ଭାରତ-ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଟାଇ

Published By : Prameya-News7 Bureau | October 25, 2018 IST

ବିଶାଖପାଟଣା ୨୪/୧୦: ବିଶାଖପାଟଣାରେ ଖେଳାଯାଉଥିବା ଭାରତ-ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚ ଟାଇ । ଏହି ରୋମାଞ୍ଚକର ମ୍ୟାଚରେ ଶେଷ ବଲରେ ୱେଷ୍ଟଇଣ୍ଡିଜକୁ ଜିତିବାକୁ ୫ ରନ ଆବଶ୍ୟକ ଥିବାବେଳେ ହୋପ୍ ଚୌକା ମାରିଥିଲେ। ଫଳରେ ମ୍ୟାଚ୍ ଟାଇ ହୋଇଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ ୩୨୨ ର ଟାର୍ଗେଟ ଦେଇଥିଲା ଭାରତ । ୱେଷ୍ଟଇଣ୍ଡିଜ୍ ଲଢୁଆ ପ୍ରଦର୍ଶନ କରିଥିଲା। ଶେଷ ଓଭରରେ ୱେଷ୍ଟଣ୍ଡିଜକୁ ଜିତିବାକୁ ୧୪ ରନ୍  ଆବଶ୍ୟକ ଥିଲା। ହେଲେ ୱେଷ୍ଟଇଣ୍ଡିଜ ପ୍ରଥମ ୫ ବଲରେ ୯ ରନ ସଂଗ୍ରହ କରିନେଇଥିଲା। ଶେଷବଲରେ ୫ ରନ୍ ଆବଶ୍ୟକ ଥିଲେବି ହୋପ୍ ଉମେଶ ଯାଦବଙ୍କୁ ଚୌକା ମାରିବାକୁ ସକ୍ଷମ ହୋଇଥିଲେ । ଫଳରେ ମ୍ୟାଚ୍ ଟାଇ ହୋଇଥିଲା। ଭାରତ ପକ୍ଷରୁ ବିରାଟ କୋହଲି ଅପରାଜିତ ସର୍ବାଧିକ ୧୫୭ ରନ୍ ଓ ରାଇଡଙ୍କୁ ୭୩ ରନ୍ ବଳରେ ଭାରତ ୬ ୱିକେଟ୍  ହରାଇ ୩୨୧ ରନ୍ କରିଥିଲା । ସର୍ବାଧିକ ୧୫୭ ରନ୍ କରି ଅପରାଜିତ ଥିବା ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି । ସେହିଭଳି ୱେଷ୍ଟଇଣ୍ଡିଜ ପକ୍ଷରୁ ହୋପ୍ ଅପରାଜିତ ସର୍ବାଧିକ ୧୨୩ ରନ୍ କରିଥିବା ବେଳେ ହେଟମେୟର ୯୪ ରନ୍ କରିଥିଲେ । ୫ ମ୍ୟାଚ୍ ବିଶିଷ୍ଟ ୱାନଡେ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ତୃତୀୟ ଦିନିକିଆ ଆସନ୍ତା ୨୭ ତାରିଖରେ ପୁନେରେ ଖେଳାଯିବ। ଭାରତ - ୩୨୧/୬ (୫୦ ଓଭର), ଓ୍ୱେଷ୍ଟଇଣ୍ଡିଜ - ୩୨୧/୭ (୫୦ ଓଭର)      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.