ବର୍ଷା ଧୋଇନେଲା ପଞ୍ଚମ ଦିନର ଖେଳ, ୧-୦ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | July 25, 2023 IST

ପୋର୍ଟ ଅଫ୍‌ ସ୍ପେନ୍‌ ୨୫।୦୭: ସ୍ୱପ୍ନ ଭାଙ୍ଗିଦେଲା ବର୍ଷା । ସିରିଜ୍‌ କ୍ଲିନ୍‌ ସ୍ୱିପ ଲକ୍ଷ୍ୟରେ ଥିବା ଟିମ୍‌ ଇଣ୍ଡିଆ ଆଗରେ ଛିଡା ହୋଇଗଲା ବର୍ଷା । ଆଉ ଶେଷରେ ୨ୟ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଛି । ଓ୍ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ଟେଷ୍ଟ ସିରିଜ୍‌କୁ ଭାରତ ୧-୦ରେ ବିଜୟୀ ହୋଇଛି । ଓ୍ୱେଷ୍ଟଇଣ୍ଡିଜ୍‌ ମାଟିରେ ଏହାର ଭାରତର ଲଗାତର ଭାବେ ପଞ୍ଚମ ଟେଷ୍ଟ ସିରିଜ୍‌ ବିଜୟୀ ।

wp:html /wp:html

ପୋର୍ଟ ଅଫ ସ୍ପେନ୍‌ରେ ପ୍ରବଳ  ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟର ନିର୍ଣ୍ଣାୟକ  ଅନ୍ତିମ ଦିବସ ବାତିଲ ହୋଇଯାଇଥିଲା ।  ଭାରତର ସିରିଜ ମୂଳପୋଛ ସ୍ୱପ୍ନ ମଉଳି  ଯାଇଥିଲା । ଆଜି ସକାଳୁ ବର୍ଷା ଲାଗି  ରହିଥିବାରୁ ଆଗୁଆ ମଧ୍ୟାହ୍ନ ବିରତି ଘୋଷଣା  କରାଯାଇଥିଲା । ଦ୍ୱିତୀୟ ଭାଗରେ ପାଗ  ବଦଳିବ ଓ ଖେଳ ସମ୍ଭବ ହେବ ବୋଲି  ଅନୁମାନ କରାଯାଉଥିଲା । ମଝିରେ ବର୍ଷା ଛାଡ଼ି ଖରା ହେବାରୁ ୬୭ ଓଭର ଖେଳ ପାଇଁ ଅମ୍ପାୟର ନିଷ୍ପତ୍ତି ନେଇଥିଲେ । ଦୁଇ ଦଳର ଖେଳାଳିମାନେ ମଧ୍ୟ ଗ୍ରାଉଣ୍ଡକୁ ଓହ୍ଲାଇ ୱାର୍ମ ଅପ୍‌ କରିଥିଲେ ।  ମାତ୍ର ବଲ୍‌ ପଡ଼ିବା ପାଇଁ କିଛି ମାତ୍ର ସମୟ  ପୂର୍ବରୁ ପୁଣି ଥରେ ବର୍ଷା  ହୋଇଥିଲା । ଶେଷରେ ବାଧ୍ୟ ହୋଇ ପଞ୍ଚମ ଦିନ ଖେଳକୁ ବାତିଲ କରାଯାଇଥିଲା । ଆଉ ୨ ମ୍ୟାଚ୍କୁ ଡ୍ର’ ଘୋଷଣା ହୋଇଥିଲା । ଘାତକ ବୋଲିଂ  ପ୍ରଦର୍ଶନ ପାଇଁ ମହମ୍ମଦ ସିରାଜ୍‌ ପ୍ଲେୟାର୍‌  ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । 

୩୬୫ ରନ୍‌ ବିଜୟ ଲକ୍ଷ୍ୟର ପିଛା  କରୁଥିବା ୱେଷ୍ଟ ଇଣ୍ଡିଜ୍‌ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂରେ ୨ ୱିକେଟ୍‌  ହରାଇ ୭୬ ରନ୍‌ ସଂଗ୍ରହ କରିଥିଲା । ଅନ୍ତିମ  ଦିବସରେ ଘରୋଇ ଦଳକୁ ବିଜୟ ପାଇଁ ଆଉ  ୨୮୯ ରନ୍‌ ଆବଶ୍ୟକ ହେଉଥିବାବେଳେ  ଭାରତ ୮ୱିକେଟ୍‌ ଆବଶ୍ୟକ କରୁଥିଲା ।  ପିଚ୍‌ ଶୁଷ୍କ ହୋଇସାରିଥିଲା ଓ ବଲ ମାତ୍ରାଧିକ  ଟର୍ଣ୍ଣ ହେଉଥିଲା । ଅନ୍ତିମ ଦିବସରେ ରବି ଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ବିପର୍ଯ୍ୟୟ  ଘଟାଇବା ଆଶା କରାଯାଉଥିଲା । ଅଶ୍ୱିନ ୨ଟି ୱିକେଟ୍‌ ନେଇସାରିଥିଲେ । ତେଣୁ ଭାରତର  ବିଜୟ ସମ୍ଭାବନା ଅଧିକ ଥିଲା । ମାତ୍ର ବର୍ଷାରେ  ଭାରତର ସବୁ ଆଶା ଧୋଇ ଯାଇଥିଲା ।  ପୂର୍ବରୁ ଡୋମିନିକାରେ ଅନୁଷ୍ଠିତ ପ୍ରଥମ  ଟେଷ୍ଟରେ ଭାରତ ଇନିଂସ ଓ ୧୪୧ ରନ୍‌ରେ  ବିଜୟ ହାସଲ କରିଥିଲା । ଦ୍ୱିତୀୟ ଟେଷ୍ଟରେ  ମଧ୍ୟ ଭାରତ ଆଧିପତ୍ୟ ବଜାୟ ରଖିଥିଲା ।

ତେବେ ଏହି ସିରିଜ୍‌ରେ ଡେବ୍ୟୁ କରିଥିବା ଜଶସ୍ୱୀ ଜୈସଓ୍ୱାଲ୍‌ ସର୍ବାଧିକ ରନ୍‌ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ଓ୍ୱିକେଟ୍‌ ନେଇଛନ୍ତି ।

wp:embed {"url":"https://www.prameyanews7.com/ishan-kishan-thanks-rishabh-pant/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ishan-kishan-thanks-rishabh-pant/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.