ଆଗାମୀ ମାସରେ ରୁଷରେ ୨୦ ଦେଶର ଯୁଦ୍ଧାଭ୍ୟାସରେ ସାମିଲ ହେବ ନାହିଁ ଭାରତ, କାରଣ ଚୀନ-ପାକିସ୍ତାନ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୦୮: ଭାରତ ଆଗାମୀ ମାସରେ ରୁଷରେ ହେବାକୁ ଥିବା ବହୁଦେଶୀୟ ଯୁଦ୍ଧାଭ୍ୟାସରୁ ହଟିବାକୁ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ର ଅନୁଯାୟୀ ଭାରତ ଯୁଦ୍ଧାଭ୍ୟାସରେ ସାମିଲ ହେବାର ସୂଚନା ଦେବାର ଏକ ସପ୍ତାହ ପରେ ଏଥିରୁ ହଟିବାକୁ ନିଷ୍ପତ୍ତି ନେଇଛି। ଏହି ଯୁଦ୍ଧାଭ୍ୟାସ୍‌ରେ ପାକିସ୍ତାନ ଓ ଚୀନ ସେନା ସାମିଲ ହେବାର ଆଶା ରହିଛି।

ଭାରତ ଗତ ସପ୍ତାହରେ ରୁଷକୁ ସୂଚୀତ କରିଥିଲା ଯେ ସେପ୍ଟେମ୍ବର ୧୫ରୁ ୨୬ ମଧ୍ୟରେ ଦକ୍ଷିଣ ରୁଷର ଅସ୍ତ୍ରାଖାନ ଅଞ୍ଚଳରେ ହେବାକୁ ଥିବା ରଣନୈତିକ କମାଣ୍ଡ ପୋଷ୍ଟ ଅଭ୍ୟାସ୍‌ରେ ସାମିଲ ହେବ। ହେଲେ ଆନୁଷ୍ଠାନିକ ଭାବେ ଭାରତ ଦ୍ଵାରା ନିଜର ପୁରୁଣା ନିଷ୍ପତ୍ତି ବଦଳାଇବା ପଛର କାରଣ କୁହାଯାଇ ନାହିଁ। କିନ୍ତୁ କୁହାଯାଉଛି ଏହି ସମରାଭ୍ୟାସ୍‌ରେ ଚୀନ ଓ ପାକିସ୍ତାନ ସାମିଲ ହେଉଥିବାରୁ ଭାରତ ଏଥିରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି।

କୁହାଯାଉଛି ଏହି ନିଷ୍ପତ୍ତି ସୈନ୍ୟ ଓ ବୈଦେଶିକ ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀଙ୍କ ମଧ୍ୟରେ ବିଚାର ବିମର୍ଶ ପରେ ନିଆଯାଇଛି। ଉଲ୍ଲେଖଯୋଗ୍ୟ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଅନେକ ଅଞ୍ଚଳକୁ ନେଇ ଚୀନ ସହିତ ସାଢେ ତିନି ମାସ ହେବ ବିବାଦ ଲାଗି ରହିଛି। ଭାରତୀୟ ଓ ଚୀନ ସୈନିକଙ୍କ ମଧ୍ୟରେ ଗତିରୋଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ଲାଗି କୂଟନୈତିକ ଓ ସାମରିକ-କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଛି।

ଚୀନ ଓ ପାକିସ୍ତାନ ସହିତ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ଅନ୍ୟ ସମସ୍ତ ସଦସ୍ୟ ସହିତ ପ୍ରାୟ ୨୦ ଦେଶ ରୁଷରେ ହେବାକୁ ଥିବା କାଓ୍ଵକଜ ନାନକ ସମରାଭ୍ୟାସ୍‌ରେ ସାମିଲ ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.