ମହିଳା ଟି-20 ବିଶ୍ବକପ୍‌ : ପୁନମ ଓ ଶିଖାଙ୍କ ଘାତକ ବୋଲିଂ, ପ୍ରଥମ ମ୍ୟାଚ୍‌ରେ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

Published By : Prameya-News7 Bureau | February 21, 2020 IST

ସିଡ୍‌ନି ୨୧।୦୨: ଆଜିଠାରୁ ଆରମ୍ଭ ହୋଇଛି ମହିଳା ଟି-ଟ୍ବେଣ୍ଟିଂ କ୍ରିକେଟ୍ ବିଶ୍ବକପ୍ । ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌କୁ ବିଜୟୀ ସହ ନିଜର ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୧୭ରନ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆ ଟିମ୍‌ ୧୯.୫ରେ ସମସ୍ତ ଓ୍ବିକେଟ ହରାଇ ୧୧୫ରନ୍‌ କରିବାକୁ ସମର୍ଥ ହୋଇଛି । ଭାରତ ପକ୍ଷରୁ ୨୦ଓଭରରେ ୧୩୨ରନ୍‌ର ଟାର୍ଗେଟ ଦେଇଥିଲା । ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇସାରିଛି ।

{"id":227211,"sizeSlug":"large"}

ଟସ୍‌ ହାରି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଭାରତ ପକ୍ଷରୁ ଶେଫାଳି ବର୍ମା ଓ ସ୍ମୃତି ମନ୍ଧନା ଓପନିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ଦଳୀୟ ସ୍କୋର ୪୧ରନ୍‌ ହୋଇଥିବା ସ୍ମୃତି ମାନ୍ଧନା ୧୦ ରନ୍‌ ଆଉଟ ହୋଇଯାଇଥିଲେ । ପରେ ପରେ ଦଳୀୟ ସ୍କୋର ୪୩ରନ୍‌ ହୋଇଥିବା ବେଳେ ୨ୟ ଓପନର ଶେଫାଳି ବର୍ମା ମଧ୍ୟ ୨୯ରନ୍‌ କରି ପାଭିଲିୟନ ଫେରିଯାଇଥିଲେ ।

{"id":227212,"sizeSlug":"large"}

ସେହିଭଳି ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଦିପ୍ତୀ ଶର୍ମା ସର୍ବାଧିକ ୪୯ରନ୍‌ କରି ଅପରାଜିତ ରହିଛନ୍ତି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ଜୋଇ ଜୋନାସନ ସର୍ବାଧିକ ୨ଟି ଓ୍ବିକେଟ ନେଇଥିବା ବେଳେ କେରି ଓ କେମିନ୍‌ସି ୧-୧ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।  

{"id":227213,"sizeSlug":"large"}

ଭାରତ ୧୩୨ରନ୍‌ ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିଲା କଙ୍ଗାରୁ ଦଳ। ଅଷ୍ଟ୍ରେଲିଆର ଦଳୀୟ ସ୍କୋର ୩୨ରନ୍‌ ହୋଇଥିବା ବେଳେ ଓପନର ବ୍ୟାଟସମ୍ୟାନ୍‌ ମୋନି ୬ରନ୍‌ କରି ପ୍ୟାଭିଲିୟନ ଫେରିଯାଇଥିଲେ । ମୋନିଙ୍କ ଆଉଟ ହେବା ପରେ ପରେ କୌଣସି କଙ୍ଗାରୁ ବ୍ୟାଟସମ୍ୟାନ୍‌ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଛିଡା ହୋଇପାରିନଥିଲେ । କ୍ରମାଗତ ଭାବେ ଓ୍ବିକେଟ୍‌ ପଡିଚାଲିଥିଲା ।

{"id":227214,"sizeSlug":"large"}

ତେବେ ଅଷ୍ଟ୍ରେଲିଆ ପକ୍ଷରୁ ହେଲି ସର୍ବାଧିକ ୫୧ରନ୍‌ କରିଥିବା ବେଳେ ଗାର୍ଡନର ୩୪ରନ୍‌ କରିଥିଲେ । ଅନ୍ୟ କୌଣସି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ ୨ଅଙ୍କ ଛୁଇଁ ପାରିନଥିଲେ । ସେପଟେ ଭାରତ ପକ୍ଷରୁ ପୁନମ ଯାଦବ ସର୍ବାଧିକ ୪ଓ୍ବିକେଟ ନେଇଥିବା ବେଳେ ଶିଖା ପାଣ୍ଡେ ୩ ଓ୍ବିକେଟ ନେଇଛନ୍ତି । ଗାୟକଓ୍ବାର୍ଡ ଗୋଟିଏ ଓ୍ବିକେଟ ନେଇଛନ୍ତି । ଆଜିର ମ୍ୟାଚ୍‌ରେ ୪ଓଭର ବୋଲିଂ କରି ୧୯ରନ୍‌ ଦେଇ ୪ଓ୍ବିକେଟ ନେଇଥିବା ପୁନମ ଯାଦବଙ୍କୁ "Player Of The Match" ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.