ଏବେ ଭାରତକୁ ଆସିବ ଖାସ ହତିଆର, ପାକ୍ ଆତଙ୍କବାଦୀଙ୍କୁ ଦିଆଯିବ ଉଚିତ ଶିକ୍ଷା

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫।୨: ଭାରତକୁ ଆଉ ଡରାଇ ପାରିବନି ଆତଙ୍କବାଦ। ଏଥିଲାଗି ସେନାକୁ ମିଳିବ ଖାସ ହତିଆର। ଇରାନୀ ଜେନେରାଲ କାସୀମ ସୁଲେମାନୀର ହତ୍ୟା ଲାଗି ଆମେରିକା ଯେଉଁ ଷ୍ଟିଲ୍‌ଥ ଡ୍ରୋନ ଉପଯୋଗ କରିଥିଲା ଭାରତୀୟ ସେନା ଏବେ ତାକୁ ନିଜ ସ୍କ୍ୱାଡ୍ରନରେ ସାମିଲ କରିବାକୁ ଚାହୁଁଛି। ଟପ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଆଗାମୀ ଭାରତ ଗସ୍ତ ବେଳେ ଏହି ପ୍ରସଙ୍ଗ ଉଠିବ ବୋଲି ଜଣାପଡିଛି ।

{"id":224917,"sizeSlug":"large"}

ଏହି ଡ୍ରୋନକୁ ଗୁପ୍ତରେ ଅଣାଯିବ ଓ ରାଡାରେ ଯେଉଁ ଟାର୍ଗେଟ୍ ମିଳିବ ତାକୁ ଚୁପ ଚାପ ଧ୍ୱଂସ କରାଯିବ। ଯଦି ଭାରତ ଉପରେ କେହି ଜ୍ଞାତ ନନ୍ ଷ୍ଟେଟ୍ ଆକ୍ଟର ଆକ୍ରମଣର ଉଦ୍ଦେଶ୍ୟ ରଖନ୍ତି ତେବେ ତାଙ୍କୁ ଏହି ଟାର୍ଗେଟ୍‌ରେ ନଷ୍ଟ କରାଯାଇପାରିବ। ଏହିପରି ଜଣେ ନନ୍ ଷ୍ଟେଟ୍ ଆକ୍ଟର ହେଉଛି ହାଫିଜ ସଇଦ। ଲସ୍କର-ଏ-ତୌୟବାର ଏହି ମୁଖ୍ୟ ଦୀର୍ଘ ବର୍ଷ ହେଲା ପାକିସ୍ତାନରେ ଆତ୍ମଗୋପନ କରି ରହିଛି। ସେଠାରୁ ସେ ନିୟମିତ ଭାରତ ବିରୋଧୀ ଗତିବିଧି ମଧ୍ୟ ଜାରି ରଖିଛି। ଏଣୁ ଏଭଳି ଡ୍ରୋନର ଭାରତ ଲାଗି ଅନେକ ଗୁରୁତ୍ୱ ରହିଛି।

{"id":224918,"sizeSlug":"large"}

ଇରାନ ରିଭଲ୍ୟୁସନାରୀ ଗାର୍ଡସର କମାଣ୍ଡର ଜେନେରାଲ କାସୀମ ସୁଲେମାନୀକୁ ଆମେରିକା ପ୍ରିଡେଟର ଡ୍ରୋନ ଜାନୁୟାରୀ ୩ ତାରିଖ ଦିନ ବଗଦାଦରେ ରକେଟ୍ ଆକ୍ରମଣ କରିଥିଲା। ଏଥିରେ ସୁଲେମାନୀ ସମେତ ଅନ୍ୟ ଲୋକେ ବି ପ୍ରାଣ ହରାଇଥିଲେ। ସେହିପରି ଗତ ୨୦୧୧ ମସିହାରେ ଆମେରିକା ପାକିସ୍ତାନ ଏବୋଟାବାଦସ୍ଥିତ ମିଲେଟ୍ରି ଆକାଡେମୀର ଖୁବ ନିକଟରେ ରହୁଥିବା ଅଲକାଏଦା ନେତା ଓସାମା ବିନ ଲାଡେନକୁ ହତ୍ୟା କରିବା ଲାଗି ଷ୍ଟିଲ୍‌ଥ ହେଲିକପ୍ଟରର ଉପଯୋଗ କରିଥିଲା। ଏଥିଯୋଗୁ ନିକଟରେ ମିଲେଟ୍ରି ଆକାଡେମୀ ଥାଇ ବି କାହାକୁ ଏହାର ସୂଚନା ବି ମିଳିପାରିନଥିଲା। ଏଣୁ ଏଥର ଟ୍ରମ୍ଫଙ୍କ ଗସ୍ତକାଳରେ ଏହି ଡ୍ରୋନର ଡିଲ ହେବା ନେଇ ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.