ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ ; ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

Published By : Prameya-News7 Bureau | November 01, 2018 IST

ଥିରୁବନ୍ତପୁରମ୍ ୧|୧୧: ୱେଷ୍ଟଇଣ୍ଡିଜ୍  ବିପକ୍ଷ ଶେଷ ଦିନିକିଆ ଆଜି, କ୍ରମାଗତ ଅଷ୍ଟମ ଶୃଙ୍ଖଳା ଲକ୍ଷ୍ୟରେ ଭାରତ। କେରଳର ଥିରୁବନ୍ତପୁରମ୍ ଗ୍ରିନ୍ ଫିଲ୍ ଡ ଇଣ୍ଟରନ୍ୟାସ୍ ନାଲ୍  ଷ୍ଟାଡିୟମ୍ ରେ ଭାରତ ଓ ୱେଷ୍ଟଇଣ୍ଡିଜ୍  ମଧ୍ୟରେ ଆଜି ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍ । ମୁମ୍ବାଇ ମ୍ୟାଚ୍  ଜିତି ୨-୧ରେ ଆଗୁଆ ରହିଥିବା ଘରୋଇ ଭାରତ ପାଇଁ ଏହି ମ୍ୟାଚ୍  ଶୃଙ୍ଖଳା ବିଜୟ ସୁଯୋଗ ରଖିଛି। ଏହି ମ୍ୟାଚ୍  ଜିତିଲେ ଭାରତ ଚଳିତ ୫ ମ୍ୟାଚ୍  ବିଶିଷ୍ଟ ଶୃଙ୍ଖଳାକୁ ୩-୧ରେ କବ୍ ଜା କରିନେବ। କେବଳ ସେତିକି ନୁହେଁ ଭାରତ ମଧ୍ୟ ୱେଷ୍ଟଇଣ୍ଡିଜ୍  ବିପକ୍ଷରେ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବ। ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ରେ ୩୦୦ରୁ ଅଧିକ ରନ୍  କରିବା ସତ୍ତ୍ବେ ପରାଜୟ ବରଣ କରିଥିବା ଇଣ୍ଡିଜ୍  ଦଳ ଦ୍ବିତୀୟ ମ୍ୟାଚ୍ ରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲେ ମଧ୍ୟ ଟାଇ ରଖିଥିଲା। ତେବେ ମୁମ୍ବାଇରେ ଚତୁର୍ଥ ମ୍ୟାଚ୍  ବଡ଼ ବ୍ୟବଧାନରେ ହାରିଯାଇଥିଲା ବେଳେ ପଞ୍ଚମ ମ୍ୟାଚ୍ କୁ ଜିତି ସମ୍ମାନର ସହ ଶୃଙ୍ଖଳା ଶେଷ କରିବା ଲକ୍ଷ୍ୟ ରଖିଛନ୍ତି ଇଣ୍ଡିଜ୍  ଅଧିନାୟକ ଜାସନ୍  ହୋଲ୍ ଡର। ଆଜି ନଜରରେ ରହିବେ ଶୀର୍ଷକ୍ରମ ବ୍ୟାଟ୍ ସମ୍ୟାନ୍। ଭାରତ ଶେଷ ମ୍ୟାଚ୍  ଜିତିବାକୁ ହେଲେ ତାକୁ ଶୀର୍ଷକ୍ରମ ବ୍ୟାଟିଂ ଉପରେ ନିର୍ଭର ରହିବାକୁ ପଡ଼ିବ। ବିଶେଷକରି ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି ଓ ଅମ୍ବାତି ରାୟୁଡୁଙ୍କ ସ୍ଥିର ପ୍ରଦର୍ଶନ ହିଁ ଭାରତକୁ ଶୃଙ୍ଖଳା ବିଜୟ ଦେଇପାରି । ସମ୍ଭାବ୍ୟ ଭାରତୀୟ ଦଳରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ୍‌, ଅମ୍ବା‌ତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, କୁଲ୍‌ଦୀପ୍‌ ଯାଦବ, ଯଶ୍‌ପ୍ରିତ୍‌ ବୁମ୍‌ରା। ସେହିପରି ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଦଳରେ ଜାସନ୍‌ ହୋଲ୍‌ଡର (ଅଧିନାୟକ), ଚନ୍ଦ୍ରପଲ୍‌ ହେମରାଜ୍‌/ସୁନିଲ ଅମ୍ବ୍ରିସ୍‌, କିରଣ ପାୱେଲ, ସାଇ ହୋପ୍‌, ସିମ୍ରନ୍‌ ହେଟ୍‌ମେୟର, ମାର୍ଲନ୍‌ ସାମୁଏଲ୍‌ସ, ରୋଭ୍‌ମାନ୍‌ ପାୱେଲ, ଆସ୍‌ଲେ ନର୍ସ, କିମୋ ପଲ୍‌, ଦେବେନ୍ଦ୍ର ବିଶୁ/ଫବିଏନ୍‌ ଆଲେନ୍‌, କେମାର ରୋଚ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.