୋଇଥିଲା। ଆଜିର ମ୍ୟାଚ୍ରେ ଅପରାଜିତ ୧୩୬ ରନ କରିଥିବା ସୁନୀଲ ରମେଶ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଶତକ ଅର୍ଜନ କରିଥିଲେ।
#TeamIndia beat Bangladesh by 120 runs to clinch the 3rd #T20WorldCup 🏆.
— All India Radio News (@airnewsalerts) December 17, 2022
📸: @ddsportschannel #BlindCricket🏏 | #INDvBAN pic.twitter.com/AKwH3fIkN7
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାତୀୟ ପୁରୁଷ ଦଳ ଏବଂ ମହିଳା ଦଳଙ୍କ ଟି-୨୦ ବିଶ୍ଵ କପ୍ରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। କିନ୍ତୁ ୧୯ବର୍ଷରୁ କମ ଦଳ ବିଶ୍ଵ କପ୍ ଜିତିବାରେ ସଫଳ ହୋଇଥିଲା। ହେଲେ ଦୃଷ୍ଟିହୀନ କ୍ରିକେଟ୍ ଦଳ ଟି-୨୦ ବିଶ୍ଵ କପ୍ ଜିତିବାରେ ସଫଳ ହୋଇଛି। ଆଜିର ଫାଇନାଲ୍ ମୁକାବିଲାରେ ବାଂଲାଦେଶ ୭ ବୋଲରଙ୍କୁ ଲଗାଇଥିଲେ ମଧ୍ୟ ସେତେଟା ସଫଳ ହୋଇପାରିନଥିଲା।