IND vs AFG Asia Cup 2022: ଆଜି ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଫେଲ୍ ଆଫଗାନିସ୍ତାନ, ୧୦୧ ରନ୍ ଜିତିଲା ଭାରତ
8/09/2022 at 10:57 PM

ଦୁବାଇ: ଏସିଆ କପ୍ ୨୦୨୨ ସୁପର ୪ ମୁକାବିଲାରେ ଆଜି ଭାରତ ଆଫଗାନିସ୍ତାନକୁ ୧୦୧ ରନରେ ପରାସ୍ତ କରିଛି। ଆଜି ବୋଲିଂ ଭଳି ବ୍ୟାଟିଂରେ ବି ଫେଲ୍ ମାରିଛି ଆଫଗାନିସ୍ତାନ। କହିବାକୁ ଗଲେ ଆଜି ଆଫଗାନିସ୍ତାନ ଖେଳାଳି ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ତିନୋଟି ଯାକ ଫର୍ମାଟ୍ରେ ଖରାପ ପ୍ରଦର୍ଶନ କରିଛନ୍ତି। ଫଳରେ ଆଜିର ମ୍ୟାଚ୍କୁ ଭାରତ ୧୦୧ ରନ୍ରେ ଜିତି ନେଇଛି। ଆଫଗାନିସ୍ତାନ ପକ୍ଷରୁ ଇବ୍ରାହୀମ ଜଦ୍ରାନ* ୫୯ ବଲ୍ରେ ସର୍ବାଧିକ ୬୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ୨୦ ଅଙ୍କ ପାର୍ କରିପାରି ନଥିଲେ।
ଆଜି ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଓପନିଂ କରିବାକୁ ଆସିଥିବା ଅଧିନାୟକ କେଏଲ୍ ରାହୁଲ ଓ ବିରାଟ କୋହଲି ଜବରଦସ୍ତ ବ୍ୟାଟିଂ କରିଥିଲେ। ଆଜି ବିରାଟ ୬୧ ବଲ୍ରେ ୧୨୨ ରନ୍ କରି ଅପରାଜିତ ଥିବା ବେଳେ କେଏଲ୍ ରାହୁଲ ୪୧ ବଲ୍ରେ ୬୨ ରନ୍ କରି ଆଉଟ ହୋଇଥିଲେ। ଫଳରେ ଦଳ ୨୦ ଓଭର ଖେଳି ୨୧୩ ରନ୍ କରିଥିଲା। ୨୧୪ ରନ୍ର ଟାର୍ଗେଟ୍ ନେଇ ଖେଳ ଆରମ୍ଭ କରିଥିବା ଆଫଗାନିସ୍ତାନ ୨୦ ଓଭର ଖେଳି ୮ ୱିକେଟ୍ ବିନିମୟରେ ମାତ୍ର ୧୧୧ ରନ୍ କରିଥିଲା।
ଆଜି ବିରାଟ କୋହିଲ ଟି-୨୦ ଫର୍ମାଟରେ ବ୍ୟକ୍ତିଗତ ସର୍ବାଧିକ ରନ୍ କରିଥିବା ବେଳେ ପ୍ରାୟ ୧୦୨୦ ଦିନ ପରେ ଶତକ ହାସଲ କରିଥିଲେ। ଫଳରେ ଏହା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ୭୧ ତମ ଶତକ ହୋଇଛି।