India vs Australia, 2nd T20I: ରୋହିତଙ୍କ ଜବରଦସ୍ତ ବ୍ୟାଟିଂ, ଶେଷ ବେଳକୁ ଛକ୍କା, ଚୌକା ମାରି ମ୍ୟାଚ୍ ଜିତାଇଲେ ଫିନିଶର ଦିନେଶ କାର୍ତ୍ତିକ

Published By : Prameya-News7 Bureau | September 23, 2022 IST

ନୂଆଦିଲ୍ଲୀ: ଆଜି ନାଗପୁର ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ ମ୍ୟାଚ୍ ଦେଖିବାକୁ ମିଳିଛି। ଆଜି ପୁଣିଥରେ ନିଜକୁ ବେଷ୍ଟ ଫିନିଶର ବୋଲିଂ ପ୍ରମାଣିତ କରିଛନ୍ତି ଦିନେଶ କାର୍ତ୍ତିକ। ଶେଷ ବଲ୍‌ରେ ଛକ୍କା ଚୌକା ମାରି ମ୍ୟାଚ୍‌ ଜିତାଇଲେ ଡିକେ। ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ୯୧ ରନ୍‌ର ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ। ଯାହାକୁ ୪ ୱିକେଟ୍ ବିନିମୟରେ ୭.୧ ଓଭର ଖେଳି ପୂରା କରି ନେଇଛି ଟିମ୍ ଇଣ୍ଡିଆ। ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ରନ୍‌ ୪୬ ରନ୍ କରିଥିବା ବେଳେ ଦିନେଶ କାର୍ତ୍ତିକ ୨ବଲ୍‌ରେ ୧୦ ରନ୍‌ କରିଥିଲେ। ସେହିପରି କେଏଲ୍ ରାହୁଲ ମଧ୍ୟ ୧୦ ରନ୍ କରିଥିଲେ।

ମ୍ୟାଚ୍ ଜିତିବା ପରେ ରୋହିତଙ୍କ ରିଆକ୍ସନ-

wp:html /wp:html

ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ସବୁଠାରୁ ସଫଳ ବୋଲର ହୋଇଥିଲେ। ସେ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ମାତ୍ର ୧୬ ରନ୍ ଦେଇଥିଲେ। ସେହିପରି ପ୍ୟାଟ୍ କମିନ୍ସ ୨୩ ରନ୍ ଦେଇଥିବା ବେଳେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆର ୯୧ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଭାରତ ବି ଜବରଦସ୍ତ ଆରମ୍ଭ ଦେଇଥିଲା। ଓପନିଂ କରିବାକୁ ଆସିଥିବା ରୋହିତ ଶର୍ମା ଓ କେଏଲ୍ ରାହୁଲ ଛକ୍କା ବର୍ଷା କରିଥିଲେ। ଜସ୍ ହେଜେଲଉଜଡଙ୍କ ପ୍ରଥମ ଓଭରରେ ରୋହିତ ଦୁଇଟି ଛକ୍କା ମାରିଥିବା ବେଳେ ରାହୁଲ ଗୋଟିଏ ଛକ୍କା ମାରିଥିଲେ। ଫଳରେ ପ୍ରଥମ ଓଭରରେ ହିଁ ଭାରତ ବିନା କୌଣସି ୱିକେଟ୍ ହରାଇ ୨୦ ରନ୍ କରିଥିଲା।

ଦ୍ୱିତୀୟ ଓଭର ବୋଲଂ କରିବାକୁ ଆସିଥିବା ପ୍ୟାଟ୍ କମିନ୍ସ ରନ୍ ଚାପିବାକୁ ଚେଷ୍ଟା କରିଥିଲେ। ପ୍ରଥମ ଦୁଇ ବଲ୍ ଡଟ୍ ହେବା ପରେ ତୃତୀୟ ବଲ୍‌ରେ ଛକ୍କା ମାରିଥିଲେ ରୋହିତ୍। ଦ୍ୱିତୀୟ ଓଭର ମାତ୍ର ୯ ରନ୍ ହୋଇପାରିଥିଲା ମୋଟ ୩୦ ରନ୍ ସଂଗ୍ରହ କରିଥିଲା ଟିମ୍ ଇଣ୍ଡିଆ। ତୃତୀୟ ଓଭର କରିବାକୁ ଆସିଥିବା ଆଡାମ ଜାମ୍ପା ଚତୁରତାର ସହ ବୋଲିଂ ପ୍ରଦର୍ଶନ କରିଥିଲେ। ତେବେ ରୋହିତ ତାଙ୍କୁ ବି ଛକ୍କା ମାରିଥିଲେ।

ଫିନିଶର ଡିକେଙ୍କ ଫିନିଶ ଶଟ୍-

wp:html /wp:html

କିନ୍ତୁ ଜାମ୍ପାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଥିଲା। ବଡ଼ ଶଟ୍ ମାରିବାକୁ ଯାଇ ଜାମ୍ପାଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ କେଏଲ୍ ରାହୁଲ। ୬ ବଲ୍‌ ଖେଳି ମାତ୍ର ୧୦ ରନ୍ କରି ଆଉଟ ହୋଇଥିଲେ ରାହୁଲ୍। ରାହୁଲଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ କୋହଲି। ୩ ଓଭର ଖେଳ ଶେଷ ସୁଧା ଟିମ୍ ଇଣ୍ଡିଆ ୧ ୱିକେଟ ହରାଇ ୪୦ ରନ୍ କରିଥିଲା।

ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିବା ଡାନିଏଲ ସାମ୍ସ ମଧ୍ୟ ଜାମ୍ପାଙ୍କ ପରି ରନ୍ ଚାପିବାକୁ ଚେଷ୍ଟା କରିଥିଲେ। ସାମ୍ସଙ୍କ ଓଭରରେ ରୋହିତ ବଡ଼ ଶଟ୍ ମାରିବାରେ ବିଫଳ ହୋଇଥିଲେ। ତେବେ ରୋହିତ ଓ ବିରାଟ ଗୋଟିଏ ଲେଖାଏ ଚୌକା ମାରିଥିଲେ। ଫଳରେ ୪ ଓଭର ଖେଳ ସୁଧା ଭାରତ ୫୧ ରନ୍ କରିଥିଲା।

ପଞ୍ଚମ ଓଭରେ ପୁଣି ବୋଲିଂ କରିବାକୁ ଆସିଥିଲେ ଜାମ୍ପା। ତାଙ୍କର ପ୍ରଥମ ବଲକୁ ବିରାଟ ଚୌକା(୧୧) ମାରିବା ପରେ ଦ୍ୱିତୀୟ ବଲ୍‌ରେ ବୋଲ୍ଡ ହୋଇଥିଲେ। ତୃତୀୟ ବଲ୍‌ରେ ସୂର୍ଯ୍ୟ କୁମାର ଯାଦବ ଏଲ୍‌ବିଡବ୍ଲୁ ହୋଇଥିଲେ। ସୂର୍ଯ୍ୟଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତେବେ ଜାମ୍ପାଙ୍କର ଏହି ଓଭର ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଥିଲା। ୫ ଓଭର ଖେଳ ସୁଧା ଭାରତ ୫୮ ରନ୍ କରି ୩ ୱିକେଟ୍ ହରାଇଥିଲା। ଏହି ସମୟରେ ମ୍ୟାଚ୍ ଜିତିବାକୁ ୧୮ ବଲ୍‌ରେ ୩୩ ରନ୍‌ର ଆବଶ୍ୟକତା ଥିଲା।

ରୋହିତଙ୍କ ବାଉଣ୍ଡ୍ରୀ ବର୍ଷା-

wp:html /wp:html

ଏପଟେ ରୋହିତ ଶର୍ମା କିନ୍ତୁ ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ଷଷ୍ଠ ଓଭର ବୋଲିଂ କରିବାକୁ ଆସିଥିବା ସିନ ଆବୋଟଙ୍କୁ ଲଗାତର ଦୁଇଟ ଚୌକା ମାରିଥିଲେ ରୋହିତ। ତେବେ ତାଙ୍କ ଓଭରରେ ମାତ୍ର ୧୦ ରନ୍ ହୋଇପାରିଥିଲା। ୬ ଓଭର ଖେଳ ଶେଷ ସୁଧା ଭାରତ ୩ ୱିକେଟ୍ ବିନିମୟରେ ୬୯ ରନ୍ କରିଥିଲା। ଜିତିବାକୁ ୧୨ ବଲ୍‌ରେ ୨୨ ରନ୍‌ ଆବଶ୍ୟକ ଥିଲା। ଏହାପରେ ସପ୍ତମ ଓଭର ବୋଲିଂ କରିବାକୁ ଆସିଥିଲେ ପ୍ୟାଟ୍ କମିନ୍ସ। ପ୍ରଥମ ବଲ୍ ୱାଇଟ୍ ଦେବା ପରେ ତାଙ୍କୁ ଚୌକା ମାରିଥିଲେ ପାଣ୍ଡ୍ୟା।

ହେଲେ ପଞ୍ଚମ ବଲ୍‌ରେ ଭୁଲ୍ ଶଟ୍ ଖେଳି ଅଧିନାୟକ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ ପାଣ୍ଡ୍ୟା। ଚତୁର୍ଥ ଓିକେଟ୍ ପାଇଁ ଆସିଥିଲେ ଫିନିଶର ଦିନେଶ କାର୍ତ୍ତିକ। ତେବେ କମିନ୍ସଙ୍କ ଓଭରରେ ୧୨ ରନ୍ ସଂଗ୍ରହ କରିନେଇଥିଲା ଟିମ୍ ଇଣ୍ଡିଆ। ୭ ଓଭରରେ ଭାରତ ୮୨ ରନ୍ କରିଥିବା ବେଳେ ଶେଷ ଓଭରରେ ମ୍ୟାଚ୍ ଜିତିବାକୁ ମାତ୍ର ୯ ରନ୍ ବାକିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ସିନ ଆବୋଟ୍ଟ। ଆସୁ ଆସୁ ତାଙ୍କୁ ପ୍ରଥମ ବଲ୍‌ରେ ଛକ୍କା ମାରି ସ୍ୱାଗତ କରିଥିଲେ କାର୍ତ୍ତିକ। ଆଉ ଦ୍ୱିତୀୟ ବଲ୍‌ରେ ଚୌକା ମାରି ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତାଇଥିଲେ ଡିକେ। ୭.୨ ଓଭର ୪ ୱିକେଟ୍ ବିନିୟମରେ ୯୨ ରନ୍‌ କରି ମ୍ୟାଚ୍ ଜିତିଥିଲା ଭାରତ। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଫଳାପଳ ୧-୧ରେ ବରାବର ରହିିଛି। ଆସନ୍ତା ୨୫ ତାରିଖରେ ସିରିଜର ଶେଷ ମ୍ୟାଚ୍ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.