ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ବିତୀୟ ଟି-୨୦ ମୁକାବିଲା ; ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

Published By : Prameya-News7 Bureau | November 06, 2018 IST

ଲକ୍ଷ୍ନୌ ୬|୧୧:  ଭାରତ-ୱେଷ୍ଟଇଣ୍ଡିଜ୍ ତିନି ଟିକିଆ ସିରିଜର ଦ୍ବିତୀୟ ମ୍ୟାଚ ଆଜି ଲକ୍ଷ୍ନୌରେ ଖେଳାଯିବ । ଏହି ମ୍ୟାଚ ଜିତି ଭାରତ ଆଉ ଏକ ଶୃଙ୍ଖଳା ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି । କୋଲକତାରା ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ କଷ୍ଟକର ବିଜୟ ହାସଲ କରିଥିଲା । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ୯ ଟ୍ବେଣ୍ଟି-୨୦ରୁ ତୃତୀୟ ବିଜୟ ପାଇଥିଲା। କୋଲକାତା ପୂର୍ବରୁ ବାଂଲାଦେଶରେ ଆୟୋଜିତ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ହରାଇଥିଲା। ଟେଷ୍ଟ, ଦିନିକିଆ ଶୃଙ୍ଖଳା ସହ ପ୍ରଥମ ଟି-ଟ୍ବେଣ୍ଟି ଜିତିବା ପରେ ଭାରତ ମ୍ୟାଚ୍ ଦାବିଦାର ଭାବେ ପଡିଆକୁ ଓହ୍ଲାଇବ । ପ୍ରଥମ ଟି-ଟ୍ବେଣ୍ଟିର ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିଫଳ ହୋଇଥିଲେ । ତେବେ ଆଜିର ମ୍ୟାଚରେ ଏମାନେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି । ସେପଟେ ଇଣ୍ଡିଜ୍ ପାଇଁ  ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଶୃଙ୍ଖଳାରୁ ବାଦ୍ ପଡିବା ଏକ ଶକ୍ତ ଧକ୍କା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.