oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

10/10/2019 at 9:11 AM

ପୁଣେ ୧୦।୧୦: ପୁଣେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି । ଟସ୍  ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ରେ ଜିତି ୩ଟିକିଆ ସିରିଜରେ ୧-୦ରେ ଆଗୁଆ ଥିବା ବିରାଟ ବାହିନୀ ଦ୍ୱିତୀୟ ମ୍ୟାଚ୍‌ରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ।

ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମ୍‌ବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟକୁ ଜିତି ଆଗୁଆ ୨-୦ରେ ସିରିଜ୍ ଜିତିବାକୁ ସୁଯୋଗ ରହିଛି । ସେହିପରି ଦକ୍ଷଣି ଆଫ୍ରିକା ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି । କାରଣ ପ୍ରଥମ ମ୍ୟାଚ୍‌କୁ ହାରିଯାଇଥିବା ଦକ୍ଷିଣ ଆଫ୍ରିକାକୁ ଏହି ଟେଷ୍ଟକୁ ଜିତି ସିରିଜ୍ ବରାବର କରିବାକୁ ପଡ଼ିବ ।

ଟିମ୍ ଇଣ୍ଡିଆ ୨ ଜଣ ସ୍ପିନର ଓ ୩ ଜଣ ପେସରଙ୍କୁ ଦଳରେ ସ୍ଥାନ ଦେଇଛି । ଦଳରେ ଆଜି ହନୁମା ବିହାରୀଙ୍କ ବଦଳରେ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି । ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଜବରଦସ୍ତ ଫର୍ମରେ ରହିଛନ୍ତି ।

ସେହିପରି ପ୍ରଥମ ମ୍ୟାଚର ଦୁଇଟି ଯାକ ଇନିଂସ୍‌ରେ ଶତକ ମାରିଥିବା ରୋହିତ ଶର୍ମା ଜବରଦସ୍ତ ଫର୍ମରେ ଥିବାରୁ ତାଙ୍କଠାରୁ ଆହୁରି ଭଲ ପ୍ରଦର୍ଶନ ଲକ୍ଷ୍ୟରେ ଅଛନ୍ତି ଫ୍ୟାନ୍ । ମୟଙ୍କ ଅଗ୍ରୱାନ୍ ବି ପ୍ରଥମ ପାଳିରେ ଦ୍ବିଶତକ ଲଗାଇଥିବାରୁ ତାଙ୍କଠାରୁ ବଡ ଇନିଂସ ଆଶା କରାଯାଉଛି । କ୍ୟାପଟେନ୍ କୋହଲିଙ୍କ ଉପରେ ବି ଫ୍ୟାନ୍ ବଡ ସ୍କୋର ଆଶା କରିଛନ୍ତି । 

   Related Posts