ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଶକ୍ତିଶାଳୀ ହେବ ସେନା: କିଣିବ ୧୬ହଜାର ଇସ୍ରାଏଲ ଲାଇଟ୍ ମେସିନ ଗନ୍, ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ଯବାନଙ୍କୁ ଦିଆଯିବ

19/03/2020 at 10:22 PM

ନୂଆଦିଲ୍ଲୀ, ୧୯|୦୩:   ଭାରତ ସରକାର ଗୁରୁବାର ଦିନ ଇସ୍ରାଏଲ୍ ଅସ୍ତ୍ରଶସ୍ତ୍ର କମ୍ପାନୀ ସହ ୮୮୦ କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଏହି ଚୁକ୍ତିରେ ଭାରତ ଇସ୍ରାଏଲଠାରୁ ୧୬,୪୭୯ଟି ଲାଇଟ୍ ମେସିନ ଗନ କିଣିବ ବୋଲି ସୂଚନା ମିଳିବ। ଏହି ଗନ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ ହୋଇଥିବା ଫ୍ରଣ୍ଟଲାଇନ୍ କମାଣ୍ଡୋଙ୍କୁ ଦିଆଯିବ।

ଏହି ଲାଇଟ ମେସିନ ଗନ ଯବାନଙ୍କ ପାଇଁ ଫଳପ୍ରଦ ହେବ। ଏହା ହାଲୁକା ହୋଇଥିବା ବେଳେ ଏହାକୁ ବ୍ୟବହାର କରିବା ମଧ୍ୟ ସହଜ। ଏହାକୁ ଇସ୍ରାଏଲ ଅସ୍ତ୍ରଶସ୍ତ୍ର ଇଣ୍ଡଷ୍ଟ୍ରୀଜରେ ନିର୍ମାଣ କରାଯିବ। ଏହି ରାଇଫଲକୁ ବିଭିନ୍ନ ଦେଶର ସେନା ବ୍ୟବହାର କରିଥାନ୍ତି।

ଏହି ରାଇଫଲ ଯବାନଙ୍କୁ ଅଧିକ ଆତ୍ମବିଶ୍ୱାସ ଦେବା ସହ ସମ୍ମୁଖ ଯୁଦ୍ଧରେ ସହାୟକ ହେବ।ସେନା ପ୍ରଥମେ ଆସଲ୍ଟ ରାଇଫଲ ପାଇଁ ୨୦୦୫ରେ ଚୁକ୍ତି ସ୍ୱାକ୍ଷରିତ କରିଥିଲା। କିନ୍ତୁ ଏହା ବିଳମ୍ବିତ ହୋଇଥିଲା।ପରେ ସରକାର ୨୦୧୮ରେ ୭୨୪୦୦ଟି ଆସଲ୍ଟ ରାଇଫଲ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୨୦୧୯ ଫେବ୍ରୁଆରୀରେ ଆମେରିକୀୟ କମ୍ପାନୀ ସହ ୬୩୮ କୋଟି ଟଙ୍କାର ଚୁକ୍ତି ହୋଇଥିଲା।

ସେହିପରି ଉତ୍ତର ପ୍ରଦେଶର କୋରଓ୍ୱା ଅର୍ଡିନାନ୍ସ ଫ୍ରାକ୍ଟ୍ରିରେ ୭,୪୫,୦୦ ଏକେ-୨୦୩ ନିର୍ମାଣ ପ୍ରକ୍ରିୟା ଜାରି ରହିଛି।  ଏହା ଏକେ-୪୭ଠୁ ମଧ୍ୟ ଉନ୍ନତ। ଏହା ୩୦୦ ମିଟର ଦୂରତାରୁ ଲକ୍ଷ୍ୟଭେଦ କରିପାରିବ।

   Related Posts