ପର୍ଥରେ ପ୍ରଥମ ବିଜୟ ସହ ଇତିହାସ ରଚିଲା ବୁମରା ବାହିନୀ, ତିଷ୍ଠି ପାରିଲେନି କଙ୍ଗାରୁ ବ୍ୟାଟର

Published By : Prameya-News7 Bureau | November 25, 2024 IST

ନୂଆଦିଲ୍ଲୀ  ୨୫/୧୧: ପର୍ଥରେ ପ୍ରଥମ ମହାବିଜୟ । ଇତିହାସ ରଚିଲା ଟିମ୍ ଇଣ୍ଡିଆ । ବୁମରା ବାହିନୀ ସମ୍ନାରେ ତିଷ୍ଠି ପାରିଲେନି କଙ୍ଗାରୁ ବ୍ୟାଟର । ଫେଲ୍ ମାରିଲା ଅଷ୍ଟ୍ରେଲିଆ ବ୍ୟାଟରଙ୍କ ରଣନୀତି । ୨୯୦ରୁ ଅଧିକ ରନରେ ପରାଜୟ । ଆଉ ବର୍ଡର-ବାଭାସ୍କର ଟ୍ରଫିରେ ୧-୦ରେ ଆଗୁଆ ଭାରତ । ଅଷ୍ଟ୍ରେଲିଆ ମାଟିରେ ଭାରତର ଏହି ବିଜୟ ଥିଲା ବଡ ବିଜୟ । ମ୍ୟାଚରେ ୮ ୱିକେଟ୍ ନେଇଥିବା ଜସପ୍ରୀତ ବୁମ୍ରା ହୋଇଥିଲେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ।

ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ ଦେଖାଇଛି ଭାରତ । ଦ୍ୱିତୀୟ ଇିଂନିସରେ ମ୍ୟାଚର ଚତୁର୍ଥ ଦିନ ଖେଳାଯାଇଥିଲା । ସବୁ ୱିକେଟ୍ ହରାଇ ଦଳ କରିଥିଲା ୨୯୫ ରନ୍ ।  ଆୟୋଜକ ଅଷ୍ଟ୍ରେଲିଆ ପାଇଁ ଜିତିବା ଥିଲା ବେଶ୍ କଷ୍ଟସାଧ୍ୟ । ୫୩୪ରନ୍‌ର ପିଛା କରିବା କଙ୍ଗାରୁଙ୍କ ପାଇଁ ଥିଲା ବେଶ୍ ଚ୍ୟାଲେଞ୍ଜିଂ । ଅଷ୍ଟ୍ରେଲିୟ ଦଳର ଦ୍ୱିତୀୟ ଇନିଂସ କେବଳ ୨୩୮ରନ୍‌ରେ ଅଟକି ଥିଲା । ଏହି ବିଜୟ ସହିତ ଭାରତୀୟ ଦଳ ଟେଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୬ ରୁ ଆଡିଲେଡରେ ଖେଳାଯିବ । 

ସୂଚନା ଥାଉକି, ଅଷ୍ଟ୍ରେଲିଆର ପର୍ଥରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ପ୍ରଥମ ଇନିଂସରେ ଦଳ ମାତ୍ର ୧୫୦ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଫଳରେ ଏକ ଲଜ୍ଜାଜନକ ପରାଜୟର ଆଶଙ୍କା କରାଯାଉଥିଲା। 


ପ୍ରଥମ ଇନିଂସରେ ଦଳ ମାତ୍ର ୧୫୦ ରନରେ ଅଲ୍ ଆଉଟ୍ ହୋଇଥିଲା । ଫଳରେ ଏକ ଲଜ୍ଜାଜନକ ପରାଜୟର ଆଶଙ୍କା କରାଯାଉଥିଲା।କିନ୍ତୁ ବୋଲରଙ୍କ ଶାଣିତ ବୋଲିଂ ସୃଷ୍ଟି କରିଥିଲା ଆଶା । ଘରୋଇ ଦଳକୁ ପ୍ରଥମ ଇନିଂସରେ ୧୦୪ ରନରେ ଅଲ୍ ଆଉଟ୍ କରାଇ ନେଇଥିଲେ। ଏଥିରେ ଯଶପ୍ରୀତ ବୁମରାଙ୍କୁ ୫ଟି ୱିକେଟ ମିଳି ଥିବାବେଳେ ନୀତିଶ ରେଡ୍ଡୀଙ୍କୁ ତିନୋଟି ଏବଂ ମହମ୍ମଦ ସିରାଜଙ୍କୁ ୨ଟି ୱିକେଟ ମିଳିଥିଲା। 

ପରେ ଦ୍ୱିତୀୟ ପାଳିରେ ଜାଦୁ ଦେଖାଇଥିଲେ ବ୍ୟାଟର। ଷ୍ଟାର୍ ଓପନର୍ ଯଶସ୍ୱୀ ଜୈସ୍ୱାଲ ୧୬୧ ରନର ବଡ଼ ପାଳି ଖେଳିଥିଲେ। ତାଙ୍କ ସହ ଓପନିଂ କରିଥିବା କେଏଲ ରାହୁଲ ମଧ୍ୟ ୭୭ ରନ୍ କରି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀତିଶ ରେଡ୍ଡୀ ୩୮, ୱାଶିଂଟନ ସୁନ୍ଦର ୨୯, ଦେବଦତ୍ତ ପାଡିକଲ ୨୫ ରନ୍ କରିଥିଲେ ଏବଂ ଋଷଭ ପନ୍ତ ଓ ଧ୍ରୁବ୍ ଜୁରେଲ ଯଥାକ୍ରମେ ଗୋଟିଏ ଲେଖାଏଁ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ୬ ୱିକେଟ ବିନିମୟରେ ୪୮୭ ରନ୍ କରି ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ। ଫଳରେ କଙ୍ଗାରୁ ବାହିନୀ ଆଗରେ ୫୩୪  ରନର ଟାର୍ଗେଟ ରହିଥିଲା। 

 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.