ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ ; ୱେଷ୍ଟଇଣ୍ଡିଜ୍କୁ ୩୨୨ ରନ୍‌ର ଟାର୍ଗେଟ୍ ଦେଲା ଭାରତ

Published By : Prameya-News7 Bureau | October 24, 2018 IST

ବିଶାଖାପାଟଣା ୨୪|୧୦:  ଆଜି ବିଶାଖାପାଟଣାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ  ୬ ଓ୍ବିକେଟ୍ ହରାଇ  ୩୨୧ ରନ୍ କରିଛି । ଅଧିନାୟକ ବିରାଟ କୋହଲି ଦିନିକିଆରେ ୩୭ତମ ଶତକ ହାସଲ କରିବା ସହ ନୂଆ ରେକର୍ଡ ମଧ୍ୟ କରିଛନ୍ତି । ବିରାଟଙ୍କ ଶତକ ଏବଂ ଅମ୍ବାତି ରାୟୁଡୁଙ୍କ ୭୩ ରନ୍ ବଳରେ ୱେଷ୍ଟଇଣ୍ଡିଜ ଆଗରେ ଭାରତ ୩୨୨ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ପୂର୍ବତନ ଅଧିନାୟକ ତଥା ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂ ଧୋନୀ ୨୦ ରନ୍ କରିଥିବାବେଳେ ରୋହିତ ଶର୍ମା ୪ରନ୍ ଓ ଶିଖର ଧାୱନ ୨୯ ରନ୍ କରିଛନ୍ତି । ଆଜି ଓପନିଂ ଯୋଡିଭାବେ ଶିଖର ଧାୱନ ଏବଂ ରୋହିତ ଶର୍ମା ବିଫଳ ହୋଇଥିଲେ କିନ୍ତୁ ବିରାଟ କୋହଲି ଦମଦାର ବ୍ୟାଟିଂ ୱେଷ୍ଟଇଣ୍ଡିଜ ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।ବିରାଟ ମୋଟ୍ ୧୨୯ ବଲ୍ ଖେଳି ୧୫୭ ରନରେ ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତ ୬ଟି ୱିକେଟ୍ ହରାଇ ୩୨୧ ରନ୍ କରିଛି । ୱେଷ୍ଟଇଣ୍ଡିଜ ଆଗରେ ୩୨୨ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.