ନୂଆଦିଲ୍ଲୀ ୧୫।୧୨: ଭାରତୀୟ ଧନୀକ ମୁକେଶ ଅମ୍ବାନୀ ମଙ୍ଗଳବାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ତାଙ୍କର ପରିକଳ୍ପନା ବ୍ୟକ୍ତ କରିଛନ୍ତି। ଆଗାମୀ ୨ ଦଶନ୍ଧୀରେ ଭାରତୀୟ ଅର୍ଥ ବ୍ୟବସ୍ଥା ବିଶ୍ୱର ୩ ଶୀର୍ଷ ଅର୍ଥନୀତିକୁ ଉନ୍ନିତ ହେବ ବୋଲି ସେ କହିଥିବା ବେଳେ ସେତେବେଳକୁ ଦେଶରେ ମୁଣ୍ଡପିଛା ଆୟ ମଧ୍ୟ ଦ୍ୱିଗୁଣିତ ହୋଇଥିବ ବୋଲି କହିଛନ୍ତି।
ଫେସବୁକ୍ ମୁଖ୍ୟ ମାର୍କ ଜୁକେରବର୍ଗଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାରତର ମଧ୍ୟବିତ୍ତ ଯେଉଁମାନେ ମୋଟ ପରିବାରର ୫୦ ପ୍ରତିଶତ ବାର୍ଷିକ ୩ରୁ ୪ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବେ ବୋଲି ମୁକେଶ କହିଛନ୍ତି। ଏଣୁ ଆଗାମୀ ଦୁଇ ଦଶନ୍ଧୀରେ ଭାରତ ବିଶ୍ୱର ୩ ପ୍ରମୁଖ ଅର୍ଥନୀତି ବରାବରରେ ନିଶ୍ଚିତ ଥିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ତେବେ ମୁକେଶ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାହା କହିଛନ୍ତି ତାହା ହେଉଛି ପ୍ରିମିୟର ଡିଜିଟାଲ ସୋସାଇଟି। ସେତେବେଳକୁ ଦେଶ ସମ୍ପୂର୍ଣ୍ଣ ଡିଜିଟାଲ ହୋଇସାରିଥିବା ବେଳେ ଯୁବ ବର୍ଗ ଏହାକୁ ପରିଚାଳନା କରୁଥିବା ବେଳେ ସେ କହିଛନ୍ତି। ଏବେ ମୁଣ୍ଡପିଛା ୧,୮୦୦ରୁ ୨୦୦୦ ଡଲାର ଆୟ କରୁଥିବା ଭାରତୀୟଙ୍କ ଆୟ ସେତେବେଳକୁ ୫ ହଜାର ଡଲାରରେ ପହଞ୍ଚିଥିବ ବୋଲି ମୁକେଶ କହିଛନ୍ତି। ଏଣୁ ଭାରତ ଫେସବୁକ୍ ଓ ଏହିପରି କମ୍ପାନୀଙ୍କ ଲାଗି ଆଗାମୀ ଦିନରେ ନିଶ୍ଚିତ ଏକ ସ୍ୱର୍ଣ୍ଣିମ ଅବସର ହେବ ବୋଲି ସେ କହିଛନ୍ତି।