scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WI vs IND: ପ୍ରଥମ ଦିନିକିଆରେ ୱେଷ୍ଟ ଇଣ୍ଡିଜ୍ ଠାରୁ ୫ ୱିକେଟ୍‌ରେ ଜିତିଲା ଭାରତ

27/07/2023 at 11:17 PM

ବ୍ରିଜ୍‌ଟାଉନ୍: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଜିତିଲା ଭାରତ। ହେଲେ ୧୧୪ ରନ୍‌ର ଟାର୍ଗେଟ୍ ପୂରା କରିବାକୁ ଭାରତକୁ ୫ ୱିକେଟ୍ ହରାଇବାକୁ ପଡ଼ିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ମାତ୍ର ୨୦ ଓଭରରେ ୧୧୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ଘରୋଇ ଦଳ। ଜବାବରେ ଭାରତୀୟ ଟିମ୍ ୨୨.୫ ଓଭରରେ ୫ ୱିକେଟ୍ ହରାଇ ୧୧୮ ରନ୍ କରି ନେଇଛି।

ଭାରତ ପକ୍ଷରୁ ଇଶାନ କିଶନ ସର୍ବାଧିକ ୫୨ ରନ୍ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୧୯ ଓ ରବିନ୍ଦ୍ର ଜାଡ଼େଜା ୧୬ ରନ୍ କରିଛନ୍ତି। ସେହିପରି ଅଧିନାୟକ ରୋହିତ ଶର୍ମା ୧୨ ରନ କରିଥିଲେ। ତେବେ ୧୧୪ ରନ୍‌ର ଟାର୍ଗେଟ୍ ପୂରା କରିବାକୁ ଭାରତକୁ ଝାଳ ବୁହାଇବାକୁ ପଡ଼ିଥିଲା। ଟିମ୍‌ର ଲଢ଼ୁଆ ବ୍ୟାଟରମାନେ ସହଜରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ।

୩.୬ ଓଭରରେ ପ୍ରଥମେ ଶୁଭମନ ଗିଲ୍‌(୧୬ ବଲ ୭ ରନ୍)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ୧୦.୫ ଓଭରେରେ ସୂର୍ଯ୍ୟ କୁମାର ଯାଦବ(୨୫ ବଲ୍‌ରେ ୧୯), ୧୩.୧ ହାର୍ଦ୍ଦିକ ପାଣ୍ଡ୍ୟ(୫), ୧୬.୨ ଓଭରରେ ଇଶାନ କିଶାନ(୪୬ ବଲରେ ୫୨), ୧୭.୨ ଓଭରରେ ଶାର୍ଦୁଲ ଠାକୁର ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ବେଳକୁ ରବିନ୍ଦ୍ର ଜାଡ଼େଜା ଓ ରୋହିତ ଶର୍ମା ମ୍ୟାଚ୍ ଜିତାଇଥିଲେ।

   Related Posts