ଏସିଆନ ଗେମ୍ସ ୨୦୨୩: କମାଲ କରୁଛନ୍ତି ଭାରତୀୟ ଶୁଟର, ଟ୍ରାପ ପୁରୁଷ ଟିମ୍ ବର୍ଗରେ ସ୍ୱର୍ଣ୍ଣ ଜିତିଲା ଇଣ୍ଡିଆ

Published By : Prameya-News7 Bureau | October 01, 2023 IST

ହୋଙ୍ଗ୍‌ଝାଓ: ଏସିଆନ୍‌ ଗେମ୍ସ-୨୦୨୩ରେ ଭାରତୀୟ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଜାରି ରହିଛି। ସବୁ ବର୍ଗରେ ବର୍ତ୍ତମାନ ଭାରତ ମୋଟ ୪୨ଟି ପଦକ ହାତେଇ ସାରିଛି। ଏସିଆନ୍ ଗେମ୍ସର ଆଜି(ଅକ୍ଟୋବର ୧) ଅଷ୍ଟମ ଦିନରେ ଶୁଟିଂରେ ପୁରୁଷ ଟିମ୍ ଗୋଲ୍ଡ ମେଡାଲ୍‌ ଜିତିଛନ୍ତି। ପୁରୁଷ ଶୁଟିଂ ଟିମ୍‌ରେ କିନ୍ନାନ ଚେନ୍ନାଇ, ଜୋରାବର ସିଂହ ଓ ପୃଥିବୀ ରାଜ ଟୋଣ୍ଡିମନ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏସିଆନ୍‌ ଗେମ୍ସରେ ଶୁଟିଂରେ ଭାରତ ପ୍ରତିଦ୍ୱନ୍ଦ୍ୱୀ କୁଏତ ଓ ଚୀନ୍‌କୁ ପଛରେ ପକାଇ ଶୀର୍ଷରେ ରହିଛି। ଭାରତ ଶୁଟିଂରେ ୭ ଟି ସ୍ୱର୍ଣ୍ଣ, ୯ ଟି ରୌପ୍ୟ ଏବଂ ୫ ଟି ବ୍ରୋଞ୍ଜ ସହ ମୋଟ ୨୧ଟି ପଦକ ହାସଲ କରିଛି। ଏଥିସହିତ ସ୍ୱର୍ଣ୍ଣ ଜିତିବା ପରେ ଚେନ୍ନାଇ ଓ ସନ୍ଧୁ ବ୍ୟକ୍ତିଗତ ଭାବରେ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।

ଆଜି ଦିନ ଆରମ୍ଭରୁ ଶୁଟିଂରେ ମହିଳା ଟ୍ରାପ୍  ଟିମ୍‌ ରୌପ୍ୟ ପଦକ ହାସଲ କରିଥିଲା। ରାଜେଶ୍ୱର କୁମାରୀ, ମନୀଶା କୀର ଓ ପ୍ରୀତି ରଜାକ ୩୩୭ ପଣ୍ଟ ପାଇଁ ରନର୍ସ ଅପ୍ ହୋଇଥିବା ବେଳେ ଚୀନ ଆଗରେ ମୁକାବିଲା ଜିତି ନେଇଥିଲା। ଏସିଆନ୍‌ ଗେମ୍ସରେ ଭାରତୀୟ ଶୁଟରମାନେ ପଦକ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ରୁଦ୍ରାକ୍ଷ ପାଟିଲ ଓ ଅଲିମ୍ପିଆନ ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାରଙ୍କ ନେତୃତ୍ୱରେ ଶୁଟିଂ ଟମ୍ ଏସିଆନ୍ ଗେମ୍ସ ଖେଳୁଛି।

ଟିମ୍‌ରେ ୩୩ ଖେଳାଳି ରାଇଫଲ, ପିସ୍ତଲ ଓ ଶଟଗନ ଇଭେଟଣ୍ଟରେ ପ୍ରତିଯୋଗିତା କରୁଛନ୍ତି। ତେବେ ଏସିଆନ ଗେମ୍ସ ଇତିହାସରେ ଭାରତ ଏଥର ସବୁଠାରୁ ଭଲ ପ୍ରଦର୍ଶନ କରି ଇଥିହାସ ରଚିଛି। ଏହା ପୂର୍ବରୁ ଭାରତ କେବେ ବି ଶୁଟିଂରେ ୨୧ଟି ମୋଡାଲ ଜିତି ନଥିଲା।

ପଢ଼ନ୍ତୁ-Asian Games 2023: ସ୍କ୍ଵାସ ପରେ ହକିରେ ପାକିସ୍ତାନକୁ ମାତ୍ ଦେଲା ଭାରତ, ଏକତରଫା ମ୍ୟାଚ୍‌ରେ ୧୦-୨ରେ ହରାଇଲା

 ଶୁଟିଂରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା ଶୁଟରଙ୍କ ମଧ୍ୟରୁ ସରବଜୋତ ସିଂହ ଯିଏ ପରୁଷୁ ୧୦ମିଟର ଏୟାର ପିସ୍ତଲ ବର୍ଗର ଫାଇନାଲ୍ ମ୍ୟାଚ୍‌ରେ ଭଲ ସ୍କୋର କରି ଗୋଲ୍ଡ ହାତେଇଛନ୍ତି। ସେହିପରି ଦିବ୍ୟା ଟିଏସ୍‌ ମହିଳି ବର୍ଗରେ ୧୦ ମିଟିର ଏୟାର ପିସ୍ତଲ୍‌ରେ ରୌପ୍ୟ ହାତେଇଛନ୍ତି। ଶୁଟିଂରେ ସ୍ୱର୍ଣ୍ଣ ବିଜେତା ହେଲେ ସିଫ୍ଟ କୌର ଶର୍ମା(ମହିଳା ୫୦ ମିଟର ରାଇଫଲ ୩ ପୋଜିସନ), ପଲକ ଗୁଲିଆ(ମହିଳା ୧୦ ମିଟିର ଏୟାର ପିସ୍ତଲ)।

ସେହିପରି ଐଶ୍ୱର୍ଯ୍ୟ ସିଂହ ତୋମାର, ସ୍ୱପ୍ନୀଲ କୁସାଲେ ଓ ଅଖିଲ ଶିଓରାନ(ପୁରୁଷ ଟିମ୍‌ ୫୦ ମିଟ ରାଇଫଲ ୩ ପୋଜିସନ), ମନୁ ଭାକେର, ରିଦମ ସାଙ୍ଗୱାନ, ଇଶା ସିଂହ ୨୪ମିଟର ସ୍ପୋର୍ଟ୍ସ ପିସ୍ତଲ କ୍ୟାଟେଗୋରୀରେ ସ୍ୱର୍ଣ୍ଣ ଜିତିଛନ୍ତି। ସେହିପରି ରୁଦ୍ରାଂକ୍ଷ୍ୟ ପାଟିଲ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ଦିବ୍ୟା ସିଂହ ପାୱନରା ପୁରୁଷ ୧୦ ମିଟର ଏୟାର ରାଇଫଲ ବର୍ଗରେ ସ୍ୱର୍ଣ୍ଣ ହାତେଇଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.