scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆୟରଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ, ସିରିଜରେ ୨-୦ରେ ଆଗୁଆ ବୁମରା ବାହିନୀ

20/08/2023 at 11:01 PM

ଡବଲିନ: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଏଠାରେ ଖେଳା ଯାଇଥିବା ଦ୍ଵିତୀୟ ଟି-୨୦ ମୁକାବିଲାରେ ଆୟରଲାଣ୍ଡକୁ ୩୩ ରନରେ ହରାଇଛି ଭାରତୀୟ ଯୁବ ଦଳ। ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଜିତିବା ସହ ଭାରତ ୨-୦ରେ ଆଗୁଆ ରହିଛି। ଆୟରଲାଣ୍ଡର ବ୍ୟାଟର ଆଣ୍ଡ୍ର୍ୟୁ ବଲବିର୍ଣ୍ଣେଙ୍କ ଲଢୁଆ ୭୨ ରନର ଇନିଂସ ନିଷ୍ଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ଋତୁରାଜ ଗାଏକଓ୍ଵାଡ଼ଙ୍କ ୫୮ ରନ, ସଞ୍ଜୁ ସାମସନଙ୍କ ବିସ୍ଫୋରକ ୪୦ ରନ ଏବଂ ରିଙ୍କୁ ସିଂଙ୍କ ୩୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୫ ରନ କରିଥିଲା। ଜବାବରେ ଘରୋଇ ଦଳ ମଧ୍ୟକ୍ରମ ବ୍ୟାଟରଙ୍କ ବିଫଳତା ଯୋଗୁଁ ୮ ଓ୍ଵିକେଟ୍ ହରାଇ ୧୫୨ ରନ କରି ପାରିଛି। ଆଣ୍ଡ୍ର୍ୟୁ ବଲବିର୍ଣ୍ଣେ ୭୨ ରନ କରିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି। ଭାରତ ପକ୍ଷରୁ ବୋଲିଂରେ ପ୍ରସିଦ୍ଧ କ୍ରିଷ୍ଣା ୨ଟି ସଫଳତା ପାଇଛନ୍ତି। ୩ୟ  ଟି-୨୦ ମ୍ୟାଚ୍ ଅଗଷ୍ଟ ୨୩ ତାରିଖରେ ସେହି ଡବଲିନରେ ଖେଳାଯିବ।

୧୮୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଆୟରଲାଣ୍ଡ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ତୃତୀୟ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ଅଧିନାୟକ ପଲ ଷ୍ଟିର୍ଲିଂ(୦) ଓ ଲୋରକାନ ଟକର(୦)ଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ହାରି ଟେକ୍ଟର(୭) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଅନ୍ୟପଟେ ଆଣ୍ଡ୍ର୍ୟୁ ବଲବିର୍ଣ୍ଣେ କ୍ରିଜରେ ଜମି ରହି ଦଳର ଇନିଂସ ସମ୍ଭାଳିଥିଲେ। କର୍ଟିସ ଚାମ୍ପର(୧୮) ଓ ଜର୍ଜ ଡକ୍ରେଲ(୧୩) ଆଉଟ୍ ହୋଇଥିଲେ। ଷଷ୍ଠ ବ୍ୟାଟର ଭାବେ ପାଭିଲିୟନ ଫେରିଥିଲେ ଆଣ୍ଡ୍ର୍ୟୁ ବଲବିର୍ଣ୍ଣେ। ସେ ୫୧ ବଲ୍‌ରୁ ୫ ଚୌକା ଓ ୪ ଛକା ସହ ୭୨ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ମାର୍କ ଆଡେର ୨୩ ରନ କରିଥିଲେ। ଶେଷରେ ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ୧୫୨ ରନ କରି ପାରିଛି।

Image

ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅଧିନାୟକ ଯଶପ୍ରୀତ ବୁମରା ୧୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ସେହିପରି ପ୍ରସିଦ୍ଧ କ୍ରିଷ୍ଣା ୨୯ ଓ ରବି ବିଷ୍ଣୋଇ ୩୭ ରନ ବ୍ୟୟ କରି ପ୍ରତ୍ୟେକ ୨ଟି ଲେଖାଏ ଓ୍ଵିକେଟ୍ ନେଇଛନ୍ତି।

ଭାରତ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଯଶସ୍ଵୀ ଜୟସଓ୍ଵାଲ ଓ ଋତୁରାଜ ଗାଏକଓ୍ଵାଡ ୨୯ ରନ ଯୋଡ଼ିଥିଲେ। ଜୟସଓ୍ଵାଲ(୧୮) ଆଉଟ୍  ହୋଇଥିଲେ। ତିଳକ ବର୍ମା(୧) ନିରାଶ କରିଥିଲେ। ଏହା ପରେ ଗାଏକଓ୍ଵାଡ଼ ଓ ସଞ୍ଜୁ ସାମସନ ବିସ୍ପୋରକ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ସଞ୍ଜୁ ସାମସନ ୨୬ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୪୦ ରନର ଦ୍ରୁତ  ବ୍ୟାଟିଂ କରି ପାଭିଲିୟନ ଫେରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ି ଦଳର ସ୍କୋରକୁ ୧୦୫ ରନରେ ପହଞ୍ଚାଇଥିଲେ। ଗାଏକଓ୍ଵାଡ଼ ୪୩ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୫୮ ରନର ଇନିଂସ ଖେଳିଥିଲେ।

BCCI

ଏହା ପରେ ରିଙ୍କୁ ସିଂ ଓ ଶିବମ ଦୁବେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରିଙ୍କୁ ସିଂ ମାତ୍ର ୨୧ ବଲ୍‌ରୁ ୨ ଚୌକା ଓ ୩ ଛକା ସହ ୩୮ ରନ କରିଥିବା ବେଳେ ଶିବମ ଦୁବେ ୨୨ ରନରେ ଅପରାଜିତ ଥିଲେ। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୫୫ ରନ ଯୋଡ଼ିବାରୁ ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୫ ରନରେ ପହଞ୍ଚିପାରିଛି।

   Related Posts