suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ସ୍ପିନ ଜାଲରେ ଫଶିଲା ଅଷ୍ଟ୍ରେଲିଆ, ପ୍ରଥମ ଟେଷ୍ଟରେ ଭାରତର ଇନିଂସ ବିଜୟ

11/02/2023 at 2:21 PM

ନାଗପୁର ୧୧।୦୨ : କଙ୍ଗାରୁ ଚିତ୍‌ପଟାଙ୍ଗ । ଯେଉଁ ଅଶ୍ୱିନୀ ଓ ଜାଡେଜାଙ୍କ ବୋଲିଂକୁ ସାମ୍ନା କରିବାକୁ ବିଭିନ୍ନ ଉଦ୍ୟମ କରିଥିଲେ । ଶେଷରେ ସେଇ ଅଶ୍ୱିନୀ ଏବଂ ଜାଡେଜା ପୁରା ଟିମ୍‌ ଉପରେ ଭାରିପଡିଲେ । ଦୁଇ ସ୍ପିନର ମିଶି ଶିକାର କଲେ କଙ୍ଗାରୁ ଓ୍ୱିକେଟ୍‌ । ଯାହାଫଳରେ ପୁରା ଟିମ୍‌ ଉପରେ ଭାରି ପଡିଥିଲା ଭାରତର ସ୍ପିନ ଆଟାକ । ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଇନିଂସ ପରାଜୟ ବରଣ କରିଛି । ପୁରା ଟିମ୍‌ ୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି । ଶେଷରେ ୧୩୨ ରନ୍‌ରେ ନାଗପୁର ଟେଷ୍ଟ ଜିତିଛି ରୋହିତ ଆଣ୍ଡ କୋ । ୪ଟିକିଆ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି ।

ବର୍ଡର-ଗାଭାସ୍କର ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ ନାଗପୁରରେ ଖେଳାଯାଉଥିଲା । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ହେଲେ ପୁରା କଙ୍ଗାରୁ ଟିମ୍‌ର ପ୍ଲାନ୍‌ ଫେଲ୍‌ ମାରିଥିଲା । ପ୍ରଥମ ଇନିଂସରେ ମାତ୍ର ୧୭୭ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ଟିମ୍‌ । ଏହାପରେ ଭାରତ କରିଥିଲା ଜବରଦସ୍ତ ବ୍ୟାଟିଂ । ୪୦୦ ରନ୍‌ର ବିଶାଳ ସ୍କୋର କରିଥିଲା । ଆଉ ଅଷ୍ଟ୍ରେଲିଆଠୁ ୨୨୩ ରନ୍‌ରେ ଆଗୁଆ ରହିଥିଲା । କ୍ରୀଡା ସମୀକ୍ଷାକ ଓ ଫ୍ୟାନ୍ସମାନେ ଭାବୁଥିଲେ ଅଷ୍ଟ୍ରେଲିଆ କମ୍‌ବ୍ୟାକ୍‌ କରିବ । ହେଲେ କମ୍‌ବ୍ୟାକ୍‌ କରିବା ବଦଳରେ ଆହୁରି ଭୁଶୁଡିଥିଲା ୨ୟ ଇନିଂସ । ଖାସ୍‌ କରି ସ୍ପିନର ସାଜିଥିଲେ କାଳ ।

ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଇଁ କାଳ ସାଜିଥିବା ବେଳେ ୨ୟ ଇନିଂସରେ ଅଶ୍ୱିନୀ ସାଜିଥିଲେ ଘାତକ । ଗୋଟିଏ ପରେ ଗୋଟିଏ ବ୍ୟାଟରଙ୍କୁ ଦେଖାଇଥିଲେ ପ୍ୟାଭିଲିୟନ୍‌ର ରାସ୍ତା । ଅଷ୍ଟ୍ରେଲିଆର କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନଥିଲେ । ଚାରିଜଣ ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ସ୍କୋର କରିଥିବା ବେଳେ ଆଉ କୌଣସି ବ୍ୟାଟର ବ୍ୟକ୍ତିଗତ ଭାବେ ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଯାହାଫଳରେ ପୁରା ୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି ।

ସେପଟେ ବୋଲିଂ ବିଭାଗରେ ଭାରତୀୟ ସ୍ପିନର ନିଜର ଜଲଓ୍ୱା ଦେଖାଇଛନ୍ତି । ବେଶୀ ଘାତକ ସାଜିଛନ୍ତି ଅଶ୍ୱିନୀ-ଜାଡେଜା ଯୋଡି । ୨ୟ ଇନିଂସରେ ଅଶ୍ୱିନୀ ୧୨ ଓଭର ବୋଲିଂ କରି ୫ଟି ଓ୍ୱିକେଟ୍‌ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମି ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ବାକି ଅକ୍ଷର ପଟେଲ୍‌ଙ୍କ ଖାତାରେ ଗୋଟିଏ ଓ୍ୱିକେଟ୍‌ ରହିଛି । ମାତ୍ର ୩ ଦିନରେ ହିଁ ସରିଯାଇଛି ପ୍ରଥମ ମ୍ୟାଚ୍‌ ।

   Related Posts