ପ୍ରଥମ ଟେଷ୍ଟରେ ପୃଥ୍ବୀ ସା’ଙ୍କ ଶତକ : ଭାରତକୁ ମିଳିଗଲା ନୂଆ ସେହେଓ୍ବାଗ
4/10/2018 at 1:31 PM

ନୂଆଦିଲ୍ଲୀ ୪|୧୦: ଭାରତୀୟ ଟେଷ୍ଟ ଟିମ୍ ଯେତେବେଳେ ଭଲ ଓପନର ପାଇଁ ସଂଘର୍ଷ କରୁଛି ଏହି ସମୟରେ ଦଳକୁ ମିଳିଯାଇଛି ନୂଆ ବୀରେନ୍ଦ୍ର ସେହେଓ୍ବାଗ ।ଧୂଆଁଧାର ବ୍ୟାଟିଂ କରିପାରୁଥିବା ଏହି ନୂଆ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ପୃଥ୍ବୀ ସା । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜ କ୍ୟାରିଅରର ପ୍ରଥମ ଟେଷ୍ଟମ୍ୟାଚ୍ ଖେଳୁଥିବା ପୃଥ୍ବୀ ୫୬ଟି ବଲ୍ ରେ ଅର୍ଦ୍ଧଶତକ କରିଥିଲେ । ଏହାପରେ ମଧ୍ୟାହ୍ନଭୋଜନ ବିରତିରୁ ଫେରି ୯୯ଟି ବଲ୍ ରେ ଶତକ ହାସଲ କରିଛନ୍ତି । ଡେବ୍ୟୁ ମ୍ୟାଚ୍ ରେ ଶତକ ହାସଲ କରିବା କ୍ଷେତ୍ରରେ ସେ ପଞ୍ଚଦଶ ଭାରତୀୟ ଖେଳାଳି ।
ପୂର୍ବତନ ଖେଳାଳି ଭିଭିଏସ ଲକ୍ଷ୍ମଣ ପୃଥ୍ବୀ ସାଙ୍କର ବିଶେ, ପ୍ରସଂଶା କରିଛନ୍ତି । ସେ କହିଛନ୍ତି ଯେ, ପୃଥ୍ବୀଙ୍କ ବ୍ୟାଟିଂ ଷ୍ଟାଇଲ ଦେଖିଲେ ଲାଗୁଛି ଯେ, ଭାରତୀୟ ଦଳକୁ ନୂଆ ସେହଓ୍ବାଗ ମିଳିଗଲେ ।
Related Posts
ପର ଘରେ ରୁଟି ତିଆରି କରୁଥିଲେ ମାଆ, ଝିଅ ପାଇଲେ ୨ଟି ସରକାରୀ ଚାକିରି
5 February 2023