Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ : କୋହଲିଙ୍କୁ ଫର୍ମ ଚିନ୍ତା, ଟିମ୍‌କୁ ଫେରିଥିବା ପାଣ୍ଡ୍ୟା ଓ ଧାୱନଙ୍କ ଉପରେ ରହିବ ନଜର

12/03/2020 at 8:50 AM

ଧର୍ମଶାଳା ୧୨।୦୩:  ଗୁରୁବାର ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଆରମ୍ଭ ହେଉଛି । ସିରିଜର  ପ୍ରଥମ ମ୍ୟାଚ  ଗୁରୁବାର (ଆଜି) ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ଣ ୧.୩୦ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଷ୍ଟାଡିୟମରେ ଖେଳାଯିବ। ନ୍ୟୁଜିଲାଣ୍ଡଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍ ରେ ପରାସ୍ତ ହେବାପରେ ବିରାଟ ବାହୀନ ଆଜି  ମ୍ୟାଚ ଜିତି ବିଜୟ ଅଭିଯାନରୁ ସିରିଜ ଆରମ୍ଭ କରିବାକୁ ଚାହିଁବ।

ପ୍ରଥମ ଥର ପାଇଁ ଧର୍ମଶାଳାରେ ଦିନିକିଆରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଚାରୋଟି ମ୍ୟାଚ ଖେଳିଛି। ଯେଉଁଥିରୁ ଦୁଇଟିରେ ବିଜୟ ଏବଂ ଦୁଇଟିରେ ପରାଜୟ ବରଣ କରିଛି। ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପେସ୍‌ ବୋଲର ଭୁବନେଶ୍ୱର କୁମାର ଓ ଓପନର ଶିଖର ଧାୱନଙ୍କ ପ୍ରତ୍ୟାବର୍ତ୍ତନ ଘରୋଇ ଶିବିରକୁ ଦୃଢ଼ କରିଛି । ଅନ୍ୟ ପଟରେ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଘରୋଇ ଦଳକୁ କଡା ମୁକାବିଲା ଦେବାକୁ ପ୍ରସ୍ତୁତ ରହିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି ।

କୋହଲି ବାହିନୀଙ୍କ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ ଦୁଃସ୍ୱପ୍ନ ସଦୃଶ ରହିଥିଲା । ଦଳ ୩-୦ରେ ଦିନିକିଆ ଓ ୨-୦ରେ ଟେଷ୍ଟ ସିରିଜ୍‌ ହାରିଥିଲା । ଆହତ ସମସ୍ୟା ଦଳ ପରାଜୟର ଅନ୍ୟତମ କାରଣ ହୋଇଥିଲା । କିନ୍ତୁ ଘରୋଇ ପରିବେଶ ଓ ଅଭିଜ୍ଞ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଦୃଢ଼ କରିଛି । ଗତବର୍ଷ ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳିଥିଲା । ସିରିଜ୍‌ ୧-୧ରେ ଡ୍ର’ ରହିଥିଲା । ଧର୍ମଶାଳାରେ ଖେଳାଯିବାକୁ ଥିବା ସିରିଜ୍‌ର ପ୍ରଥମ ଟି-ଟ୍ୱେଣ୍ଟିକୁ ବର୍ଷା ଧୋଇ ନେଇଥିଲା । ଏହାପରେ ଉଭୟ ଦଳ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇ ଥିବା ବେଳେ ଭାରତ ମୂଳପୋଛ କରିଥିଲା । ଏହି ପ୍ରଦର୍ଶନ ଦଳୀୟ ଖେଳାଳିମାନଙ୍କ ମନୋବଳ ଦୃଢ଼ କରିବ। ଅନ୍ୟ ପଟରେ ଯୁବ ଖେଳାଳିଙ୍କ ଭରପୁର ଦକ୍ଷିଣ ଆଫ୍ରିକା ଦଳ ସଫଳ ପ୍ରଦର୍ଶନ ନେଇ ଆଶାବାଦୀ ରହିଛନ୍ତି । ପୂର୍ବତନ ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ମଜବୁତ୍‌ କରିଛି ।

ଭାରତୀୟ ଟିମ୍‌ : ବିରାଟ କୋହଲି (ଅଧିନାୟକ) , ଶିଖର ଧାଓ୍ବନ, ମନୀଷ ପାଣ୍ଡେ, ଶ୍ରେୟସ ଅୟର, କେଏଲ୍‌ ରାହୁଲ , ପୃଥୀ ସ’, ଶୁଭମନ ଗିଲ୍‌,  ରିଷଭ ପନ୍ଥ (ଓ୍ବିକେଟ କିପର), ଜସପ୍ରିତ ବୁମରାହ୍‌, ୟୁଜବେନ୍ଦ୍ର ଚହଲ , କୁଲଦୀପ ଯାଦବ , ରବିନ୍ଦ୍ର ଜାଡେଜା , ନବଦୀପ ସାଇନି, ଭୁବନେଶ୍ବର କୁମାର, ହାର୍ଦ୍ଦିକ ପାଣ୍ୟା ।

ଦକ୍ଷିଣ ଆଫ୍ରିକା ଟିମ୍‌ : କ୍ବିନଟନ ଡିକକ୍‌ (ଅଧିନାୟକ/ ଓ୍ବିକେଟ କିପର), ତେମ୍ବା ବବୁମା, ଫାତ-ଟୁ-ଡୁପ୍ଲେସି,  ଓ୍ବାୟୁରୁମ୍‌ ହାନରିକ୍ସ, ହେନାରିକ କଲାସେନ୍‌ , ଜର୍ଜ ଲିଣ୍ଡେ, କେଶବ ମହାରାଜ , ଜାନେମନ ମଲାନ, ଡେଭିଡ୍‌ ମିଲର , ଲୁଙ୍ଗି ଏନ୍‌ଗିଡି, ଏନରିକ ,ଆଣ୍ଡିଲ୍‌ ଫୁଲକେଓ୍ବାଓ, ଲୁଥୋ ସିପ୍‌ମ୍ଲା, ଜେଜେ ସ୍ମୁଟ୍ସ, ରାଶି ଭାନ୍‌ ଡର ହୁସେନ୍, କାଏଲି ଭେରେନା ।

   Related Posts