ଋଷିଆରୁ ବିପୁଳ ପରିମାଣରେ ଗହମ କିଣିବାକୁ ବିଚାର କରୁଛି ଭାରତ, ଜାଣନ୍ତୁ ଆମଦାନୀ ହେବ କେତେ ମିଲିୟନ ଟନ?

Published By : Prameya-News7 Bureau | August 03, 2023 IST

ନୂଆଦିଲ୍ଲୀ ୩।୮: ଦେଶର ଗହମ ଅଭାବ ପୂରଣ କରିବାକୁ କେନ୍ଦ୍ର ସରକାର ଋଷିଆରୁ ଆମଦାନୀ କରିବାକୁ ବିଚାର କରୁଛନ୍ତି। ଫଳରେ ଦେଶରେ ଗହମ ଷ୍ଟକ୍ ବଢିବା ସହ ଅଟା ମୂଲ୍ୟରେ ମଧ୍ୟ ସୁଧାର  ଆସିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ସରକାରୀ କ୍ରୟରେ ଋଷିଆରୁ ୯ ମିଲିୟନ ଟନ ଗହମ ଆମଦାନୀ ଲାଗି ବିଚାର କରୁଛନ୍ତି। ଭାରତରେ ଗହମର ପାଇକାରୀ ଦର ବୁଧବାର ୬.୨ ପ୍ରତିଶତ ବୃଦ୍ଧି ହୋଇ କ୍ୱିଣ୍ଟାଲ ପିଛା ୨ହଜାର ୬୩୩ ଟଙ୍କାକୁ ପହଞ୍ଚି ଯାଇଛି। ପୂର୍ବରୁ ଏହି ଦର ୨ହଜାର ୪୮୦ ଟଙ୍କା ଥିଲା।

ସରକାରଙ୍କ ବଡ଼ ନିଷ୍ପତ୍ତି, ବିଦେଶରୁ ଲାପଟପ୍, କମ୍ପ୍ୟୁଟର ଓ ଟାବଲେଟ୍ ଆମଦାନୀ ଉପରେ ଲାଗିଲା ରୋକ୍

ରିପୋର୍ଟରେ କୁହାଯାଇଛି ଯେ ଗହମ ଆମଦାନୀ ପାଇଁ ଏବେ ଉଚ୍ଚସ୍ତରରେ ଚର୍ଚ୍ଚା ହେଉଛି। ଆମଦାନୀ ପ୍ଲାନିଂ ଏଥିପାଇଁ ମଧ୍ୟ କରାଯାଉଛି, କାରଣ ଘରୋଇ ଉତ୍ପାଦନ ହ୍ରାସ ଚିନ୍ତା ଏବେ ମଧ୍ୟ  ରହିଛି। ଯେଉଁଥି ପାଇଁ ଖୋଲା ବଜାରରେ ବେପାରୀଙ୍କୁ ଗହମ ବିକ୍ରି ଲାଗି ଚାଷୀ ମୂଲ୍ୟ ବୃଦ୍ଧି କରୁଛନ୍ତି। ଗତ ଜୁନରେ ଖାଦ୍ୟ ଶସ୍ୟ ଓ ଖୁଚୁରା ମୁଦ୍ରାସ୍ପିତି ହାର ୧୬.୩ ପ୍ରତିଶତ ଥିଲା। ରେଟିଂ ଏଜେନ୍ସୀ କ୍ରିସିଲ ଗତ ସୋମବାର ଏକ ରିପୋର୍ଟରେ ଗତ ୬ ମାସ ହେଲା ଗହମ, ଚାଉଳ ଓ ଅନ୍ୟ ମୋଟା ଖାଦ୍ୟ ଶସ୍ୟର ମୁଦ୍ରାସ୍ପିତି ଦୁଇ ଅଙ୍କରେ ଦେଖାଯାଇଥିବା କହିଥିଲେ। ଏପରି ବୃଦ୍ଧି ଉତ୍ପାଦନ ହ୍ରାସ, କମ ଷ୍ଟକ୍ ଓ ବୃଦ୍ଧି ପାଉଥିବା ଚାହିଦା ଲାଗି ବୋଲି କୁହାଯାଇଥିଲା।

{"id":825745,"width":840,"height":630,"sizeSlug":"full","linkDestination":"none"}

ଭାରତ ସରକାର ୨୦୨୩ରେ ଗହମ ଉତ୍ପାଦନ ୧୧୨.୭ ମିଲିୟନ ଟନ୍‌ ହେବ ବୋଲି ଆକଳନ କରିଛନ୍ତି। ତେବେ ବ୍ୟବସାୟୀ ଓ ମିଲମାଲିକ ଅନ୍ୟପ୍ରକାର ଆକଳନ କରୁଛନ୍ତି। ସେମାନଙ୍କ ଅନୁସାରେ ଉତ୍ତର, ମଧ୍ୟ ଓ ପଶ୍ଚିମ ସମତଳ ଅଞ୍ଚଳରେ ଗତ ଫେବୃଆରୀ-ମାର୍ଚ୍ଚରେ ହୋଇଥିବା ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁ ଗହମ ଉତ୍ପାଦନ ୧୦୧ରୁ ୧୦୩ ମିଲିୟନ ଟନ ମଧ୍ୟରେ ରହିପାରେ। ଏଥିରେ ଆମେରିକୀୟ ଏଗ୍ରିକଲଚର ଡିପାର୍ଟମେଣ୍ଟଙ୍କ ବିଦେଶୀ ଏଗ୍ରିକଲଚର ସର୍ଭିସ ଏକ ଅନୁମାନରେ ଚଳିତବର୍ଷ ଭାରତରେ ୧୦୮ ମିଲିୟନ ଟନ ଗହମ ଉତ୍ପାଦନ ହେବ ବୋଲି ଆକଳନ କରିଛନ୍ତି।

ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ଗେମ୍‌, ଘୋଡ଼ା ଦୌଡ଼ ଓ ଜୁଆ ଖେଳ ଉପରେ ୨୮% ଜିଏସ୍‌ଟି ଲାଗୁ ହେବ, ୬ ମାସ ପରେ ସମୀକ୍ଷା କରିବେ ସରକାର

ମାର୍ଚ୍ଚ ମାସରେ ଗ୍ରୀଷ୍ମ ଲହରି କାରଣରୁ ଭାରତରେ ୨୦୨୨ ମସିହାରେ ଗହମର ଉତ୍ପାଦନ ହ୍ରାସ ହୋଇ ୧୦୭.୭ ମିଲିୟନ ଟନ ହୋଇଥିଲା, ଯାହା ବର୍ଷକ ପୂର୍ବରୁ ୧୦୯.୬ ମିଲିୟନ ଟନ ଥିଲା। ଉଲ୍ଲେଖଯୋଗ୍ୟ ଯେ ଖାଦ୍ୟ ମନ୍ତ୍ରାଳୟ ଜୁନ ୨୦୦୮ ପରେ ପ୍ରଥମ ଥର ଖାଧ୍ୟ ଶସ୍ୟ ଉପରେ ଷ୍ଟକ୍ ସୀମା ଲଗାଇଥିଲେ। ଗହମ ଉତ୍ପାଦନରେ ଭାରତ ବିଶ୍ୱର ଦ୍ୱିତୀୟ ବଡ ଉତ୍ପାଦକ ଦେଶ ଓ ଖାଦ୍ୟାନ୍ନ ମାମଲାରେ ଅଧିକ ଆତ୍ମ ନିର୍ଭର। ଏହା ସତ୍ତ୍ୱେ ଲଗାତାର ମରୁଡି ଯୋଗୁ ଭାରତ ସରକାର ୨୦୧୬-୧୭ରେ ଗହମ ଆମଦାନୀ କରିଥିଲେ। ତେବେ କ୍ରିସିଲ ରିପୋର୍ଟ ଅନୁସାରେ ଏବେ ସାରା ଦେଶରେ ଖାଦ୍ୟ ମୁଦ୍ରାସ୍ପିତି ବଢୁଥିବାର ଆକଳନ କରାଯାଇଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.