Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଓ୍ଵେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍‌ରେ ହରାଇଲା ଭାରତୀୟ ମହିଳା ଦଳ, ଟି-୨୦ବିଶ୍ଵକପ୍‌ରେ କ୍ରମାଗତ ୨ୟ ବିଜୟ

15/02/2023 at 10:01 PM

କେପଟାଉନ:  ଉଭୟ ବ୍ୟାଟିଂ ଏବଂ ବୋଲିଂରେ କମାଲ କଲେ ଭାରତୀୟ ମହିଳା କ୍ରିକେଟ୍ ଦଳ। ବିଶ୍ଵକପ୍‌ରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କଲା ଦଳ। ଦୀପ୍ତି ଶର୍ମାଙ୍କ ସୁନ୍ଦର ବୋଲିଂ ପରେ ରିଚା ଘୋଷଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଓ୍ଵେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଓ୍ଵେଷ୍ଟଇଣ୍ଡିଜ ଏସ ଟେଲରଙ୍କ ୪୨ ରନ ଏବଂ ଏସ କ୍ୟାମ୍ପବେଲ୍‌ଙ୍କ ୩୦ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୧୮ ରନ  କରିଥିଲା। ଜବାବରେ ରିଚା ଘୋଷଙ୍କ ଅପରାଜିତ ୪୪ ରନ ଏବଂ ହରମନପ୍ରୀତଙ୍କ ୩୩ ରନ ବଳରେ ଭାରତୀୟ ମହିଳା ଦଳ ୪ ଓ୍ଵିକେଟ୍  ହରାଇ ୧୮.୧ ଓଭରରେ ବିଜୟ  ହାସଲ କରି ନେଇଛି। ଶେଫାଳି ବର୍ମା ୨୮ ରନ ଇନିଂସ ଖେଳିଛନ୍ତି। ବୋଲିଂରେ ଦୀପ୍ତି ଶର୍ମା ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଏହି ବିଜୟ ସହ ଗ୍ରୁପ ବିରେ ଭାରତ ୪ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ସମାନ ୪ ପଏଣ୍ଟ ପାଇଥିଲେ ହେଁ ଉନ୍ନତ ରନ ବ୍ୟବଧାନରେ ପ୍ରଥମ ସ୍ଥାନରେ ରହିଛି ଇଂରେଜ ଦଳ।

୧୧୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଭାରତର ଦୁଇ ଓପନର ଶେଫାଳି ବର୍ମା ଏବଂ ସ୍ମୃତି ମନ୍ଧାନା ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍‌ ପାଇଁ ୩.୩ ଓଭରେ ୩୨ ରନ ଯୋଡିଥିଲେ। ତେବେ ମନ୍ଧାନା(୧୦ ରନ) ପାଭିଲିୟନ ଫେରିଥିଲେ। ପୂର୍ବ ମ୍ୟାଚ୍‌ର  ହିରୋ ଜେମିଆ ରୋଡ୍ରିଗ୍ସ(୧ ରନ) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। କ୍ରିଜରେ ସେଟ୍ ହୋଇ ଆସୁଥିବା ଶେଫାଳି ବର୍ମା ୨୩ ବଲ୍‌ରୁ ୫ ଚୌକା ସହ ୨୮ ରନ କରି ଆଉଟ୍ ହୋଇଥିଲେ। ୭.୧ ଓଭରରେ ୪୩ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ହରମନପ୍ରୀତ କୌର ଏବଂ ରିଚା ଘୋଷ ଦଳର ମଙ୍ଗ ସମ୍ଭାଳିଥିଲେ। ଦୁହେଁ ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଚତୁର୍ଥ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡିଥିଲେ ଦୁଇ ବ୍ୟାଟର।

ତେବେ ୧୧୫ ରନ ସ୍କୋରରେ ଅଧିନାୟକ ହରମନପ୍ରୀତ କୌର ୩୩ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ଗତ  ମ୍ୟାଚ୍‌ର ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ରିଚା ଘୋଷ ଆଜିର ମ୍ୟାଚ୍‌ରେ ବି ଦ୍ରୁତ ବ୍ୟାଟିଂ କରିଥିଲେ। ସେ ୩୨ ବଲ୍‌ରୁ ୫ ଚୌକା ସହ ୪୪ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଭାରତ ୧୮.୧ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ  ଲକ୍ଷ୍ୟ ହାସଲ କରିଛି।

   Related Posts