ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରୁଶଦିଙ୍କ ଉପରେ ଆକ୍ରମଣକୁ ପ୍ରଥମ ଥର ନିନ୍ଦା କଲେ ଭାରତ ସରକାର, କହିଲେ-ଆମେ ସବୁବେଳେ ହିଂସା ବିରୋଧରେ

25/08/2022 at 10:41 PM

ନୂଆଦିଲ୍ଲୀ: ଗୁରୁବାର ଭାରତ ପ୍ରଥମ ଥର ପାଇଁ ଲେଖକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛି । ରୁଶଦିଙ୍କ ଶୀଘ୍ର ସୁସ୍ଥ କାମନା କରିବା ସହ ଏହି ଆକ୍ରମଣକୁ ଭାରତ ଦୃଢା ନିନ୍ଦା କରିଛି । ଏହା ଭାରତ ସରକାରଙ୍କ ପ୍ରଥମ ସରକାରୀ ପ୍ରତିକ୍ରିୟା । ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ନ୍ୟୁୟର୍କର ଚେଟାଉକ୍କା ସଂସ୍ଥାନରେ ଅଗଷ୍ଟ ୧୨ରେ ଏକ କାର୍ଯ୍ୟକ୍ରମ ସମୟରେ ୭୫ ବର୍ଷୀୟ ରୁଶଦିଙ୍କ ଉପରେ ଜଣେ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିଲେ।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ସପ୍ତାହିକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ସବୁବେଳେ ହିଂସା ଏବଂ କଟ୍ଟରପନ୍ଥ ବିରୋଧରେ ରହିଛି । ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଭୟାଭହ ଆକ୍ରମଣକୁ ଆମେ ନିନ୍ଦା କରୁଛୁ ଏହାସହ ତାଙ୍କ ଶୀଘ୍ର ସୁସ୍ଥ ହେବା କାମନା କରୁଛୁ ।

ରୁଶଦି ନିଜର ପ୍ରସିଦ୍ଧ ଉପନ୍ୟାସ The Satanic Versesକୁ ଇରାନ ୧୯୮୮ ମସିହାରେ ବ୍ୟାନ କରିଥିଲା। ଏହାପରେ ଇରାନର ତତ୍କାଳୀନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ରୁହୋଲ୍ଲା ୧୯୮୯ରେ ରୁଶଦିଙ୍କ ବିରୋଧରେ ଫତୱା ଜାରିଥିଲେ। ଏହି ଉପନ୍ୟାସ ଉପରେ ପ୍ରଥମେ ବ୍ୟାନ ଲଗାଇବାଥିବା କିଛି ଦେଶ ମଧ୍ୟରେ ଭାରତ ରହିଛି।

   Related Posts