ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

India vs South Africa: ଭାରତକୁ ୨୫୦ ରନ୍ ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

6/10/2022 at 7:03 PM

ନୂଆଦିଲ୍ଲୀ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି। ଏହି ମ୍ୟାଚ୍ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ବିନିମୟରେ ୨୪୯ ରନ୍ କରିଛି। ଟିମ ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୭୫ ରନ୍ କରିଥିବା ବେଳେ ହେନରିକ କ୍ଲାସେନ୍ ୭୪ ରନ୍ କରିଛନ୍ତି।

ଟି-୨୦ ଭଳି ଦିନିକିଆରେ ବି ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଦକ୍ଷିଣ ଆଫ୍ରିକା। ମାତ୍ର ୧୨.୧ ଓଭର ଦଳର ସ୍କୋର ୪୯ ହୋଇଥିବା ପ୍ରଥମ ୱିକେଟ୍ ଯାଇଥିଲା। ଜାନେମନ ମଲାନ ମାତ୍ର ୨୨ ରନ୍ କରି ଆଉଟ ହୋଇଥିଲେ। ସେହିପରି ଅଧିନାୟକ ତେମ୍ବା ବାଭୁମା(୮) ମଧ୍ୟ ଫେଲ୍ ମାରିଥିଲେ। ୧୪ ଓଭର ଶେଷରେ ବାଭୁମାଙ୍କ ୱିକେଟ୍ ଯାଇଥିବା ବେଳେ ୧୫ ଶେଷରେ ଆଡେନ୍‌ ମାରକ୍ରମ(୦)ଙ୍କ ୱିକେଟ୍ ଯାଇଥିଲା। ସେହିପରି ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟର କ୍ୱିଣ୍ଟନ ଡିକକ୍(୪୮) ବଡ଼ ସ୍କୋର କରିବାକୁ ଚେଷ୍ଟା କରି ଫେଲ୍ ମାରିଥିଲେ। ୨୨.୧ ଓଭର ବେଳେ ଦଳୀୟ ସ୍କୋର ୧୧୦.୩ ହୋଇଥିବା ବେଳେ ତାଙ୍କ ୱିକେଟ୍ ଯାଇଥିଲା। ସେ ଅର୍ଦ୍ଧ ଶତକ ବି ହାସଲ କରିପାରି ନଥିଲେ।

ଦକ୍ଷିଣ ଆଫ୍ରିକାର ଚତୁର୍ଥ ୱିକେଟ୍ ପତନ ପରେ ଟିମ୍ ପକ୍ଷରୁ ଡେଭିଡ୍ ମିଲର ଓ ହେନରିକ କ୍ଲାସେନ୍ ଟିମ୍‌ର ସ୍କୋରକୁ ଆଗକୁ ନେଇବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟର ରକ୍ଷଣାତ୍ମକ ଶୈଳୀରେ ଖେଳ ପ୍ରଦର୍ଶନ କରି ଟିମର ସ୍କୋରକୁ ୨୦୦ ପାର୍ କରାଇଥିଲେ। ଏମାନେ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ବ୍ୟାଟିଂ କରି ଟିମ୍‌ର ସ୍କୋରକୁ ୨୪୯ ପହଞ୍ଚାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ଭାରତ ପାଇଁ ୨୫୦ ରନ୍ ଟାର୍ଗେଟ୍ ଦେଇଛି।

ସେହିପରି ଭାରତ ପକ୍ଷରୁ ଶାର୍ଦୁଲ ଠାକୁର ୨ ୱିକେଟ୍ ନେଇଥିବା ବେଳେ ରବି ବିଷ୍ଣୋଇ ଓ କୁଲୀଦପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।  

   Related Posts