ଏସିଆନ୍ ଗେମ୍ସରେ ଭାରତକୁ ପଦକ ବର୍ଷା; ଏପର୍ଯ୍ୟନ୍ତ ମିଳିଛି ୫ ମେଡାଲ

Published By : Prameya-News7 Bureau | September 24, 2023 IST

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଲା ଭାରତ । ସୁଟିଂ ଓ ରୋଇଂରେ ରୌପ୍ୟ ପଦକ ମିଳିଛି । ପ୍ରଥମ ଦିନରେ ଏପର୍ଯ୍ୟନ୍ତ ୫ଟି ମେଡାଲ ମିଳିଛି । ୩ଟି ସିଲ୍‌ଭର ମେଡାଲ ମିଳିଥିବା ବେଳେ ଦୁଇଟି କାଂସ୍ୟ ମେଡାଲ ମିଳିଛି । ଅଶି ଚୌକ୍ସି, ମେହୁଲି ଘୋଷ ଓ ରଶ୍ମିତାଙ୍କୁ ସୁଟିଂରେ ରୌପ୍ୟ ପଦକ ମିଳିଛି । ମହିଳା ବର୍ଗରେ ୧୦ ମିଟର ଏୟାର ରାଇଫଲ୍ସରେ ମେଡାଲ ହାତେଇଛନ୍ତି ।

ସେହିପରି ରୋଇଂରେ ଭାରତ ଦ୍ୱିତୀୟ ରୌପ୍ୟ ପଦକ ପାଇଛି । ଅର୍ଜୁନ୍ ଲାଲ ଜାଟ ଓ ଅରବିନ୍ଦ ସିଂହଙ୍କ ଯୋଡ଼ି ପୁରୁଷ ଲାଇଟୱେଟ୍ ରୋଇଂରେ ୬:୨୮:୧୮ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଇଭେଣ୍ଟରେ ଚୀନ ୬:୨୩:୧୬ ସମୟ ସହ ସ୍ୱର୍ଣ୍ଣ ଜିତିଛି । ସେହିଭଳି ରୋଇଂରେ ପୁରୁଷ ଯୋଡ଼ିରେ ବାବୁଲାଲ୍ ଯାଦବ ଓ ଲେଖ୍ ରାମକୁ କାଂସ୍ୟା ପଦକ ମିଳିଛି । ମହିଳା 10ମିଟର ଏୟାର ରାଇଫଲ୍ସ ସୁଟିଂରେ ରଶ୍ମିତାଙ୍କୁ ବ୍ରୋଞ୍ଜ ମେଡାଲ ପାଇଛନ୍ତି ।  

wp:embed {"url":"https://www.prameyanews7.com/india-vs-ban-asian-games-2023-semi-final-india-won-the-game/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-vs-ban-asian-games-2023-semi-final-india-won-the-game/
/wp:embed

ସେପଟେ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଫାଇନାଲକୁ ଯାଇଛି । ସେମିଫାଇନାଲ୍ ମୁକାବିଲାରେ ଭାରତୀୟ ଦଳ, ବାଂଲାଦେଶକୁ ୮ ୱିକେଟରେ ହରାଇଛି । ଭାରତ ଆଗରେ ବାଂଲାଦେଶ ୫୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । 

ସୁଇମିଂ: ୧୦୦ମିଟର ଫ୍ରୀ-ଷ୍ଟାଇଲ୍‌, ୧୦୦ମିଟର  ବ୍ୟାକ୍‌ଷ୍ଟ୍ରୋକ୍‌ ଏବଂ ମହିଳା ୪ଗୁଣା ୧୦୦ମିଟର ଫ୍ରୀ ଷ୍ଟାଇଲ୍‌ ଇଭେଣ୍ଟର ପଦକ ରାଉଣ୍ଡ ଅନୁଷ୍ଠିତ ହେବ ।  ଏଥିରେ ଶ୍ରୀହରି ନଟରାଜ, ଉତ୍କର୍ଷ ପାଟିଲ୍‌ଙ୍କ ଉପରେ  ନଜର ରହିବ । 

ଭଲିବଲ୍‌: ପୁରୁଷ ଦଳ ଅବିଶ୍ୱସନୀୟ ପ୍ରଦର୍ଶନ  ଜାରି ରଖି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ।  ଆସନ୍ତାକାଲି ଦଳ ଶକ୍ତିଶାଳୀ ଜାପାନକୁ ଭେଟିବ ।  ଏହି ମ୍ୟାଚ୍‌ ଜିତିଲେ ଦଳ ପଦକ ପଥରେ ଆଉ  ପାଦେ ଆଗକୁ ବଢ଼ିବ । 

ସେହିପରି ମହିଳା ବକ୍ସର ଜରିନ ରାଉଣ୍ଡ ୩୨ରୁ ଅଭିଯାନ ଆରମ୍ଭ କରିବେ । ପୁରୁଷ ହକି ଦଳ  ଗ୍ରୁପ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ  ଭେଟିବାକୁ ଥିବାବେଳେ ଟେବୁଲ୍‌ ଟେନିସ୍‌ ଦଳ (ପୁରୁଷ  ଓ ମହିଳା), ଫୁଟବଲ୍‌ ଦଳ (ମହିଳା ଓ ପୁରୁଷ)  ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିବେ । ଚେସ୍‌  କ୍ରୀଡ଼ାରେ ଭାରତର ପ୍ରତିଭାବାନ ଗ୍ରାଣ୍ଡ୍‌ମାଷ୍ଟର ଅର୍ଜୁନ  ଏରିଗାଇସି, ବିଦିତ ଗୁଜରାଠି, କୋନେରୁ ହମ୍ପି ଓ ହାରିକା ଦ୍ରୋଣାଭାଲି ପ୍ରମୁଖ ଅଭିଯାନ ଆରମ୍ଭ କରିବେ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.