ଆଣ୍ଟିଗୁଆ ୨୨|୮: ଆଜି ଆରମ୍ଭ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ୍ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଣ୍ଟିଗୁଆରେ ଖେଳାଯିବ । ପୂର୍ବରୁ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଓ ଏକ ଦିବସୀୟ ସିରିଜରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ମନବଳ ଦୃଢ ରହିଛି । ତେଣୁ ଟ୍ବେଣ୍ଟି-୨୦ ଓ ଏକ ଦିବସୀୟରେ ବିଜୟ ପରେ ଭାରତ ଟେଷ୍ଟ ସିରିଜ୍ ହାତେଇବା ଲକ୍ଷ୍ୟରେ ରହିଛି ।
{"id":147388}ବିଶ୍ବ ଟେଷ୍ଟ ଚମ୍ପିଆନ୍ ସିପ୍ ଆରମ୍ଭହେବା ପରଠାରୁ ଏହା ଭାରତର ପ୍ରଥମ ଟେଷ୍ଟ ମ୍ୟାଚ୍ ହେବ। ପୁଣି ଦୀର୍ଘ ସାଢ଼େ ୭ ମାସ ପରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ପୁଣି ଭାରତୀୟ ଖେଳାଳିଙ୍କ ପିଠିରେ ଦିନିକିଆ ମ୍ୟାଚ୍ ପରି ନମ୍ବର ଓ ନାମ ରହିବ। ସୀମିତ ଓଭର ସିରିଜ୍ ରେ ସମାପ୍ତ ହୋଇଥିବା ୫ଟି ଯାକ ମ୍ୟାଚ୍ ଜିତିଥିବା ଭାରତୀୟ ଦଳର ମନୋବଳ ବେଶ୍ ଊର୍ଦ୍ଧ୍ବରେ ରହିଛି ।
{"id":147387}ଅନ୍ୟପକ୍ଷରେ ଏହି ୫ଟି ମ୍ୟାଚ୍ ରେ ସମସ୍ତ ବିଭାଗରେ ପଛରେ ପଡ଼ିଥିବା ୱେଷ୍ଟଇଣ୍ଡିଜ୍ ଦଳ ଯେ ଟେଷ୍ଟ ସିରିଜ୍ ରେ ଭାରତୀୟ ଦଳର ସଫଳ ମୁକାବିଲା କରିପାରିବ , କ୍ରିକେଟ ବିଶେଷଜ୍ଞଙ୍କର ଏହି ବିଶ୍ବାସ ବହୁତ କମ୍। ୨ଟିଯାକ ସିରିଜ୍ ଜିତି ଭାରତ ୧୨୦ ପଏଣ୍ଟ ହାସଲ କରି ଚମ୍ପିଆନ୍ ସିପରେ ତା’ର ଅଭିଯାନ ଆରମ୍ଭ କରିବାକୁ ଚାହିଁବ।