୧୮୮ ରନରେ ଚଟ୍ଟୋଗ୍ରାମ ଟେଷ୍ଟ ଜିତିଲା ଭାରତ, ୧-୦ରେ ଆଗୁଆ ଟିମ୍ ଇଣ୍ଡିଆ

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଳୀ, ୧୮/୧୨: ଚଟ୍ଟୋଗ୍ରାମ ଟେଷ୍ଟ ଜିତିଲା ଭାରତ । ବାଙ୍ଗଲାଦେଶ ଏବଂ ଭାରତ ମଧ୍ୟରେ ଚଟ୍ଟୋଗ୍ରାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିଛି ଭାରତ। ଆଉ ୧୮୮ ରନରେ ବାଂଲାଦେଶ ଠାରୁ ବିଜୟୀ ହୋଇଛି ରାହୁଲ ବାହିନୀ ।

ଏହି ମ୍ୟାଚରେ ଭାରତ ପାଇଁ ବ୍ୟାଟର ଚେତେଶ୍ବର ପୂଜାରା ଉତ୍ତମ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଇନିଙ୍ଗସରେ ୯୦ ଏବଂ ଦ୍ବିତୀୟ ଇନିଙ୍ଗସରେ ଶତକ ଲଗାଇଥିଲେ। ସେହିଭଳି ବୋଲିଂରେ କୂଲଦୀପ ଯାଦବ କମାଲ କରିଛନ୍ତି। କୂଲଦୀପ ପ୍ରଥମ ଇନିଙ୍ଗସରେ ୫ ଏବଂ ଦ୍ବିତୀୟ ଇନିଂସରେ ୩ ଓ୍ବିକେଟ ହାସଲ କରିଥିଲେ।

ବାଂଲାଦେଶକୁ ୫୧୩ ରନ୍‌ର ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ । ରବିବାର ପଞ୍ଚମ ଦିନରେ ୨୭୨/୬ରୁ ଖେଳ ଆରମ୍ଭ କରିଥିଲା ବାଂଲାଦେଶ । ହେଲେ ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ଅଧିକ ସମୟ ଧରି ସାମ୍ନା କରିପାରି ନଥିଲେ ବାଂଲାଦେଶ ବ୍ୟାଟର । ଖେଳ ଆରମ୍ଭରୁ ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ ମେହଦୀ ହସନ ମିରାଜ । ସେ କେବଳ ୧୩ ରନ୍‌ରେ ଆଉଟ୍ ହୋଇଥିଲେ। ସେହିପରି ସାକିବ୍ ଅଲ୍ ହସନ ୮୪ ରନ୍ କରିଥିଲେ। ହେଲେ କୂଲଦୀପଙ୍କ ସ୍ପିନ୍ ବୋଲିଂଙ୍କୁ ସାମ୍ନା କରି ପାରିନଥିଲେ ସାକିବ । କୂଲଦୀପ ଶିକାର ହୋଇ ପାଭେଲିୟନକୁ ଯାଇଥିଲେ । ପରେ ଏବାଦତ୍ ହୁସୈନଙ୍କୁ ଆଉଟ୍ ମଧ୍ୟ ଆଉଟ୍ କରିଥିଲେ କୂଳଦୀପ । ଶେଷରେ ଅକ୍ଷର ପଟେଲ ତଇଜୁଲ ଇସଲାମଙ୍କ ଓ୍ବକେଟ୍ ନେଇ ବାଙ୍ଗଲାଦେଶକୁ ପରାଜୟ ରାସ୍ତା ଦେଖାଇଥିଲେ। ଅକ୍ଷର ପଟେଲ ଏହି ଇନିଂସରେ ୪ ଓ୍ବିକେଟ୍ ହାସଲ କରିଛନ୍ତି । ବାଂଲାଦେଶ ୧୧୩.୨ ଓଭରରେ ୩୨୪ ରନର କରି ପରାସ୍ତ ହୋଇଛି । ତେବେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ୨୨ ଡିସେମ୍ବରରେ ଢାକାରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.