ତୃତୀୟ ଦିନିକିଆ : ଟସ ଜିତି ଭାରତର ଫିଲଡିଂ, ଭାରତୀୟ ଦଳରେ ୩ଟି ପରିବର୍ତ୍ତନ
Published By : Prameya-News7 Bureau | October 27, 2018 IST
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପୁଣେ ଠାରେ ଆରମ୍ଭ ହୋଇଛି ତୃତୀୟ ଦିନିକିଆ | ଟସ ଜିତି ଭାରତ ଫିଲଡିଂ କରୁଛି | ଆଜି ଭାରତୀୟ ଦଳରେ ୩ ଟି ପରିବର୍ତ୍ତନ କରାଯାଇଛି | ଏହି ମ୍ୟାଚ ପାଇଁ ଭୁବନେଶ୍ୱର କୁମାର ଏବଂ ଯଶପ୍ରୀତ ବୁମରାହ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି | ଉମେଶ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିଛନ୍ତି | ସେହିଭଳି ୱେଷ୍ଟଇଣ୍ଡିଜ ପକ୍ଷରୁ ଫାଂବିଏନ ଇଲିନ ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି |
ପୁଣେ ଏକ ଦିବସୀୟ ପାଇଁ ଭାରତୀୟ ଦଳରେ ରହିଛନ୍ତି - ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଋଷଭ ପଂଥ, ମହେନ୍ଦ୍ର ସିଂ ଧୋନି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହାଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ ଏବଂ ଅଖିଳ ଯାଦବ |
ସୂଚନାଯୋଗ୍ୟ ଯେ, ୫ଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଗୌହାଟୀ ଠାରେ ଖେଳାଯାଇଥିଲା | ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭାରତ ୮ ଉଇକେଟରେ ପରାସ୍ତ କରିଥିଲା | ଅପରପକ୍ଷରେ ବିଶାଖାପାଟଣା ଠାରେ ଖେଳାଯାଇଥିବା ଦ୍ୱିତୀୟ ଏକ ଦିବସୀୟ ମ୍ୟାଚ ଟାଇ ଵୋଇଯାଇଥିଲା | ଫଳରେ ସିରିଜରେ ୨-୦ ଆଗୁଆ ରହିବାର ମୌକା ଭାରତ ହରାଇଥିଲା |