Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍‌ରେ ହରାଇ ଭାରତ ଏସିଆ କପ୍ ଚାମ୍ପିଅନ, ଜିତିଲା ୮ମ ଥର ଟାଇଟଲ୍

17/09/2023 at 6:08 PM

କଲମ୍ବୋ: ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ପ୍ରେମଦାସା ଷ୍ଟାଡିୟମ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍‌ରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍‌ରେ  ହରାଇ ଚାମ୍ପିଅନ ହୋଇଛି। ଏଥିସହ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ ଜିତିଛି। ଏହା ପୂର୍ବରୁ ୨୦୧୮ରେ ଭାରତ ବାଂଲାଦେଶକୁ ହରାଇ ଶେଷ ଥର ଚାମ୍ପିଅନ ହୋଇଥିଲା। ଏହିପରି ୫ ବର୍ଷ ପରେ ଭାରତ ଟାଇଟଲ୍ ଜିତିଛି। ଆଜିର ଫାଇନାଲ୍‌କୁ ମିଶାଇ ଭାରତ ମୋଟ୍ ୧୧ ଥର ଏସିଆ କପ୍ ଫାଇନାଲ୍ ଖେଳି ୮ ଥର ଚାମ୍ପିଅନ ହୋଇଛି ଏବଂ ୩ ଥର ଉପ ବିଜେତା ରହିଛି। ଅନ୍ୟପଟେ ଶ୍ରୀଲଙ୍କା ୧୩ଥର ଫାଇନାଲ୍ ଖେଳି ୬ ଥର ଟ୍ରଫି ଜିତିଥିବା ବେଳେ ଆଜିର ପରାଜୟକୁ ମିଶାଇ ସପ୍ତମ ଥର ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହମ୍ମଦ ସିରାଜ୍ ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ କୁଲଦୀପ ଯାଦବ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।

ଫାଇନାଲ୍‌ ମୁକାବିଲାରେ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରିଛି ଶ୍ରୀଲଙ୍କା। ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ଘରୋଇ ଶ୍ରୀଲଙ୍କା ୧୫.୨ ଓଭରରେ ୫୦ ରନରେ ଅଲଆଉଟ୍ ହୋଇଛି। ଦିନିକିଆ କ୍ରିକେଟ୍ ଇତିହାସରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ଦ୍ଵିତୀୟ ସ୍କୋର ଥିଲା। କୁଶଳ ମେଣ୍ଡିସ ୧୭ ରନ ଓ ଦୁଶନ ହେମନ୍ତା ୧୩ ରନ କରିବାକୁ ସକ୍ଷମ ହୋଇଥିଲେ। ୫ ଜଣ ବ୍ୟାଟର ଖାତା ବି ଖୋଲି ପାରି ନଥିଲେ। ଜବାବରେ ଭାରତ ୬.୧ ଓଭରରେ ବିନା ଓ୍ଵିକେଟ୍‌ରେ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଇଶାନ କିଷନ ୨୩ ଓ ଶୁଭମନ ଗିଲ୍ ୨୭ ରନ କରି ଅପରାଜିତ ରହି ଦଳକୁ ଜିତାଇଛନ୍ତି। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ନିଜର ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରି ୨୧ ରନ ଦେଇ ୬ଟି ସଫଳତା ପାଇଛନ୍ତି। ଏଥିସହ  ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଅଧିକ ପଢନ୍ତୁ- ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ; ଫେରିଲେ ମାକ୍ସୱେଲ,ସ୍ମିଥ୍ ଓ ଷ୍ଟାର୍କ, ୨୨ରେ ମ୍ୟାଚ୍ ଆରମ୍ଭ

ବିଜୟ ଲକ୍ଷ୍ୟ ପିଛା କରି ଭାରତର ଦୁଇ ଓପନର ଶୁଭମନ ଗିଲ୍ ଓ ଇଶାନ କିଷନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ। ଉଭୟ ଅବିଭାଜିତ ପ୍ରଥମ ଓ୍ଵିକେଟ୍‌ରେ ୫୧ ରନ ଯୋଡ଼ି ୬.୧ ଓଭରରେ ଭାରତକୁ ୧୦ ଓ୍ଵିକେଟ୍‌ରେ ଜିତାଇଛନ୍ତି। ଇଶାନ କିଷନ ୧୮ ବଲ୍‌ରୁ ୩ ଚୌକା ସହ ୨୩ ଓ ଶୁଭମନ ଗିଲ୍ ୧୯ ବଲ୍‌ରୁ ୬ ଚୌକା ଜରିଆରେ ୨୭ ରନ କରି ଅପରାଜିତ ରହିଛନ୍ତି। ଗିଲ୍ ବିଜୟ ସୂଚକ ରନ କରିଛନ୍ତି।

Image

ଶ୍ରୀଲଙ୍କା ଇନିଂସ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ସ୍ଵପ୍ନରେ ସୁଦ୍ଧା ଭାବି ନ ଥିବ ଯେ ଆଜିର ଦିନଟି ସେମାନଙ୍କ ପାଇଁ ଏମିତି ରହିବ। ଦଳ ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଲା ଯେ, ଆଉ ଉଠି ପାରି ନ ଥିଲ।  ଦଳୀୟ ସ୍କୋର ୧ ରନରେ କୁଶଲ ପେରେରା(୦) ବୁମରାଙ୍କ ଶିକାର ହୋଇଥିଲେ। ଏହା ପରେ ମହମ୍ମଦ ସିରାଜଙ୍କ ଝଡ଼ରେ ବୋହିଥିଲା ଶ୍ରୀଲଙ୍କା। ପଥୁନ ନିଶଙ୍କା(୨), ସଦିରା ବିକ୍ରମା(୦), ଚରିଥ ଅସଲଙ୍କା(୦), ଧନଞ୍ଜୟ ଡି ସିଲଭା(୪) ଓ ଦସୁନ ଶନାଙ୍କା(୦) ସିରାଜଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ପାଭିଲିୟନ ଫେରିଥିଲେ। ଇନିଂସର ଚତୁର୍ଥ ଓଭରରେ ହିଁ ମହମ୍ମଦ ସିରାଜ  ୪ ବ୍ୟାଟରଙ୍କୁ ଆଉଟ୍ କରି ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଏହିପରି  ୧୨ ରନରେ ୬ ଓ୍ଵିକେଟ୍ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।  କୁଶଲ ମେଣ୍ଡିସ କିଛି ସମୟ କ୍ରିଜରେ ତିଷ୍ଠିବାକୁ ଚେଷ୍ଟା କରିଥିଲେ ହେଁ ସିରାଜଙ୍କ ବଲରେ ବୋଲ୍ଡ ହୋଇଥିଲେ। ସେ ୧୭ ରନ କରି ଆଉଟ୍ ହୋଇଥିଲେ। ଦୁନିଥ ଓ୍ଵେଲଲାଗେ(୮)  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଶେଷ ୨ଟି ଓ୍ଵିକେଟ୍ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ ସ୍କୋରରେ ଶ୍ରୀଲଙ୍କାର ଇନିଂସର ଅନ୍ତ ଘଟାଇଥିଲେ।

ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ନିଜର ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରି ୨୧ ରନ ଦେଇ ୬ଟି ସଫଳତା ପାଇଛନ୍ତି। ଏଥିସହ  ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ ଦେଇ ୩ଟି ଓ୍ଵିକେଟ୍ ଓ ଯଶପ୍ରୀତ ବୁମରା ୨୩ ରନରେ ଗୋଟିଏ ଓ୍ଵିକେଟ୍ ପାଇଛନ୍ତି। ଦ୍ରୁତ ବୋଲର ହିଁ ସମସ୍ତ ଓ୍ଵିକେଟ୍ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ।

   Related Posts