suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ଟିମ୍‌ ଇଣ୍ଡିଆର ଦିଲ୍ଲୀ ଟେଷ୍ଟ କବ୍‌ଜା, ୬ଓ୍ୱିକେଟ୍‌ରେ କଙ୍ଗାରୁକୁ ଦେଲା ମାତ୍‌

19/02/2023 at 1:54 PM

ନୂଆଦିଲ୍ଲୀ ୧୯।୦୨ : ପ୍ରଥମ ଟେଷ୍ଟ ପରେ ୨ୟ ଟେଷ୍ଟ ବି ଜିତିଲା ଟିମ୍‌ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫି ୨ୟ ଟେଷ୍ଟକୁ ନିଜ ନାମରେ କରିଛି ରୋହିତ ବାହିନୀ । ନୂଆଦିଲ୍ଲୀରେ ଚାଲିଥିବା ୨ୟ ଟେଷ୍ଟକୁ ୬ ଓ୍ୱିକେଟ୍‌ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ । ଯାହାଫଳରେ ଏହି ସିରିଜ୍‌ରେ ୨-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ ।

ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଇନିଂସରେ ୨୬୩ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଏହାପରେ ବ୍ୟାଟିଂ କରୁବାକୁ ପଡିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ୨୬୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନଙ୍କ ସ୍ପିନ୍‌ ଆଗରେ ମୁଣ୍ଡ ନୁଆଁଇଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର । ୨ୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲେ କଙ୍ଗାରୁ ବ୍ୟାଟର । ହେଲେ ଭାରତୀୟ ସ୍ପିନରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଭ୍ରମଣକାରୀ ଦଳ ।

ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ ଭାଙ୍ଗି ଦେଇଥିଲା ଅଷ୍ଟ୍ରେଲିଆର ମେରୁଦଣ୍ଡ । ୨ୟ ଇନିଂସରେ ରବିନ୍ଦ୍ର ଜାଡେଜା ୭ଟି ଓ୍ୱିକେଟ୍‌ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଓ୍ୱିକେଟ୍‌ ନେଇଛନ୍ତି । ଏହି ଦୁଇ ଜଣଙ୍କୁ ଛାଡି ଅନ୍ୟ କୌଣସି ବୋଲର ୨ୟ ଇନିଂସରେ ଓ୍ୱିକେଟ୍‌ ନେଇପାରିନଥିଲେ । ଏହି ସ୍ପିନର ପୋଛି ନେଇଥିଲେ କଙ୍ଗାରୁ ଓ୍ୱିକେଟ୍‌ ।

ତେବେ ୧୧୫ ରନ୍‌ର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଆରମ୍ଭରୁ ଲାଗିଥିଲା ଟିମ୍‌ ଇଣ୍ଡିଆକୁ ପ୍ରାରମ୍ଭିକ ଝଟ୍‌କା । ଓପନର କେଏଲ୍‌ ରାହୁଲ ମାତ୍ର ୧ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ପରେ ଅଧିନାୟକ ରୋହିତ ଶର୍ମା ଏବଂ ଅଭିଜ୍ଞ ଚେତେଶ୍ୱର ପୂଜାରା ଏବେ କ୍ରିଜ୍‌ରେ ରକ୍ଷାଣତ୍ମକ ସଟ୍‌ ଖେଳିଥିଲେ । ଶେଷରେ ଦଳ ୨ୟ ଇନିଂସରେ ୨୬ ଓଭର ଖେଳି ୪ଟି ଓ୍ୱିକେଟ୍‌ ହରାଇ ଟାର୍ଗେଟ ପୂରଣ କରିଛି । ୨ୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲାୟନ୍‌ ୨ଟି ଓ୍ୱିକେଟ୍‌ ନେଇଥିବା ବେଳେ ଟୋଡ ମୁର୍ଫି ଗୋଟିଏ ଓ୍ୱିକେଟ ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ଡର-ଗାଭାସ୍କର ଟ୍ରଫିରେ ମୋଟ ୪ଟି ଟେଷ୍ଟ ମ୍ୟାଚ୍‌ ରହିଥିଲା । ହେଲେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍‌କୁ ନିଜ ନାମରେ କରିବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ । ପ୍ରଥମେ ନାଗପୁର , ଆଉ ଏବେ ଦିଲ୍ଲୀ ଟେଷ୍ଟରେ କଙ୍ଗାରୁ ବାହିନୀକୁ ଚିଟ୍‌ପଟାଙ୍ଗ କରିଛି ରୋହିତ ବାହିନୀ ।

   Related Posts