ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଜିତିଲା ଭାରତ
17/03/2023 at 8:46 PM

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଜିତିଲା ଭାରତ। ଆଜିର ମ୍ୟାଚ୍ରେ ଘରୋଇ ଦଳ ଅଷ୍ଟ୍ରେଲିଆ ଠାରୁ ୫ ୱିକେଟ୍ରେ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଉଥିବା ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୮୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଜବାବରେ ଭାରତ ୫ ୱିକେଟ୍ ହରାଇ ୩୯.୫ ବଲ୍ରେ ୧୯୧ ରନ୍ କରି ମ୍ୟାଚ୍ ଜିତି ନେଇଛି।
ଭାରତ ପକ୍ଷରୁ କେଏଲ୍ ରାହୁଲ ସର୍ବାଧିକ ୭୫ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୪୫ ରନ୍ କରିଥିଲେ। ଉଭୟ ବ୍ୟାଟର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ମ୍ୟାଚ୍ ଜିତାଇଥିଲେ। ଆଜିର ମ୍ୟାଚ୍ରେ ଭାରତ ଓପନିଂ ଅର୍ଡର ଫେଲ୍ ମାରିଥିଲା। ଇଶାନ କିଶନ(୩), ଶୁଭମନ ଗିଲ(୨୦) ଓ ବିରାଟ କୋହଲି(୪) ଓ ସୂର୍ଯ୍ୟ କୁମାର ଯାଦବ(୦) ଫେଲ୍ ମାରିଥିଲେ। ଏହି ସମୟରେ ଭାରତ ମ୍ୟାଚ୍ ହାରିଯିବ ଲାଗୁଥିଲା।
କେଏଲ୍ ରାହୁଲଙ୍କ ସହ ମିଶି ଜାଡ଼େଜା ମ୍ୟାଚ୍ର ମ୍ୟାଚ୍ ଜିତାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ସହଯୋଗ କରି ମଧ୍ୟ ବେଶି ସମୟ ପଡ଼ିଆରେ ତିଷ୍ଟି ପାରିନଥିଲେ। ମାତ୍ର ୨୫ ରନ୍ କରି ସେ ବି ଆଉଟ ହୋଇଯାଇଥିଲେ। ରାହୁଲ ଓ ଜାଡ଼େଜା ମିଶି ଶେଷ ପର୍ଯ୍ୟନ୍ତ ଭାରତକୁ ମ୍ୟାଚ୍ ଜିତାଇଥିଲେ।
ବ୍ୟାଟିଂ ବେଳେ ବିପର୍ଯ୍ୟୟର ସାମ୍ନା କରିଥିବା ଅଷ୍ଟ୍ରେଲିଆ କିନ୍ତୁ ଆରମ୍ଭରୁ କଡ଼ା ବୋଲିଂ କରିଥିଲା। ଦଳ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ମାର୍କସ୍ ଷ୍ଟୋଇନିସ୍ ୨ଟି ୱିକେଟ୍ ନେଇଥିଲେ। ଅନ୍ୟ କୌଣସି ବୋଲ ୱିକେଟ୍ ନେବାରେ ସଫଳ ହୋଇ ନଥିଲେ।
ଅନ୍ୟପଟେ ଆଜି ଭାରତ କିନ୍ତୁ ଉତ୍ତମ ବୋଲିଂ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆ ଟିମ୍କୁ ପାଣି ପିଆଇ ଦେଇଥିଲେ ଦ୍ରୁତ ବୋଲର ମହମ୍ମଦ ଶାମୀ ଓ ମହମ୍ମଦ ସିରାଜ। ଉଭୟ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଡ଼େଜା ୨ଟି ୱେକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।