scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦ୍ବିତୀୟ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ; ପ୍ରଥମ ଦିନରେ ୨୮୮ ରନ୍‌, ରୋହିତ, ବିରାଟ୍ ଓ ଜୈସ୍ବାଲଙ୍କ ଅର୍ଦ୍ଧଶତକ

21/07/2023 at 10:04 AM

ପୋର୍ଟ ଅଫ ସ୍ପେନ, ୨୧/୦୭:  ୱେଷ୍ଟ ଇଣ୍ଡିଜ ଓ ଭାରତ ଦ୍ବିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟରେ ଆଧିପତ୍ୟ ଜାରି ରଖିଛି ଟିମ୍ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦୃଢ ଭିତ୍ତିରେ ପହଞ୍ଚିଛି । ପ୍ରଥମ ଦିବସରେ ଦଳ ୪ ୱିକେଟ୍‌ ହରାଇ ୨୮୮ ରନ୍‌ ସଂଗ୍ରହ କରି ନେଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା କୋହଲି ୮୭ ଓ ରବିନ୍ଦ୍ର ଜାଡେଜା ୩୬ ରନ୍‌ କରି ଅପରାଜିତ ରହିଛନ୍ତି ।

୧୦୦ତମ ଟେଷ୍ଟ ମୁକାବିଲାରେ ୱେଷ୍ଟ ଇଣ୍ଡିଜ୍‌ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମାତ୍ର ଭାରତୀୟ ଓପନରଙ୍କ ବ୍ୟାଟିଂ ସାମ୍ନାରେ କାରବିୟାନଙ୍କ ସବୁ ରଣକୌଶଳ ଫେଲ୍ ମାରିଥିଲା । ପିଚ୍‌ରୁ ଅତିରିକ୍ତ ବାଉନ୍ସ ମିଳୁଥିଲେ ହେଁ ରୋହିତ ଓ ଜୈସ୍ୱାଲ ପୁଲ୍‌ ସଟ୍‌ ଖେଳି ୱେଷ୍ଟ ଇଣ୍ଡିଜ ପେସ୍‌ ବାହିନୀର ଲୟ ବିଗାଡ଼ି ଦେଇଥିଲେ । ରୋହିତ ଛକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କ ସହ ତାଳ ଦେଇ ଜୈସ୍ୱାଲ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଓପନର ଭାବେ ରେହିତ ୨୦୦୦ଟେଷ୍ଟ ରନ୍ ପୂରଣ କରିଛନ୍ତି ।

ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବା ପରେ ଜୈସ୍ୱାଲ୍‌ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ ବିଫଳ ହୋଇଥିଲେ । ବ୍ୟକ୍ତିଗତ ୫୭ ରନ୍‌ କରି ସେ ଆଉଟ୍‌ ହୋଇଥିଲେ । ୧୩୯ ରନ୍‌ରେ ପ୍ରଥମ ୱିକେଟ୍‌ର ପତନ ଘଟିଥିଲା । ଶୁଭମନ ଗିଲ୍‌ ବେଶି ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ । ପରବର୍ତ୍ତୀ ୨ ରନ୍‌ ମଧ୍ୟରେ ଭାରତ ତୃତୀୟ ୱିକେଟ୍‌ ହରାଇଥିଲା । ରୋହିତ ବ୍ୟକ୍ତିଗତ ୮୦ ରନ କରି ଆଉଟ୍‌ ହୋଇଥିଲେ । ଦଳର ଦୁଇ ସିନିୟର ଖେଳାଳି କୋହଲି ଓ ଅଜିଙ୍କ୍ୟ ରାହାଣେ ମାତ୍ର ୨୭ ରନ୍‌ର ଭାଗିଦାରୀ ଗଢିବାରେ ସଫଳ ହୋଇଥିଲେ । ରାହାଣେଙ୍କୁ ୮ ରନରେ ଆଉଟ୍‌ କରି ସାନନ ଗାବ୍ରିଏଲ୍‌ ମ୍ୟାଚ୍‌ର ରୂପରେଖ ବଦଳାଇ ଦେଇଥିଲେ । ଅପରାଜିତ କୋହଲିଙ୍କୁ ସାଥ୍ ଦେଇଥିଲେ ରବିନ୍ଦ୍ର ଜାଡେଜା । ଉଭୟ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ । ୫୦୦ତମ ମ୍ୟାଚ୍‌ ଖେଳୁଥିବା କୋହଲି ୩୦ତମ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଭାଗିଦାରୀ ୧୦୦ ରନ୍ ଅତିକ୍ରମ କରିଥିଲା । ୱେଷ୍ଟ ଇଣ୍ଡିଜ୍‌ ଏହି ଯୋଡି ଭାଙ୍ଗିବା ପାଇଁ ଜୋରଦାର ପ୍ରୟାସ କରିଥିଲା । ମାତ୍ର କୋହଲିଙ୍କ ତ୍ରୁଟିହୀନ ସଟ୍‌ ଚୟନ ଆଗରେ ସବୁ ଫିକା ପଡ଼ିଯାଇଥିଲା । ଷ୍ଟମ୍ପ ଘୋଷଣା ହେବା ପର୍ଯ୍ୟନ୍ତ ଉଭୟ ଅପରାଜିତ ରହି ଦଳୀୟ ସ୍କୋରକୁ ୨୮୮ରେ ପହଞ୍ଚାଇଥିଲେ ।

   Related Posts