ଗ୍ରୀନପାର୍କରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ; ୭ ଓ୍ବିକେଟ୍‌ରେ ବାଂଲାଦେଶ ପରାସ୍ତ

Published By : Prameya-News7 Bureau | October 01, 2024 IST

କାନପୁର: ଗ୍ରୀନପାର୍କ କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଅନ୍ତିମ ଟେଷ୍ଟକୁ ୭ ଓ୍ବିକେଟରେ ଜିତି ନେଇ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଭାରତୀୟ ଦଳ । ୨ ଟିକିଆ ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି ରୋହିତ୍ ବାହିନୀ । ଯଶସ୍ବୀ ଜୈସ୍ବଲ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଥିବା ବେଳେ ରବିନ୍ଦ୍ର ଚନ୍ଦ୍ରନ ଅଶ୍ବୀନ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି । 

ଦ୍ବିତୀୟ ଇନିଂସରେ ବାଂଲାଦେଶ ମାତ୍ର ୧୪୬ ରନ୍ କରି ଅଲଆଉଟ୍ ହୋଇଥିଲା । ଫଳରେ ଟିମ୍ ଇଣ୍ଡିଆକୁ ଦ୍ବିତୀୟ ଇନିଂସରେ ୯୫ରନର ଟାର୍ଗେଟ୍ ମିଳିଥିଲା । ରୋହିତ୍ ବାହିନୀରେ ମାତ୍ର ଦୁଇ ଓ୍ବିକେଟ୍ ହରାଇ ଲକ୍ଷ୍ୟକୁ ହାସଲ କରି ନେଇଛି । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲା ଯଶସ୍ବୀ ଜୈସ୍ବାଲର ଦ୍ବିତୀୟ ପାଳିରେ ମଧ୍ୟ ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟ ଦେଇଛନ୍ତି ।

କାନପୁରରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଭ୍ରମଣକାରୀ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୩୩ ରନ କରି ଅଲଆଉଟ ହୋଇଥିଲା । ବାଂଲାଦେଶ ପକ୍ଷରୁ ମୋମିନୁଲ୍ ସର୍ବାଧିକ ୧୦୭ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ତିନୋଟି ଓ୍ବିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ୍, ରବିଚନ୍ଦ୍ରନ ଅଶ୍ବୀନ, ଆକାଶ ଦୀପ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଅନ୍ତିମ ଟେଷ୍ଟ ମ୍ୟାଚ୍ ଦୁଇ ଦିନ ବର୍ଷାରେ ଧୋଇଯାଇଥିଲେ ମଧ୍ୟ ଭାରତୀୟ ଦଳ ଚତୁର୍ଥ ଦିନରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ପ୍ରାରମ୍ଭକୁ ବାଂଲାଦେଶ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ ଭାରତ ଦୁଇ ଓପନର । ଟେଷ୍ଟ ମ୍ୟାଚକୁ ଟି-୨୦ ଭଳି ଖେଳି ମାତ୍ର ୩୪ ଓଭରରେ ୨୮୮ ରନ ସଂଗ୍ରହ କରି ଘୋଷଣା କରିଥିଲା । ଯଶ୍ବସୀ ଜୈସ୍ବାଲ ସର୍ବାଧିକ ୭୨ ରନ କରିଥିଲେ । ସେହିପରି କେ.ଏଲ ରାହୁଲ ୬୮ ରନର ଧୁଆଁଦାର ଇନିଂସ ଖେଳିଥିଲେ । ବଂଲାଦେଶ ପକ୍ଷକୁ ମେହିଦୀ ହାସନ ଏବଂ ସାବିକ୍ ଅଲ୍ ହାସନ ୪ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ ।  

ସେପଟେ ଦ୍ବିତୀୟ ଇନିଂସରେ ମଧ୍ୟ ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରି ପାରିନଥିଲେ । ୪୭ ଓଭର ଖେଳି ୧୪୬ ରନରେ ଅଲଆଉଟ୍ ହୋଇଥିଲା ବାଂଲା ଟାଇଗର । ଫଳରେ ଟିମ୍ ଇଣ୍ଡିଆକୁ ୯୫ ରନର ଟାର୍ଗେଟ୍ ରହିଥିଲା । ପରେ ଦ୍ବିତୀୟ ଇନିଂସରେ ୩ଟି ଓ୍ବିକେଟ୍ ହରାଇ ରୋହିତ ବାହିନୀ କାନପୁର ଟେଷ୍ଟକୁ ସହଜରେ ଜିତି ନେଇଛି । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ଯଶସ୍ବୀ ଜୈସ୍ବଲ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ବିରାଟ କୋହଲି ୨୯ରନର ପାଳି ଖେଳିଥିଲେ ।  ଯଶସ୍ବୀ ଜୈସ୍ବଲ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଥିବା ବେଳେ ରବିନ୍ଦ୍ର ଚନ୍ଦ୍ରନ ଅଶ୍ବୀନ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି । 

ଏହା ପୂର୍ବରୁ ଚେନ୍ନାଇ ଟେଷ୍ଟରୁ ବଡ଼ ବ୍ୟବଧାନରେ ଜିତି ନେଇଥିଲା ଭାରତ । ଆଜି କାନପୁର ଟେଷ୍ଟକୁ ଜିତି ଭାରତୀୟ ଦଳ ସିରିଜ୍ କ୍ଲିନ୍ ସୁଇପ୍ କରିଛି । ଏହାସହିତ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ନିକଟତର ହୋଇଛି ଭାରତୀୟ ଦଳ।....  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.