scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

T20 ବିଶ୍ୱକପ୍ ପ​‌ରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍‌ ଇଣ୍ଡିଆ, ଖେଳିବ ଓ୍ୱାନଡେ ଏବଂ ଟି୨୦ ସିରିଜ୍‌

29/11/2023 at 6:08 PM

ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍‌ ୨୦୨୪ ପରେ ପରେ ଶ୍ରୀଲଙ୍କା ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ୍‌ । ଏହି ଗସ୍ତରେ ଭାରତ, ଶ୍ରୀଲଙ୍କା ସହ ଦିନିକିଆ ଏବଂ ଟି୨୦ ଇଣ୍ଟରନାସନାଲ ସିରିଜ୍‌ ଖେଳିବ। ଏନେଇ ବୁଧବାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପକ୍ଷରୁ ଏକ୍ସରେ ମ୍ୟାଚର ପୂରା ସିଡ୍ୟୁଲ ଜାରି କରାଯାଇଛି।

ଏହି ସିଡ୍ୟୁଲରେ ଭାରତ ସହ ହେବାକୁ ଥିବା ସିରିଜ୍‌ର ଉଲ୍ଲେଖ ମଧ୍ୟ କହିଛି। ଏସଏଲସି ତରଫରୁ କୁହାଯାଇଛି ଯେ, ‘‘ଟି୨୦ ବିଶ୍ବ କପ୍‌ ପରେ ଭାରତ ସହ ଟକ୍କର ହେବ। ଭାରତ ସହ ୩-୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ ଖେଳାଯିବ। ଏହି ୬ ମ୍ୟାଚ ଜୁଲାଇ ୨୦୨୪ରେ ହିଁ ସମାପ୍ତ ହେବ।

ଆହୁରି ପଢ଼ନ୍ତୁ: ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ : ବଢିଲା ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ, BCCIର ଅଫରରେ ହେଲେ ରାଜି

୨୦୨୪ରେ ଏଭଳି ରହିଛି ଟିମ୍‌ ଇଣ୍ଡିଆର ସିଡ୍ୟୁଲ:

ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ ୨୦୨୪ରେ ବେଶ୍ ବ୍ୟସ୍ତତା ପୂର୍ଣ୍ଣ ରହିପାରେ। କାରଣ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ ଜାରି ରହିଛି। ଏହା ପରେ ଦକ୍ଷିଣ ଆଫ୍ରିକା ସହ ତିନି ଫର୍ମାଟ୍‌ ବିଶିଷ୍ଟ ସିରିଜ ରହିଛି। ଯାହା ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଆଫଗାନିସ୍ତାନ ଟିମ୍ ଭାରତ ଗସ୍ତରେ ଆସି ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ। ଏହାପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ହେବ ଏବଂ ପରେ ଆଇପିଏଲ ଆୟୋଜନ ହେବ।

ନିକଟରେ ସସପେଣ୍ଡ ହୋଇଥିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ:

ସୂଚନାଥାଉକି, ନିକଟରେ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ସସପେଣ୍ଡ କରିଥିଲା। ଆଇସିସି ଦାବି କରିଥିଲା ଯେ, ଏଥିରେ ରାଜନୀତିକ ହସ୍ତକ୍ଷେପ ରହିଛି। କିନ୍ତୁ କିଛି ଦିନ ପରେ ନିର୍ବାସନ ପ୍ରତ୍ୟାହାର ହୋଇଥିଲା। ଆଉ ଏମିତିରେ ଶ୍ରୀଲଙ୍କା ବୋର୍ଡକୁ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଅନୁମତି ମିଳିଛି। ଏହି କାରଣରୁ ଏବେ ବୋର୍ଡ ନୂଆ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫଟିପି) ମଧ୍ୟ ଜାରି କରିଛି। ଯେଉଁଥିରେ ପ୍ରାୟ ୧୦ରୁ ଅଧିକ ସିରିଜ୍ ସାମିଲ ରହିଛି।  

ଆହୁରି ପଢ଼ନ୍ତୁ: Byju’sର ବଢିବ ଅଡୁଆ ! ୧୬୦ କୋଟି ବକେୟା ମାମଲାରେ NCLTରେ ଯାଚିକା ଦାଖଲ କଲା ବିସିସିଆଇ

   Related Posts