India vs South Africa; ବର୍ଷା ଯୋଗୁ ୪୦ ଓଭର ହେବ ଖେଳ, ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ: ଟି-୨୦ ସିରିଜ୍ ସରିବା ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି। ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ଲକ୍ଷ୍ନୌରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ତେବେ ମ୍ୟାଚ୍ ପାଇଁ ବର୍ଷା ବାଧକ ସାଜିଥିବାରୁ ଦିନିକିଆ ମ୍ୟାଚ୍‌ର ଓଭର କମାଇ ୪୦ ଓଭର କରିଦିଆଯାଇଛି।

ବର୍ଷା ଯୋଗୁ ଖେଳ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାପରେ ଅମ୍ପାୟାର ଓ କ୍ୟାପ୍ଟେନ୍ ପଡ଼ିଆର ତଦାରଖ କରିବା ପରେ ଖେଳ ଆରମ୍ଭ ହୋଇଛି। ଭାରତ ପକ୍ଷରୁ ରୁତୁରାଜ ଗାୟକ୍ୱାଡ ଓ ରବି ବିଷ୍ଣୋଇ ଭାରତ ପ୍ରଥମ କରି ଦିନିକିଆ ମ୍ୟାଚ୍ ଖେଳୁଛନ୍ତି। ଆଜିର ମ୍ୟାଚ୍‌ରେ ଶିଖର ଧୱନ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଟି-୨୦ ସିରିଜ୍ ହାରିଥିବା ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଜିତି ସ୍ଥିତି ବରାବର କରିବାକୁ ଚେଷ୍ଟା କରିବ।   

ଆଗାମୀ ଟି-୨୦ ବିଶ୍ୱକପ୍‌କୁ ନଜରରେ ରଖି ଦଳ କିଛି ବରିଷ୍ଠ ଖେଳାଳିଙ୍କୁ ଦିନିକିଆ ସିରିଜ୍‌କୁ ବାଦ୍‌ ଦିଆଯାଇଛି। ସାଉଥ୍‌ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଏକ ଯୁବ ଟିମ୍‌କୁ ଚୟନ କରାଯାଇଛି। ଯାହାର ମଙ୍ଗ ସମ୍ଭାଳିବେ ଅଭିଜ୍ଞ ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ୱନ।

ଭାରତୀୟ ଟିମ୍-
ଶିଖର ଧୱନ(କ୍ୟାପ୍ଟେନ୍), ଶୁଭମନ ଗୀଲ, ରୁତୁରାଜ ଗାୟକ୍ୱାଡ଼, ଶ୍ରେୟାଶ ଆୟର, ଇଶାନ କିଶନ, ସଞ୍ଜୁ ସାମସନ(ୱିକେଟ୍‌ କିପର୍), ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ରବୀ ବିଷ୍ଣୋଇ, ମହମ୍ମଦ ସିରାଜ, ଅଭେଶ ଖାନ

ମ୍ୟାଚ୍‌ଗୁଡ଼ିକର ବିବରଣୀ-
ପ୍ରଥମ ଦିନିକିଆ- ଅକ୍ଟୋବର ୬, ଲକ୍ଷ୍ନୌ, ୧ଟା ୩୦
ଦ୍ଵିତୀୟ ଦିନିକିଆ- ଅକ୍ଟୋବର ୯, ରାଞ୍ଚି, ୧ଟା ୩୦
ତୃତୀୟ ଦିନିକିଆ- ଅକ୍ଟୋବର ୧୧, ଦିଲ୍ଲୀ, ୧ଟା ୩୦

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.