ଡ୍ରାଗନକୁ କାଉଣ୍ଟର୍ ଦେବାକୁ ପ୍ରସ୍ତୁତ ଭାରତ, ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହେବ ଦେଶର ସବୁଠାରୁ ଲମ୍ବା ରାସ୍ତା

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ, ୦୧/୧୨:   ଭାରତର ସୀମାରେ ମଜବୁତ ରାସ୍ତା ନିର୍ବାଣ ପରେ ଏବେ କେନ୍ଦ୍ର ସରକାର ଚୀନକୁ ଆଉ ଏକ ବଡ ଝଟକା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ । ଆସାମ ଓ ମେଘାଳୟୁ ଯୋଡୁଥିବା ଏହି ବ୍ରିଜର ଲମ୍ବ ୧୮ କିମିରୁ ଅଧିକ ହେବ । ଏହାଫଳରେ ଚୀନ ସୀମାରୁ ବାଂଲାଦେଶ ସୀମା ଯାଏଁ ସୁଦୀର୍ଘ ରାସ୍ତା ପ୍ରସ୍ତୁତ ହୋଇଯିବ । ସାମାଜିକ ଓ ସାମରିକ ଦୃଷ୍ଟିକୋଣରୁ ଏହି ବ୍ରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ରାସ୍ତା ଦେଇ ସୈନ୍ୟ ବାହାନ, ରାସନ ସାମଗ୍ରୀ ଓ ବ୍ୟବସାୟିକ ବାହାନ ଆଦି ଚଳାଚଳ କରିବ । ଏହାସହ ପୂ୍ରବୋତ୍ତର ରାଜ୍ୟକୁ ଅଧିକ ଗତିବିଧି ମିଳିପାରିବ ।

ସଡକ ଓ ପରିବହନ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ସପ୍ତାହରେ ଆସାମର ଧୁବରୀରୁ ମେଘାଳୟର ଫୁଲବାରୀ ଯାଏଁ ବ୍ରହ୍ନପୁତ୍ର ନଦୀ ରୋଡ ବ୍ରିଜ୍ ନିର୍ମାଣ କରିବାକୁ ଦାୟିତ୍ୱ ଦିଆଯାଇଛି । ଅତିଶୀଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ ହେବ । ନୂଆ ବର୍ଷରୁ ଏହି କାମ ଆରମ୍ଭ ହେବ ବୋଲି ଲକ୍ଷ୍ୟ ରହିଛି । ୨୦୨୬-୨୭ ସୁଦ୍ଧା ଏହାର ନିରାମଣ କାମ ସରିଯିବ । ଏଥିପାଇଁ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।  ଏହି ପ୍ରକଳ୍ପରେ ନଦୀ ଉପରେ ୧୨.୬୨ କିମିର ବ୍ରିଜ ଓ ଧୁବରୀରେ ୩.୫ କିମି ରାସ୍ତା ଓ ଫୁଲବରୀରେ ୨.୨ କିମିର ରାସ୍ତା ତିଆରି ହେବ ।

ଏହି ନଦୀ ପୋଲ ନିର୍ମାଣ ପରେ ଆସାମ, ମେଘାଳୟ, ତ୍ରିପୁରା ଆଦିକୁ ଗମନାଗମନ ସହଜ ହେବ । ଏବେ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀ ପାରି ହେବାକୁ ୩ ଘଣ୍ଟା ଲାଗି ଯାଉଛି । ବର୍ଷା ଦିନେ ଯୋଗାଯୋଗ ବିଛିନ୍ନ ହୋଇଯାଏ ।ଲୋକମାନେ ୨୫୦ କିମି ବୁଲି କରି ଆସନ୍ତି । ବ୍ରିଜ୍ ନିର୍ମାଣ ପରେ ଆଉ ଏ ଅସୁବିଧା ହେବ ନାହିଁ । ଏବି ରାସ୍ତାରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଗାଡି ଚଳାଚଳ କରିବ ।

ପୂର୍ବରୁ ଖବର ଆସିଥିଲା ଯେ, ଚୀନ୍ ଜଳ ବିଦ୍ୟୁତ୍ ପରିଯୋଜନା ନାମରେ ବ୍ରହ୍ମପୁତ୍ର ନଦୀରେ ଏକ ବିଶାଳ ବନ୍ଧ ନିର୍ମାଣ କରିବାକୁ ଯାଉଛି । ବନ୍ଧ ନିର୍ମାଣର ଦାୟିତ୍ବ ନେଇଥିବା ଚୀନ୍ ର ଏକ କମ୍ପାନୀର ମୁଖ୍ୟଙ୍କ ତଥ୍ୟ ଅନୁସାରେ ଚୀନ୍ ମିଡିଆ କହିଛି ଯେ, ଚୀନ୍ ତିବ୍ଦତରେ ବ୍ରହ୍ମପୁର ନଦୀରେ ଏକ ପ୍ରମୁଖ ବନ୍ଧର ନିର୍ମାଣ କରିବ । ଆଗାମୀ ବର୍ଷରୁ ଲାଗୁ ହେବାକୁ ଥିବା ୧୪ତମ ପଞ୍ଚବାର୍ଷିକ ଯୋଜନାରେ ଏହା ସମ୍ବନ୍ଧିତ ପ୍ରସ୍ତାବ ଉପରେ ବିଚାର କରାଯାଇସରିଛି ।

ଗ୍ଲୋବାଲ ଟାଇମ୍ସର ଖବର ଅନୁସାରେ ପାଓ୍ବାର କନଷ୍ଟ୍ରକସନ କର୍ପୋରେସନ ଅଫ୍ ଚାଇନାର ଅଧ୍ୟକ୍ଷ ୟାଙ୍ଗ ଜିୟୋଙ୍ଗ କହିଛନ୍ତି ଯେ, ଚୀନ୍ ୟାରଲୁଙ୍ଗ ଜଙ୍ଗବୋ ନଦୀ (ବ୍ରହ୍ମପୁତ୍ରର ତିବ୍ଦତୀୟ ନାମ) ର ନିମ୍ନସ୍ତରରେ ଜଳ ବିଦ୍ୟତ୍ ଉପଯୋଗ ପରିଯୋଜନା ଆରମ୍ଭ କରିବ । ଏହି ପରିଯୋଜନା ଜଳ ସଂସାଧନ ଏବଂ ଘରୋଇ ସୁରକ୍ଷାକୁ ମଜବୁତ କରିବାରେ ସହାୟକ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.