oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ସ୍ୱିଡନରୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିବ ଭାରତ, ବଙ୍କରରୁ ଶତୃ ପକ୍ଷଙ୍କୁ କରିପାରିବ ଟାର୍ଗେଟ

20/01/2022 at 8:20 PM

ନୂଆଦିଲ୍ଲୀ ୨୦/୦୧ : ଶତୃକୁ ମାତ ଦେବାପାଇଁ ଭାରତୀୟ ସେନା ଏବେ ସ୍ୱିଡେନର କମ୍ପାନୀ ସାବ ପାଖରୁ ଏଟି4 ନାମକ ଏଣ୍ଟି ଟ୍ୟାଙ୍କ ସିଙ୍ଗଲ ସଟ ଯୁଦ୍ଧାସ୍ତ୍ର କିଣିବାକୁ ଯାଉଛି। ଏଟି4 ଦୁନିଆର ସବୁଠାରୁ ଘାତକ ଏଣ୍ଟି ଟ୍ୟାଙ୍କ ଯୁଦ୍ଧାସ୍ତ୍ର। ଏହାକୁ ସୈନିକମାନେ ବଙ୍କରରୁ ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ୮୪ ଏମଏମ ବୋର ଥିବା ଏହି ଲଞ୍ଚର ଶତୃଙ୍କ ଟ୍ୟାଙ୍କକୁ ସହଜରେ ଧ୍ୱଂସ କରପାରିବ।

ଗୁରୁବାର ସାବ ବୟାନ ଜାରି କରି କହିଛି ଭାରତୀୟ ସେନା ପ୍ରତିଯୋଗୀ କାର୍ଯ୍ୟକ୍ରମ ଦ୍ୱାରା ଏଟି4କୁ ନିଜ ସ୍ଥଳ ଓ ବାୟୁ ସେନା ପାଇଁ ଚୟନ କରିଛି। ପ୍ରତିରକ୍ଷା ଉତ୍ପାଦ ତିଆରି କରୁଥିବା କମ୍ପାନୀ ସାବ କହିଛି ଏଟି4 ର ବିଭିନ୍ନ ମଡେଲକୁ କିଣିବାପାଇଁ ଚୟନ କରାଯାଇଛି। ଏଟି4 ର ଏହି ସଂସ୍କରଣ ସହରର ବନ୍ଦଥିବା ଅଞ୍ଚଳରେ ବ୍ୟବହାର କରାଯାଇପାରିବ। ଭାରତୀୟ ସେନାକୁ ମିଳିବାକୁ ଯାଉଥିବା ଏଟି4ସିଏସ ଏଏସଟି (AT4CS AST) ଯୁଦ୍ଧାସ୍ତ୍ର କୋଠାଘରକୁ ନଷ୍ଟ କରିବାର କ୍ଷମତା ରଖିଛି।

ଏଟି4 ର ବିଶେଷତ୍ୱ ହେଉଛି ସୈନ୍ୟ ଅଭିଯାନ ବେଳେ ଯବାନମାନେ ଏହାକୁ ହାତରେ ରଖି ସହଜରେ ବ୍ୟବହାର କରିପାରିବେ। ଏହାର ଓଜନ ମାତ୍ର ୮ କିଲୋ ହୋଇଥିବା ବେଳେ ଏହା ୨୦ରୁ ୩୦୦ ମିଟର ପର୍ଯ୍ୟନ୍ତ ଶତୃଙ୍କର ଟ୍ୟାଙ୍କ, କୋଠାଘର, ହେଲିକପ୍ଟର, ଯୁଦ୍ଧାସ୍ତ୍ର ଥିବା ଗାଡ଼ି ଓ ନିର୍ଦ୍ଧିଷ୍ଟ ଲକ୍ଷ ସ୍ଥଳକୁ ଟାର୍ଗେଟ କରିପାରିବ। ଫ୍ରାନ୍ସ , ଲାତବିୟା ଓ ଆମେରିକା ଭଳି ଦେଶ  ଏଟି4 ବା ଏଟି4ସିଏସର ବ୍ୟବହାର କରୁଛନ୍ତି।

   Related Posts