ବର୍ଷାରେ ଧୋଇଗଲା ୩ୟ ଟି-୨୦ ମ୍ୟାଚ୍, ୨-୦ରେ ସିରିଜ୍ ଜିତିଲା ଭାରତ

Published By : Prameya-News7 Bureau | August 23, 2023 IST

ନୂଆଦିଲ୍ଲୀ:  ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ୩ୟ ଟି-୨୦ ବାତିଲ୍ ହୋଇଛି। ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି। ତୃତୀୟ ମ୍ୟାଚ୍ ପାଇଁ ବୁଧବାର ସନ୍ଧ୍ୟା ୭ଟାରେ ଟସ୍ ପଡ଼ିବାର ଥିଲା, ମାତ୍ର ଲଗାଣ ବର୍ଷା ଯୋଗୁଁ ଟସ୍ ବି ପଡ଼ି ପାରି ନ ଥିଲା। ଶେଷରେ ପଡ଼ିଆ ଅମ୍ପାୟର ମ୍ୟାଚ୍‌କୁ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖେଳ ଆରମ୍ଭ ହେବା ପୂର୍ବରୁ ଯଶପ୍ରୀତ ବୁମରାଙ୍କ ନେତୃତ୍ଵାଧୀନ ଯୁବ ଭାରତୀୟ ଦଳ ଚନ୍ଦ୍ରଯାନ ୩ର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣର ଉତ୍ସବ ମନାଇଥିଲେ। ଭାରତ ପ୍ରଥମ ଦେଶ ହିସାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ପାରିଛି।

wp:heading {"level":4}

Also read- ଏସିଆ କପ୍‌ ପାଇଁ ୧୭ ଜଣିଆ ଟିମ୍‌ ଇଣ୍ଡିଆ ଘୋଷଣା, ଫେରିଲେ ବୁମ୍‌ରାହ-ଶ୍ରେୟସ-ରାହୁଲ

/wp:heading

ସୂଚନାଯୋଗ୍ୟ, ପ୍ରଥମ ମ୍ୟାଚ୍ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା। ଫଳରେ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ଭାରତ ୨ ରନରେ ମ୍ୟାଚ୍‌କୁ ଜିତି ନେଇଥିଲା। ଦ୍ଵିତୀୟ ଟି-୨୦ରେ ଭାରତ ଘରୋଇ ଆୟରଲାଣ୍ଡକୁ ୩୩ ରନରେ ହରାଇଥିଲା। ଭାରତ ସିରିଜ୍‌ରେ ୨-୦ରେ ଅଗ୍ରଣୀ ହାସଲ କରିଥିଲା। ଭାରତ ସିରିଜ୍ ଜିତି ସାରିଥିଲେ ହେଁ ମ୍ୟାଚ୍ ଖେଳିବା  ଜରୁରୀ ଥିଲା। କାରଣ ଯୁବ ଖେଳାଳିଙ୍କ ମ୍ୟାଚ୍‌ ଖେଳିବା ସହ ନିଜକୁ ପ୍ରମାଣିତ କରିବାର ସୁଯୋଗ ମିଳିଥିଲା। କିନ୍ତୁ ସିରିଜ୍‌ରେ ବର୍ଷାର ପ୍ରାଦୁର୍ଭାବ ଯୋଗୁଁ ଖେଳାଳିଙ୍କୁ ସେତିକି ବି ଖେଳିବାକୁ ସୁଯୋଗ ମିଳିନାହିଁ।

ଏହି ସିରିଜ୍‌ ସମାପ୍ତ ପରେ ଆସନ୍ତା ୩୦ ତାରିଖରୁ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି। ଭାରତ ସେପ୍ଟେମ୍ବର ୨ରେ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ମୁକାବିଲା ଖେଳିବ। ଏସିଆ କପ୍ ପାଇଁ ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରି ସାରିଛି। ଆଉ ସପ୍ତାହେ ବିଶ୍ରାମ ପରେ ପୁଣି ଥରେ ବଡ଼ ଟୁର୍ଣ୍ଣାମେଣ୍ଟରେ ନଜର ଆସିବ ଭାରତୀୟ ଦଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.