ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ମହିଳା ଟି-୨୦ ବିଶ୍ୱକପ୍‌: DL ମେଥଡ୍‌ରେ ଆୟରଲାଣ୍ଡକୁ ୫ ରନ୍‌ରେ ହରାଇ ସେମିଫାଇନ୍‌ରେ ସ୍ଥାନ ପକ୍କା କଲା ଭାରତ

20/02/2023 at 9:56 PM

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଆୟରଲାଣ୍ଡ ୫ ରନ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ ଚାଲିଥିବା ବେଳେ ବର୍ଷା ଯୋଗୁ ଖେଳକୁ ଅଧାରେ ରୋକିବାକୁ ପଡ଼ିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ନ ଛାଡ଼ିବାରୁ ଡିଏଲ୍‌ ମେଥଡ୍‌ରେ ଭାରତକୁ ବିଜୟୀ ଘୋଷଣା କରାଯାଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଛି।

ଭାରତ ପ୍ରଥମ ବ୍ୟାଟିଂ କରି ୧୫୫ ରନ୍‌ କରିଥିବା ବେଳେ ୧୫୬ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଆୟରଲାଣ୍ଡ। ଦଳ ୮.୨ ଓଭର ଖେଳି ୫୪ ରନ୍ କରି ଦୁଇ ୱିକେଟ୍ ହରାଇଥିଲା। ଏହି ସମୟରେ ବର୍ଷା ହେବାରୁ ଖେଳକୁ ମଝିରୁ ଅଟକାଇବାକୁ ପଡ଼ିଥିଲା। ଅଧଘଣ୍ଟା ପର୍ଯ୍ୟନ୍ତ ବର୍ଷା ନ ଥମିବାରୁ ଶେଷରେ ଖେଳକୁ ରଦ୍ଦ କରାଯାଇ ଡିଏଲ୍ ମେଥଡ୍‌ରେ  ଭାରତକୁ ବିଜୀୟ ଘୋଷଣା କରାଯାଇଥିଲା। ଏହି ବିଜୟ ସହ ଭାରତ ତୃତୀୟ ଦଳ ଭାବେ ମହିଳା ଟି-୨୦ ବିଶ୍ୱକପ୍‌ରେ ସେମିଫାଇନାଲ୍‌ରେ ପ୍ରବେଶ କରିଛି।

ଆୟରଲାଣ୍ଡ ପକ୍ଷରୁ ଆମି ହଣ୍ଟର ୧ କରି ରନ୍‌ ଆଉଟ୍ ହୋଇଥିବା ବେଳେ ଓର୍ଲା ପ୍ରିଣ୍ଡରଗାଷ୍ଟ ଖାତା ଖୋଲି ନପାରି ପ୍ୟାଭିଲିୟନ ଫେରିଯାଇଥିଲେ। ଦଳ ପକ୍ଷରୁ ଗେବି ଲୁଇସ ସର୍ବାଧିକ ୩୨ ରନ୍ କରି ବ୍ୟାଟିଂ ଜାରି ରଖିଥିବା ବେଳେ ବର୍ଷା ହୋଇଥିଲା।

ତେବେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଟି-୨୦ କ୍ୟାରିୟରରେ ଆଜି ତାଙ୍କର ସର୍ବାଧିକ ୮୭ ରନ୍ କରିଥିଲେ। ମନ୍ଧନାଙ୍କ ବ୍ୟାଟିଂ ବଳରେ ଭାରତ ୧୫୫ ରନ୍‌ର ସମ୍ମାନୀୟ ସ୍କୋର କରିପାରିଥିଲା।

ପଢ଼ନ୍ତୁ- ଇତିହାସ ରଚିଲେ ହରମନପ୍ରୀତ କୌର, ଅନ୍ତରାଷ୍ଟ୍ରୀୟ ଟି-୨୦ କ୍ରିକେଟରେ ଏପରି କରିବାରେ ଦୁନିଆର ପ୍ରଥମ ଖେଳାଳି

ଭାରତର ବୋଲିଂ-

ବର୍ଷା ଯୋଗୁ ଆଜିର ମ୍ୟାଚ୍ ବନ୍ଦ ହୋଇଯାଇଥିବା ବେଳେ ତଥାପି ୮ ପର୍ଯ୍ୟନ୍ତ ଖେଳ ଯାଇଥିଲା। ଭାରତୀୟ ଟିମ୍ ପକ୍ଷରୁ କେବଳ ରେଣୁକା ସିଂହ ଠାକୁର ଗୋଟିଏ ମାତ୍ର ୱିକେଟ୍ ନେବାରେ ସଫଳ ହୋଇଥିବା ବେଳେ ଅନ୍ୟ କୌଣସି ବୋଲର ୱିକେଟ୍ ନେଇପାରି ନଥିଲେ। ଭାରତରେ ବୋଲିଂ ପ୍ରଦର୍ଶନ ସେତେଟା ଆଖି ଦୃଶିଆ ନଥିଲା।  

ଭାରତର ବ୍ୟାଟିଂ

ଆଜିର ମ୍ୟାଚ୍‌ର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆୟରଲାଣ୍ଡକୁ ୧୫୬ ରନ୍‌ର ଟାର୍ଗେଟ୍ ଦେଇଥିଲା। ଭାରତ ପକ୍ଷରୁ କେବଳ ସ୍ମୃତି ମନ୍ଧାନା ହିଁ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ସେ ମାତ୍ର ୫୬ ବଲ୍‌ରେ ସର୍ବାଧିକ ୮୭ ରନ୍ କରିଥିଲେ। ତାଙ୍କ ପଛକୁ ଶେଫାଳୀ ବର୍ମା ୨୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ୨୦ ଅଙ୍କ ଛୁଇଁପାରି ନଥିଲେ। ତେବେ କ୍ୟାପ୍ଟେନ୍ ହରମନପ୍ରୀତ କୌର ମାତ୍ର ୧୩ ରନ୍ କରିବାରେ ଆଉଟ୍ ହୋଇଥିଲେ। ୧୦ ଓଭର ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ୍ ହରାଇ ୫୩ ରନ୍ କରିପାରିଥିଲା। ସେହିପରି ୧୫ ବେଳକୁ ଭାରତ ୧ ୱିକେଟ୍ ହରାଇ ୧୦୧ ରନ୍ କରିଥିଲା ଭାରତ। ଏହାପରେ ହରମନପ୍ରୀତ(୧୩), ଜେମିମା(୧୯) ଓ ଦୀପ୍ତୀ ଶର୍ମା ଖାତା ଖୋଲିପାରି ନଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୧୫୫ ରନ୍ କରିଥିଲା।

ଏହି ଖବରଟିକୁ ପଢ଼ନ୍ତୁ- ଏହି ଦୁଇ ଦଳ ମଧ୍ୟରେ ଖେଳା ଯାଇପାରେ WTCର ଫାଇନାଲ୍ ମ୍ୟାଚ୍, ସଙ୍କେତ ଦେଲା ICC

ହରମନପ୍ରୀତଙ୍କ ଡବଲ ରେକର୍ଡ

ଆୟରଲାଣ୍ଡ ବିପକ୍ଷରେ ଆଜିର ମ୍ୟାଚ୍ ଖେଳି ହରମନପ୍ରୀତ କୌର ନିଜର ୧୫୦ତମ ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅନ୍ତରାଷ୍ଟ୍ରୀୟ ଟି-୨୦ରେ ଏତେ ସଂଖ୍ୟାକ ମ୍ୟାଚ୍ ଖେଳିଥିବା ସେ ବିଶ୍ୱର ଓ ଭାରତର ପ୍ରଥମ କ୍ରିକେଟର ହୋଇଛନ୍ତି। ଏହା ପୂର୍ବରୁ ପୁରୁଷ କିମ୍ୱା ମହିଳା କ୍ରିକେଟର କୌଣସି ଖେଳାଳି ଟି-୨୦ରେ ୧୫୦ ମ୍ୟାଚ୍ ଖେଳି ନଥିଲେ।

ସେହିପରି ଆଉ ଏକ ରେକର୍ଡ ହେଲା ହରମନପ୍ରୀତ ଆଜି ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଟି-୨୦ରେ ୩ ହଜାର ରନ୍ ପୂରା କରିଛନ୍ତି। ଯଦିଓ ତାଙ୍କର ଆଜିର ପ୍ରଦର୍ଶନ ଖରାପ ଥିଲା। ତେବେ ବି ସେ ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡ କରିବାର ଗୌରବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ କୌଣସି ବି ଭାରତୀୟ ବ୍ୟାଟର ମହିଳା ଟି-୨୦ରେ ୩ ହଜାର ରନ୍ ପୂରା କରିପାରି ନଥିଲେ। ଏପରି କରିବାରେ ହରମନପ୍ରୀତ ଭାରତରେ ପ୍ରଥମ ମହିଳା କ୍ରିକେଟର ହୋଇଥିବା ବେଳେ ବିଶ୍ୱରେ ତୃତୀୟ ବ୍ୟାଟର ହୋଇଛନ୍ତି।

ଆୟରଲାଣ୍ଡ ବୋଲିଂ

ଆଜିର ମ୍ୟାଚ୍‌ରେ ଆରମ୍ଭରୁ କଡ଼ା ବୋଲିଂ ପ୍ରଦର୍ଶନ କରିଥିଲା ଆୟରଲାଣ୍ଡ। ଭାରତୀୟ ବ୍ୟାଟରମାନଙ୍କୁ ହାତ ଖୋଲିବାକୁ ଦେଇ ନଥିଲେ ବିପକ୍ଷ ବୋଲର। ଆୟରଲାଣ୍ଡର ଘାତକ ବୋଲିଂରେ ପୂରା ମ୍ୟାଚ୍‌ରେ ଭାରତ ମାତ୍ର ୬.୪୨ ହାର କିମ୍ବା ତାଠୁ ସାମାନ୍ୟ ଅଧିକ ହାରରେ ରନ୍ ସଂଗ୍ରହ କରିଥିଲା। ମନ୍ଧାନାଙ୍କୁ ଛାଡ଼ି ଦେଲେ କୌଣସି ଖେଳାଳିଙ୍କ ପ୍ରଦର୍ଶନ ଆଖି ଦୃଶିଆ ନଥିଲା। ଦଳ ପକ୍ଷରୁ ଲୌରା ଡିଲେନ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଓର୍ଲା ପ୍ରିଣ୍ଡରଗାଷ୍ଟ ୨ ୱିକେଟ୍ ନେଇଥିଲେ। ସେହିପରି ଆର୍ଲେନ୍ କେଲି ୨୮ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିପାରି ନଥିଲେ।

ପଢ଼ନ୍ତୁ-ରାହୁଲଙ୍କ ହାତରୁ ବଡ଼ ଦାୟିତ୍ୱ ଛଡ଼ାଇ ନେଲା ବିସିସିଆଇ, ଖରାପ ପ୍ରଦର୍ଶନ ଯୋଗୁଁ ନେଲା ନିଷ୍ପତ୍ତି

   Related Posts