ହରାରେ: ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟ୍ ଦଳ ତୃତୀୟ ଟି-୨୦ ମ୍ୟାଚ୍ରେ ଘରୋଇ ଜିମ୍ବାଓ୍ଵେକୁ ୨୩ ରନରେ ହରାଇଛି। ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଧିନାୟକ ଶୁଭମନଗିଲଙ୍କ ୬୬ ରନ, ଋତୁରାଜ ଗାଏକ୍ଵାଡ଼ଙ୍କ ୪୯ ଓ ଯଶସ୍ଵୀ ଜୟସ୍ଵାଲଙ୍କ ୩୬ ରନ ବଳରେ ୪ ଓ୍ଵିକେଟ୍ ହରାଇ ୧୮୨ ରନ କରିଥିଲା। ଜବାବରେ ଜିମ୍ବାଓ୍ଵେ ସଂଘର୍ଷ କରି ୬ ଓ୍ଵିକେଟ୍ ବିନିମୟରେ ୧୫୯ ରନ କରି ପାରିଛି। ଡିଅନ ମେୟର୍ସ ୬୫ ରନର ଦମଦାର ଅପରାଜିତ ଇନିଂସ ଖେଳି ଥିଲେ ହେଁ ଦଳକୁ ଜିତାଇ ପାରି ନ ଥିଲେ ହେଁ ସମ୍ମାନ ରକ୍ଷା କରିଛନ୍ତି। କ୍ଲିଭ ମାଡାନଡେ ୩୭ ରନର ଇନିଂସ ଖେଳିଛନ୍ତି। ବୋଲିଂରେ ଓ୍ଵାଶିଂଟନ ସୁନ୍ଦର ୧୫ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
Also read: 'ଜେଣ୍ଟେଲମ୍ୟାନ' ଦ୍ରାବିଡ ଜିତିଗଲେ ହୃଦୟ, ବିସିସିଆଇରୁ ଅତିରିକ୍ତ ବୋନସ୍ ରାଶି ନେବାକୁ କରିଦେଲେ ମନା
୧୮୩ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଜିମ୍ବାଓ୍ଵେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୩୯ ରନ ସ୍କୋରରେ ଅଧା ବ୍ୟାଟର ପାଭିଲିୟନ ଫେରିଥିଲେ। ଭଲ ଫର୍ମରେ ଥିବା ବେସଲି ମଧେଓ୍ଵେରେ ୧ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ସିକନ୍ଦର ରାଜା ପୁଣି ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ୧୬ ରନ କରି ଆଉଟ୍ ହୋଇଥିଲେ। ୩୯ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ଥିବା ଜିମ୍ବାଓ୍ଵେକୁ କ୍ଲାଇଭ ମଣ୍ଡାଡେ ଓ ଡିୟୋନ ମାୟର୍ସ ମିଶି ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ଅଭିଷେକ ଶର୍ମା ଓ ଶିବମ ଦୁବେଙ୍କୁ ନିର୍ମମ ପ୍ରହାର କରିଥିଲେ।
ଏକଦା ୭ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯ ରନ କରିଥିବା ଜିମ୍ବାଓ୍ଵେର ସ୍କୋରକୁ ଏହି ଦୁଇ ବ୍ୟାଟର ୧୫ ଓଭରରେ ୧୧୦ ରନରେ ପହଞ୍ଚାଇଥିଲେ। ହେଲେ ଡେଥ ଓଭରରେ ଜିମ୍ବାଓ୍ଵେ ଦ୍ରୁତ ବ୍ୟାଟିଂ କରି ପାରି ନ ଥିଲା। ମଣ୍ଡାଡେ ୨୬ ବଲରେ ୩୭ ରନ ଓ ମାୟର୍ସ ଟି-୨୦ କ୍ୟାରିୟରରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ମାୟର୍ସ ୪୯ ବଲରୁ ୬୫ ରନ କରି ଅପରାଜିତ ଥିଲେ। ମାତ୍ର ଦଳକୁ ବିଜୟୀ କରିପାରି ନ ଥିଲେ।