AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ : ଶେଷ ମ୍ୟାଚ୍‌ରେ ଟସ୍ ଜିତି ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି , ଟି-ନଟରାଜନଙ୍କ ଡେବ୍ୟୁ

2/12/2020 at 9:08 AM

କାନବେରା ୦୨।୧୨: ଆଜି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିରିଜ୍‌ର ଶେଷ ଦିନିକିଆ ମ୍ୟାଚ୍‌ । ସିରିଜର ଶେଷ ମ୍ୟାଚରେ ଟସ୍‌ ଜିତିଲା ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ। ଆଉ କିଛି ସମୟ ପରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ । ସିରିଜ କବ୍‌ଜା କରିସାରିଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭାରତ ପାଇଁ ସମ୍ମାନ ବଞ୍ଚାଇବାକୁ ଶେଷ ସୁଯୋଗ ରହିଛି । ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ବିଜୟ ସହ ମନୋବଳ ବୃଦ୍ଧି କରିବାକୁ ଭାରତୀୟ ଦଳ ଯୋଜନା କରୁଛି ।

ଟିମ୍‌ ଇଣ୍ଡିଆ ଗୋଟିଏ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ମହମ୍ମଦ ଶାମିଙ୍କ ସ୍ଥାନରେ ଯୁବ ବାମହାତୀ ପେସ୍‌ ବୋଲର ଟି-ନଟରାଜନ ଆଜି ଦିନିକିଆରେ ଡେବ୍ୟୁ କରୁଛନ୍ତି। ସେହିପରି ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ୍‌ ଗିଲ୍, କୁଲଦୀପ ଯାଦବ ଓ ସର୍ଦ୍ଦୁଲ ଠାକୁର ଆଜିର ମ୍ୟାଚ୍‌ ଖେଳୁଛନ୍ତି।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ, ମାର୍ନୁସ ଲାବୁସେନ, ଷ୍ଟିଭ୍‌ ସ୍ମିଥ, ଗ୍ଲେନ୍‌ ମାକ୍ସଓ୍ବେଲ, ମୋଇସ୍‌ ହେନେରିକ୍ସ, ଆଲେକ୍ସ କ୍ୟାରୀ, କ୍ୟାମେରନ୍‌ ଗ୍ରିନ୍, ଆଷ୍ଟନ୍‌ ଅଗର, ସିନ୍‌ ଆବର୍ଟ, ଆଦାମ ଜାମ୍ପା, ଜୋଶ ହଜେଲଉଡ

ଟିମ୍‌ ଇଣ୍ଡିଆ: ଶିଖର ଧାଓ୍ବନ, ଶୁଭମନ୍‌ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡିଆ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ୍‌ ବୁମରା, ଟି-ନଟରାଜନ

   Related Posts