ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ତୁର୍କିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବ ଭାରତ, ହିଣ୍ଡନ ବିମାନ ବନ୍ଦରରୁ ବାହାରିଲେ NDRF ଟିମ୍‌

7/02/2023 at 3:18 PM

ଗାଜିୟାବାଦ ୭।୨: ତୁର୍କିୟେରେ ସୋମବାର ପ୍ରତ୍ୟୁଷରେ ଭୀଷଣ ଭୂମିକମ୍ପ ହୋଇଛି। ସୂଚନା ଅନୁସାରେ ଭୋର ପ୍ରାୟ ୪ଟା ବେଳେ ସବୁଠୁ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଉଚ୍ଚ ଅଟ୍ଟାଳିକା ତାସ୍‌ର ଘର ଭଳି ଭୂଷୁଡିବାରେ ଲାଗିଥିଲା। ଗତ ୧୨ ଘଣ୍ଟାରେ ତୁର୍କିୟେରେ ୨୯ରୁ ଅଧିକ କମ୍ପନ ଅନୁଭୂତ ହେଲାଣି। ଭୂମିକମ୍ପରେ ହୋଇଥିବା ବିନାଶରେ ସହାୟତାର ହାତ ବଢେଇଛି ଭାରତ। ମଙ୍ଗଳବାର ହିଣ୍ଡନ ବିମାନଘାଟିରୁ ଏନଡିଆରଏଫର ଅଷ୍ଟମ ବଟାଲିୟନକୁ ତୁର୍କିୟେ ପଠାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗାଜିୟାବାଦର କମଳା ନେହରୁ ନଗରସ୍ଥିତ ଅଷ୍ଟମ ଏନଡିଆରଏଫ ବଟାଲିୟନ ତୁର୍କିୟେରେ ଭୂମିକମ୍ପ ଯୋଗୁ ହୋଇଥିବା ବିନାଶରେ ରିଲିଫ ଓ ଉଦ୍ଧାର ପରିଚାଳନା କରିବ।  ଏନଡିଆରଏଫର ଏହି ଟିମ୍‌ରେ ମୋଟ ୫୧ ଜଣ ସଦସ୍ୟ ଅଛନ୍ତି। ଭୋର ପ୍ରାୟ ୩ଟା ବେଳେ ଏହି ବଟାଲିୟନକୁ ଭାରତୀୟ ବାୟୁସେନା ବିମାନ ଯୋଗେ ତୁର୍କିୟେ ପଠାଯାଇଛି।

ତୁ୍ର୍କିୟେ ଓ ସିରିଆରେ ହୋଇଥିବା ଭୀଷଣ ଭୂମିକମ୍ପରେ ବ୍ୟାପକ ଧନଜୀବନ ହାନୀ ହୋଇଛି। ଉପୁଜିଥିବା ପରିସ୍ଥିତିରେ ଭାରତ ଗଭୀର ସମବେଦନା ଜଣାଇବା ସହିତ ସହାୟତାର ହାତ ମଧ୍ୟ ବଢାଇଛି। ଏହି ସହାୟତାରେ ରିଲିଫ ଓ ଉଦ୍ଧାର ପରିଚଳାନା ନିମନ୍ତେ ପ୍ରଶିକ୍ଷିତ ଡଗ ସ୍କ୍ୱାର୍ଡସହିତ ଏନଡିଆରଏଫ ବଟାଲିୟନକୁ ପଠାଯାଇଛି। ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଅନୁସନ୍ଧାନରେ ସନ୍ଧାନୀ କୁକୁରଙ୍କର ମଧ୍ୟ ସହାୟତା ନିଆଯାଇ ପାରିବ। ଏନଡିଆରଏଫ ଡିଆଇଜିଙ୍କ ସୂଚନା ଅନୁସାରେ ତୁର୍କିୟେ ଏବଂ ସିରିଆରେ ଭୂମିକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଭାରତ ସେଠାକୁ ୨ଟି ଏନଡିଆରଏଫ ଟିମ୍‌ ପଠାଇବାକୁ ନିଷ୍ପତ୍ତି ନେଇଛି।

   Related Posts