ଇରାନୀ ଜେନେରାଲ ସୁଲେମାନିକୁ ମାରିଥିବା ଷ୍ଟିଲ୍ଥ ଡ୍ରୋନ୍ ଆମେରିକାରୁ କିଣିବାକୁ ଚାହୁଛି ଭାରତ

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫।୨: ଇରାନ ଜେନେରାଲ କାସିମ ସୁଲେମାନିକୁ ମାରିବା ପାଇଁ ଯେଉଁ ଷ୍ଟିଲ୍ଥ ଡ୍ରୋନ୍ ର ବ୍ୟବହାର କରିଥିଲା ଆମେରିକା ସେହିଭଳି ଡ୍ରୋନକୁ ନିଜ ସେନା ବାହିନୀରେ ସାମିଲ କରିବାକୁ ଚାହୁଛି ଭାରତ । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଏହି ପ୍ରସଙ୍ଗ ଉଠିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ଆମେରିକାର ଏହି ଡ୍ରୋନ୍ ଉପରେ ଭାରତୀୟ ସେନା ନଜର ରଖିଛି । ଏଭଳି ଡ୍ରୋନ୍ ଭାରତୀୟ ବାୟୁସେନାରେ ସାମିଲ ହେଲେ ଭାରତ ବିରୋଧରେ ଲଗାତର ଆକ୍ରମଣ ନେଇ ଷଡଯନ୍ତ୍ର କରୁଥିବା ଆତଙ୍କବାଦୀମାନଙ୍କୁ ଠାବ କରି ନିପାତ କରାଯାଇପାରିବ । ତେବେ ଟ୍ରମ୍ପଙ୍କ ଗସ୍ତ ସମୟରେ ଆମେରିକା ସହ ପ୍ରିଡେଟର ଡ୍ରୋନ୍ ଡିଲ୍ ନେଇ ଭାରତ ଆଲୋଚନା କରିପାରେ ।

ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ଏବଂ ଲକ୍ସର-ଏ-ତୋଇବାର ମୁଖ୍ୟ ହଫିଜ ସୟିଦ ଭଳି କୁଖ୍ୟାତ ଆତଙ୍କବାଦୀମାନେ ନିର୍ଭୟରେ ପାକିସ୍ତାନରେ ନିଜର କାୟା ବିସ୍ତାର କରୁଛନ୍ତି । ସେମାନଙ୍କୁ ଟାର୍ଗେଟ୍ କରି ଧ୍ବଂଶ କରିବାରେ ଭାରତକୁ ସହାୟକ ହେବ ଏହି ଆମେରିକୀୟ ଡ୍ରୋନ୍ । ଯଦି ଭାରତ ଉପରେ ଆକ୍ରମଣ କରିବା ନେଇ ସେମାନ ଯୋଜନା ପ୍ରସ୍ତୁତ କରିବା ସହ ଆକ୍ରମଣ କରୁଛନ୍ତି ତେବେ ଭାରତ ମଧ୍ୟ ସେମାନଙ୍କୁ ଧ୍ବଂଶ କରିବା ପାଇଁ ଏହି ଡ୍ରୋନ୍ ର ବ୍ୟବହାର କରିପାରିବ । ଏମାନେ ପାକିସ୍ତାନ ମାଟିରେ ରହି ଭାରତ ଉପରେ ଆକ୍ରମଣ ନେଇ ଷଡଯନ୍ତ୍ର ରଚିବା ସହ ଆକ୍ରମଣ କରୁଛନ୍ତି ମଧ୍ୟ ।

ସୂଚନାଯୋଗ୍ୟ ଯେ, ଇରାନୀ କମାଣ୍ଡର ଜେନରାଲ କାସିମ ସୁଲେମାନିର ଚଳିତ ବର୍ଷ ଜାନୁଆରୀ ୩ ତାରିଖରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ସେହି ସମୟରେ ସୁଲେମାନି ଇରାକ ରାଜଧାନୀ ବାଗଦାଦରେ ଥିଲା ।

୨୦୧୧ରେ ଅଲ୍ କାଏଦା ମୁଖ୍ୟ ଓସମା ବିନ୍ ଲାଦେନକୁ ପାକିସ୍ତାନରେ ମାରିବା ପାଇଁ ଆମେରିକା ନେଭିର ସ୍ବତନ୍ତ୍ର ଫୋର୍ସ ସ୍ପେଶାଲ ଷ୍ଟିଲ୍ଥ ହେଲିକପ୍ଟରର ବ୍ୟବହାର କରିଥିଲେ । ଇସଲାମାବାଦ ସ୍ଥିତ ପାକିସ୍ତାନୀ ମିଲିଟାରୀ ଏକାଡେମୀର କିଛି ଦୂରରେ ଲାଦେନକୁ ମରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.