ଆଜିଠାରୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍ ; ଗୌହାଟୀରେ ଖେଳାଯିବ ପ୍ରଥମ ମ୍ୟାଚ୍

Published By : Prameya-News7 Bureau | October 21, 2018 IST

ଗୌହାଟୀ ୨୧|୧୦: ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେଉଛି । ୫ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଗୈାହାଟୀ ବର୍ଷାପଡା ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ଗତ ଦୁଇ ଦିନ ହେଲା ଅଭ୍ୟାସ ଚଳାଇଛନ୍ତି । ଟେଷ୍ଟରେ ଭଲ ପ୍ରଦର୍ଶନ ପରେ ରିଷଭ ପନ୍ତଙ୍କୁ ଦିନିକିଆରେ ଖେଳିବାକୁ ସୁଯୋଗ ମିଳିଛି । ଅନ୍ୟପଟେ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିଛି । ତେବେ ସେ ଆସନ୍ତା ବିଶ୍ବକପ୍ ପର୍ଯ୍ୟନ୍ତ ଟିମର ୱିକେଟ୍ କିପର ରହିବେ ବୋଲି ବିସିସିଆଇ ସୂଚନା ଦେଇ ସାରିଛି । ଅମ୍ବାତି ରାୟଡୁଙ୍କୁ ମଧ୍ୟ ପୁଣି ସୁଯୋଗ ମିଳିଥିବା ବେଳେ ଏସିଆ କପରେ ମିଳିଥିବା ସୁଯୋଗର ସଦୁପଯୋଗ କରି ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିଛନ୍ତି ରବୀନ୍ଦ୍ର ଜାଡେଜା । ୱେଷ୍ଟଇଣ୍ଡିଜ ବିପକ୍ଷରେ ଗତ ୧୧ ବର୍ଷର ଆଧିପତ୍ୟକୁ ଜାରି ରଖିବା ପାଇଁ ବିରାଟ କେ।ହଲିଙ୍କ ନେତୃତ୍ବଧିନ ଭାରତୀୟ ଦଳ ପ୍ରସ୍ତୁତ ଥିବାବେଳେ ୱେଷ୍ଟଇଣ୍ଡିଜ ବିପର୍ଯ୍ୟୟ ସୃଷ୍ଟି କରିବା ପାଇଁ ଯେ।ଜନ ଚଳାଇଛି । ସମ୍ଭାବ୍ୟ ଭାରତୀୟ ଦଳରେ ରହିଛନ୍ତି ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଋଷବ ପନ୍ତ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି/ ଖଲିଲ ଅହମ୍ମଦ। ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ୍ ଦଳରେ  ରହିଛିନ୍ତି ଜାସନ ହୋଲ୍ଡର (ଅଧିନାୟକ), ସୁନୀଲ ଅମ୍ବ୍ରିସ୍, କିରଣ ପାୱେଲ, ସାଇ ହୋପ୍, ସିମରନ୍ ହେଟମେୟର, ମାର୍ଲନ ସାମୁଏଲ୍ସ, ରଭମନ ପାୱେଲ, ଆସ‌େଲ ନର୍ସ, କିମୋ ପଲ୍, ଦେବେନ୍ଦ୍ର ବିଶୁ, ଆଲଜାରି ଜୋସେଫ/କେମର ରୋଚ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.