ଭାରତର ନିଜର ହେବ କ୍ରିଫ୍ଟୋ କରେନ୍ସୀ ! RBI ଆଗାମୀ ବର୍ଷ ଆଣିପାରନ୍ତି ଡିଜିଟାଲ ମୁଦ୍ରା

Published By : Prameya-News7 Bureau | November 18, 2021 IST

ମୁମ୍ବାଇ ୧୮।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଗାମୀ ବର୍ଷ ନିଜର ଡିଜିଟାଲ କରେନ୍ସୀ ଲଞ୍ଚ କରିପାରନ୍ତି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏବେ ପ୍ରସ୍ତୁତିରେ ଲାଗିଛନ୍ତି। ଆରବିଆଇ ଏଥିନିମନ୍ତେ ଏକ ବିସ୍ତୃତ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ଙ୍କ ‘ବ୍ୟାଙ୍କିଙ୍ଗ ଏଣ୍ଡ ଇକୋନମିକ କନକ୍ଲେଭ’ରେ ଜନୈକ ବରିଷ୍ଠ ଆରବିଆଇ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆଗାମୀ ବର୍ଷ ପ୍ରଥମ ତ୍ରୈମାସିକରେ ପରୀକ୍ଷାମୂଳକ ଭାବେ କ୍ରିଫ୍ଟୋ କରେନ୍ସୀ (ସିବିଡିସିଏସ୍) ଜାରି  ହୋଇପାରେ ବୋଲି ଆରବିଆଇଙ୍କ ପେମେଣ୍ଟ ଏଣ୍ଡ ସେଟେଲମେଟ୍ ଡିପାର୍ଟ ମେଣ୍ଟ ଜିଏମ ପି.ବାସୁଦେବନଙ୍କ ସୂତ୍ରରୁ ବିଜନେସ୍‌ ଷ୍ଟାଣ୍ଡାର୍ଡ ଉଲ୍ଲେଖ କରିଛି। 

{"id":546084,"width":839,"height":459,"sizeSlug":"full","linkDestination":"none"}

ତେବେ ମୂଳତଃ ଏହା ଦେଶୀୟ ମୁଦ୍ରାର ଡିଜିଟାଲ ସଂସ୍କରଣ ହିଁ ହେବ। ଅର୍ଥାତ ଡିଜିଟାଲ ଟଙ୍କା ବୋଲି ଏହାକୁ କୁହାଯାଇପାରେ ଯାହା ବ୍ୟକ୍ତିଙ୍କ ଆକାଉଣ୍ଟରେ ଭର୍ଚୁଆଲ ରହିବ। ଏଣୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଗାମୀ ବର୍ଷ ଡିସେମ୍ବର ସୁଦ୍ଧା ସିବିଡିସିଏସ୍‌ର ସଫ୍ଟ ଲଞ୍ଚ ନେଇ ଆଶାବ୍ୟକ୍ତ କରିଥିଲେ।  ହେଲେ ଏହାପାଇଁ ଏପର୍ଯ୍ୟନ୍ତ  କୌଣସି ସମୟ ସୀମା ନିର୍ଦ୍ଧାରଣ ହୋଇ ନାହିଁ। ତେବେ ବାସୁଦେବନଙ୍କ କହିବା କଥା ହେଲା ସିବିଡିସିଏସ୍ ଲଞ୍ଚ କରିବା ଏତେ ସହଜ କଥା ନୁହେଁ କି ଆସନ୍ତା କାଲି ଏହା ଲୋକଙ୍କ ସାଧାରଣ ଜୀବନରେ ସାମିଲ ହୋଇଯିବନି।  

{"id":546085,"width":842,"height":453,"sizeSlug":"full","linkDestination":"none"}

ଏଣୁ ସିବିଡିସିଏସ୍ ଲଞ୍ଚ କରିବା ପାଇଁ ଆରବିଆଇ ତରତର ମଧ୍ୟ ନୁହନ୍ତି ବୋଲି ସ୍ପଷ୍ଟ ହୋଇଯାଉଛି। ତେବେ ଯଦି ଆରବିଆଇ କ୍ରିଫ୍ଟୋ ଆଣନ୍ତି ଏହାର ବିଭିନ୍ନ ଦିଗ ପ୍ରତି ଏବେ ଧ୍ୟାନ ଦିଆଯାଉଛି। ଯେପରି  ଏହି ମୁଦ୍ରାର ଭୂମିକା କଣ ହେବ, ଏହାକୁ ଲାଗୁ କିପରି କରାଯିବ, ଏହାକୁ ମାନ୍ୟତା ଦେବା ଲାଗି କେଉଁ ଉପାୟ ଅବଲମ୍ବନ କରିବାକୁ ହେବ, ଏହାର କିପରି ବିତରଣ ହେବ ଏହି ସବୁ ଦିଗ ପ୍ରତି ଏବେ ବିଶେଷ ଧ୍ୟାନ ଦିଆଯାଉଛି। ଏହା ଛଡା ଏହା କେବଳ ପାଇକାରୀ କାରବାରରେ କାମରେ ଆସିବ କି ଏହାକୁ ଖୁଚୁରା ପ୍ରଚଳନ ମଧ୍ୟ କରାଯିବ ସେ ବିଷୟରେ ମଧ୍ୟ ଅନୁଶୀଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.