ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ଅଶ୍ୱ ଚାଳନାରେ ମିଳିଲା ପଦକ
26/09/2023 at 3:26 PM

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ। ଅଶ୍ବ ଚାଳନାରେ ଭାରତ ଜିତିଲା ସ୍ବର୍ଣ୍ଣ । ବଡ଼କଥା ହେଉଛି ଏସିଆନ ଗେମ୍ସରେ ପ୍ରାୟ ୪୧ ବର୍ଷ ପରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି। ଅଶ୍ବ ଚାଳନାରେ ପ୍ରଥମ ସ୍ଥାନରେ ଭାରତ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ଚାଇନା ଏବଂ ହଂକଂ ଚାଇନା ତୃତୀୟ ସ୍ଥାନରେ ରହିଛି।
ଭାରତୀୟ ଟିମ୍ର ସୁଦିପ୍ତୀ ହଜେଲା, ଦିବ୍ୟାକୃତ୍ତି ସିଂହ ଏବଂ ହୃଦୟ ଛେଡା ଉତ୍ତମ ପ୍ରଦର୍ଶନ ସହ ସ୍ବର୍ଣ୍ଣ ଜିତିଛନ୍ତି। ଏସିଆନ୍ ଗେମ୍ସର ଅଶ୍ବ ଚାଳନାରେ ଏହା ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ। ଶେଷ ଥର ଭାରତ ୧୯୮୨ରେ ଅଶ୍ବ ଚାଳନରେ ସ୍ବର୍ଣ୍ଣ ପଦକ ଜିତିଥିଲା।
ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ; ୧୦ ମିଟର ଏୟାର ରାଇଫଲ୍ସରେ ପଦକ
ଉଲ୍ଲେଖଯୋଗ୍ୟ, ଚୀନ୍ର ହାଙ୍ଗଝୋଉରେ ଭାରି ଏସିଆନ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ଉତ୍ତମ ପ୍ରଦର୍ଶନ କରିଆସୁଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନରେ ସମୁଦାୟ ୧୧ ପଦକ ଜିତିଛି, ଯେଉଁଥିରେ ଦୁଇଟି ସ୍ବର୍ଣ୍ଣ, ୪ ରୌପ୍ୟ ଏବଂ ୬ ବ୍ରୋଞ୍ଜ ପଦକ ରହିଛି।
ଆଉ ଆଜି ମଙ୍ଗଳବାର ଅର୍ଥାତ୍ ସେପ୍ଟେମ୍ବର ୨୬ରେ ତୃତୀୟ ଦିନରେ ଏପର୍ଯ୍ୟନ୍ତ ଭାରତ ତିନି ମେଡାଲ ଜିତିଛି। ନେହା ଠାକୁର ନୌକା ଚାଳନାରେ ରୌପ୍ୟ, ଅଲି କାଂସ୍ୟ ହାସଲ କରିଛନ୍ତି। ସେହିଭଳି ଅଶ୍ବ ଚାଳନାରେ ଭାରତୀୟ ଟିମ୍ ସ୍ବର୍ଣ୍ଣ ପଦକ ଜିତିଛି। ଏହା ଭାରତର ତୃତୀୟ ସ୍ବର୍ଣ୍ଣ ପଦକ।