scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶେଷ ଟି-୨୦ରେ କଙ୍ଗାରୁ ହାତରୁ ବିଜୟ ଛଡ଼ାଇ ଆଣିଲା ଭାରତ, ୪-୧ରେ ସିରିଜ ଜିତିଲା ସୂର୍ଯ୍ୟ ବିଗ୍ରେଡ

3/12/2023 at 10:39 PM

ବେଙ୍ଗାଲୁରୁ: ରୋମାଞ୍ଚର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ଯୁବ ଟିମ୍ ଇଣ୍ଡିଆ। ଶେଷ ଓଭରରେ ଶାଣିତ ବୋଲିଂ କରି ହିରୋ ସାଜିଲେ ଅର୍ଶଦୀପ ସିଂ। ଅଷ୍ଟ୍ରେଲିଆକୁ ଶେଷ ଓଭରରେ ଜିତିବା ପାଇଁ ଦରକାର ଥିଲା ୧୦ ରନ। ହେଲେ ଅର୍ଶଦୀପ ମାତ୍ର ୩ ରନ ଦେଇ କଙ୍ଗାରୁ ହାତରୁ ବିଜୟ ଛଡ଼ାଇ ଆଣିଛନ୍ତି। ଏଥିସହ ପଞ୍ଚମ ଟି-୨୦ ମ୍ୟାଚ୍‌କୁ ଜିତି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୪-୧ରେ ହାତେଇ ନେଇଛି। ଶେଷ ଟି-୨୦ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶ୍ରେୟସ ଆୟରଙ୍କ ୫୩ ରନ, ଅକ୍ଷର ପଟେଲଙ୍କ ୩୧ ରନ ଓ ଜିତେଶ ଶର୍ମାଙ୍କ ୨୪ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୬୦ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ୮ ଓ୍ଵିକେଟ୍ ହରାଇ ୧୫୪ ରନରେ ସୀମିତ ରହିଥିଲା।  ବେନ ମ୍ୟାକଡର୍ମଟ ୫୪ ରନ, ଟ୍ରେଭିସ୍ ହେଡ୍ ୨୮ ରନ ଓ ଅଧିନାୟକ ମାଥ୍ୟୁ ଓ୍ଵେଦ ୨ ରନ କରିଥିଲେ ହେଁ ତାହା ଦଳ ବିଜୟ ପାଇଁ ଯଥେଷ୍ଟ ନ ଥିଲା। ଭାରତ ପକ୍ଷରୁ ମୁକେଶ କୁମାର ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।

୧୬୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ ହେଁ ୨୨ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଜୋସ୍ ଫିଲିପ(୪) ମୁକେଶ କୁମାରଙ୍କ ବଲରେ ଆଉଟ୍ ହୋଇଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା ଟ୍ରେଭିସ୍  ହେଡଙ୍କୁ ବୋଲ୍ଡ କରି ରବି ବିଷ୍ଣୋଇ ଭାରତକୁ ବଡ଼ ସଫଳତା ଦେଇଥିଲେ। ହେଡ୍ ୧୮ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୨୮ ରନ କରିଥିଲେ। ଏହା ପରେ ଆରୋନ ହାର୍ଡି(୬) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ତେବେ ବେନ ମ୍ୟାକ ଡର୍ମେଟ୍ ଓ ଟିମ୍ ଡେଭିଡ୍ ଦ୍ରୁତ ବ୍ୟାଟିଂ ଜାରି ରଖି ଚତୁର୍ଥ ଓ୍ଵିକେଟ୍ ପାଇଁ ୪୭ ରନ ଯୋଡ଼ିଥିଲେ। ଦଳ ଆବଶ୍ୟକ ରନ ହାର ସଂଗ୍ରହ କରି ବିଜୟ ଆଡ଼କୁ ଅଗ୍ରସର ହେଉଥିଲା।

Image
BCCI

ହେଲେ ଭାରତ ଠିକ୍ ସମୟରେ ଓ୍ଵିକେଟ୍ ନେଇ ମ୍ୟାଚ୍‌କୁ ନିଜ ସପକ୍ଷକୁ ଟାଣିବାରେ ସଫଳ ହୋଇଥିଲେ। ଟିମ ଡେଭିଡ(୧୭)ଙ୍କ ପରେ ବେନ ମ୍ୟାକଡର୍ମେଟ୍ ଆଉଟ୍ ହେବା ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଥିଲା। ବେନ ୩୬ ବଲ୍‌ରୁ ୫ ଛକା ସହ ୫୪ ରନ କରିଥିଲେ। ମାଥ୍ୟୁ ସର୍ଟ ୧୬ ରନ କରିଥିଲେ ହେଁ ଶୀଘ୍ର ଆଉଟ୍ ହୋଇଥିଲେ। ତଥାପି ଅଷ୍ଟ୍ରେଲିଆ ଦ୍ରୁତ ବ୍ୟାଟିଂ କରି ବିଜୟର ଦ୍ଵାର ଦେଶରେ ପହଞ୍ଚିଥିଲା। କିନ୍ତୁ ଭାରତୀୟ ଦ୍ରୁତ ବୋଲର ମ୍ୟାଚ୍ ଶେଷ ଆଡ଼ୁ ଶାଣିତ ବୋଲିଂ କରି ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ସୁଯୋଗ ଦେଇ ନଥିଲେ। ଅଧିନାୟକ ମାଥ୍ୟୁ ଓ୍ଵେଦ ଶେଷ ଓଭରରେ ୧୦ ରନ ଥିଲେ ମଧ୍ୟ ସଂଗ୍ରହ କରି ପାରି ନ ଥିଲେ। ଅର୍ଶଦୀପ ମାତ୍ର ୩ ରନ ଦେଇ କଙ୍ଗାରୁ ହାତରୁ ବିଜୟ ଛଡ଼ାଇ ଆଣିଥିଲେ। ଓ୍ଵେଦ ୨୨ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। ଶେଷରେ କଙ୍ଗାରୁ ଦଳ ୮ ଓ୍ଵିକେଟ୍ ହରାଇ ୧୫୪ ରନରେ ସୀମିତ ରହିଥିଲା।

ବୋଲିଂରେ ଭାରତ ପକ୍ଷରୁ ମୁକେଶ କୁମାର ୩୨ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଏଥିସହ ଅର୍ଶଦୀପ ସିଂ ୪୦ ରନ ଦେଇ ୨ଟି ଓ ରବି ବିଷ୍ଣୋଇ ୨୯ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅକ୍ଷର ପଟେଲ୍ ମାତ୍ର ୧୪ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇ କଙ୍ଗାରୁ ବ୍ୟାଟରଙ୍କ ଉପରେ ଅଙ୍କୁଶ ଲଗାଇଥିଲେ।

   Related Posts